ଚାକିରି ପାଇବାର ଅଭିନବ ଉପାୟ

ଚାକିିରିଟିଏ ପାଇବା ଆଜିର ଯୁଗରେ ଏତେ ସହଜ ନୁହେଁ । ଗୋଟିଏ ପୋଷ୍ଟ ଲାଗି ହଜାର ହଜାର ଆବେଦନ ଆସୁଥିବା ବେଳେ ବହୁ ସମୟରେ ଆବେଦନ ପତ୍ର ନିଯୁକ୍ତି ଦାତାଙ୍କ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ । ଏପରି ସ୍ଥିତିରେ ଜଣେ ଯୁବକ ଚାକିରି ପାଇବା ଲାଗି ଯେପରି ଅଭିନବ ଉପାୟ ଆପଣାଇଛନ୍ତି ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ । ଟ୍ୱିଟର ୟୁଜର ଅମନ ଖଣ୍ଡେଲୱାଲ ଅଫିସ୍‌ର ବସ୍‌ମାନଙ୍କ ଧ୍ୟାନ ଆକର୍ଷିତ କରିବା ଲାଗି ଜୋମାଟୋ ଡେଲିଭରୀ […]

Samaya Live Picture
Published On

ଚାକିିରିଟିଏ ପାଇବା ଆଜିର ଯୁଗରେ ଏତେ ସହଜ ନୁହେଁ । ଗୋଟିଏ ପୋଷ୍ଟ ଲାଗି ହଜାର ହଜାର ଆବେଦନ ଆସୁଥିବା ବେଳେ ବହୁ ସମୟରେ ଆବେଦନ ପତ୍ର ନିଯୁକ୍ତି ଦାତାଙ୍କ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ । ଏପରି ସ୍ଥିତିରେ ଜଣେ ଯୁବକ ଚାକିରି ପାଇବା ଲାଗି ଯେପରି ଅଭିନବ ଉପାୟ ଆପଣାଇଛନ୍ତି ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ । ଟ୍ୱିଟର ୟୁଜର ଅମନ ଖଣ୍ଡେଲୱାଲ ଅଫିସ୍‌ର ବସ୍‌ମାନଙ୍କ ଧ୍ୟାନ ଆକର୍ଷିତ କରିବା ଲାଗି ଜୋମାଟୋ ଡେଲିଭରୀ ବୟ ପରି ଡ୍ରେସ୍‌ ପିନ୍ଧି ହାତରେ ପେଷ୍ଟ୍ରୀ ଡବା ଧରି ତାହା ପ୍ରତି ଅଫିସର ବସ୍‌ଙ୍କୁ ଡେଲିଭର କରାଇଛନ୍ତି । ଏହିି ଡବା ମଧ୍ୟରେ ହିଁ ସେ ନିଜ ରିଜ୍ୟୁମ୍‌ ରଖି ଦେଇଛନ୍ତି । ଏହି ଅଭିନବ ଆଇଡିଆ ଓ ଫଟୋକୁ ସେ ଟ୍ୱିଟର ଆକାଉରେ ସେୟାର କରିଛନ୍ତି ।

କେବଳ ଏତିକି ନୁହେଁ ପେଷ୍ଟ୍ରୀ ଡବା ଉପରେ ସେ ଯାହା ଲେଖିଛନ୍ତି ତାହା ପଢିଲେ ଆପଣ ନ ହସି ରହି ପାରିବେ ନାହିଁ । ଏହି ଡବା ଉପରେ ଲେଖା ଅଛି, ବହୁ ରିଜ୍ୟୁମ୍‌ ଅଳିଆ ଗଦାରେ ପଡି ନଷ୍ଟ ହେଉଛି । କି;ୁ ମୋ ରିଜ୍ୟୁମ୍‌ ଆପଣଙ୍କ ପେଟରେ । ଏହା ସହିତ ସେ ଏହାର ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ମୁଁ ଡେଲିଭରି ବୟ ଡ୍ରେସ୍‌ରେ ନିଜ ରିଜ୍ୟୁମ୍‌ ବାଙ୍ଗାଲୁରର ବହୁ ଷ୍ଟାର୍ଟଅପ୍‌ ଅଫିସ୍‌ରେ ପହଞ୍ଚାଇ ପାରିଛି । ଅମନଙ୍କ ଏତାଦୃଶ କାର୍ଯ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ବହୁ ବ୍ୟକ୍ତି ସୁରକ୍ଷା ଦୃଷ୍ଟିରୁ ଏହା ବିପଦପୂର୍ଣ୍ଣ ମତ ରଖିଥିବା ବେଳେ ଆଉ କିଛି ଲେଖିଛନ୍ତି ଅଜବ ଆଇଡିଆ । ଆମେରିକାରେ ପୂର୍ବରୁ ଏପରି ଘଟିଛି ଓ ଅମନ ଏହି ଆଇଡିଆ ସେଠାରୁ ଚୋରାଇଛନ୍ତି ବୋଲି କିଛି ୟୁଜର କମେ କରିଛନ୍ତି ।