ଜୁଏଲାରୀ ମେହେନ୍ଦୀ ଡିଜାଇନ୍‌

ମେହେନ୍ଦୀ ଲଗାଇବା ମହିଳାମାନଙ୍କର ଏକ ବଡ ସଉକ । ବିଶେଷ କରି ପର୍ବ ପର୍ବାଣୀ ସମୟରେ ମେହେନ୍ଦୀ ଲଗାଇବା ଶୁଭ ମନେ କରାଯାଏ । ମେହେନ୍ଦୀର ବହୁ ପ୍ରକାରର ଡିଜାଇନ୍‌ ଥାଏ । ଏଣୁ ଆପଣ ଏହାକୁ ଯେପରି ଭାବରେ ବି ତିଆରି କରିପାରିବେ । ବ୍ରାଇଡାଲ୍‌ ଓ ଫ୍ଲୋରାଲ ମେହେନ୍ଦୀ ଡିଜାଇନ୍‌ ବ୍ୟତିତ ଯଦି ଆପଣ ଅଲଗା କିଛି ଟ୍ରାଏ କରିବାକୁ ଚାହୁଁଛନ୍ତି ତେବେ ହାତରେ ଜୁଏଲାରୀ ମେହେନ୍ଦୀ ଡିଜାଇନ୍‌ କରନ୍ତୁ । ଯେପରି ଜୁଏଲାରୀ […]

Samaya Live Picture
Published On

ମେହେନ୍ଦୀ ଲଗାଇବା ମହିଳାମାନଙ୍କର ଏକ ବଡ ସଉକ । ବିଶେଷ କରି ପର୍ବ ପର୍ବାଣୀ ସମୟରେ ମେହେନ୍ଦୀ ଲଗାଇବା ଶୁଭ ମନେ କରାଯାଏ । ମେହେନ୍ଦୀର ବହୁ ପ୍ରକାରର ଡିଜାଇନ୍‌ ଥାଏ ।
ଏଣୁ ଆପଣ ଏହାକୁ ଯେପରି ଭାବରେ ବି ତିଆରି କରିପାରିବେ । ବ୍ରାଇଡାଲ୍‌ ଓ ଫ୍ଲୋରାଲ ମେହେନ୍ଦୀ ଡିଜାଇନ୍‌ ବ୍ୟତିତ ଯଦି ଆପଣ ଅଲଗା କିଛି ଟ୍ରାଏ କରିବାକୁ ଚାହୁଁଛନ୍ତି ତେବେ ହାତରେ ଜୁଏଲାରୀ ମେହେନ୍ଦୀ ଡିଜାଇନ୍‌ କରନ୍ତୁ ।

ଜୁଏଲାରୀ ମେହେନ୍ଦୀ ଡିଜାଇନ୍‌

ଯେପରି ଜୁଏଲାରୀ ଚେହେରାର ସୌନ୍ଦର୍ଯ୍ୟ ବଢାଏ ସେପରି ଏହି ମେହେନ୍ଦୀ ଡିଜାଇନ୍‌ ହାତକୁ ବହୁତ ସୁନ୍ଦର ମାନିଥାଏ । ଜୁଏଲାରୀରେ ଚେନ୍‌ ବିଡସ୍‌ ଫ୍ୟାଶନ କେବେ ବି ପୁରୁଣା ହୋଇ ନ ଥାଏ । ଏପରି କ୍ଷେତ୍ରରେ ଆପଣଙ୍କୁ ମେହେନ୍ଦୀର ଏହି ଡିଜାଇନ୍‌ ଖୁବ୍‌ ସୁନ୍ଦର ମାନିବ ।

ଜୁଏଲାରୀ ମେହେନ୍ଦୀ ଡିଜାଇନ୍‌

ଆପଣଙ୍କୁ ଏଥିପାଇଁ ବ୍ୟାକ୍‌ ହ୍ୟାଣ୍ଡରେ ଲମ୍ବା ମାଳି ଡିଜାଇନ୍‌ କରିବାକୁ ପଡିବ । ମେହେନ୍ଦୀ ଆହୁରି ସୁନ୍ଦର ଲାଗିବା ପାଇଁ ମଝିରେ ମଝିରେ ଫୁଲ ବାଲା ଡିଜାଇନ୍‌ କରିପାରିବେ । କେବଳ ଗୋଟିଏ ଅଙ୍ଗୁଳିରେ ହିଁ ଡିଜାଇନ୍‌ କରନ୍ତୁ । ଅନ୍ୟ ଅଙ୍ଗୁଳିକୁ ଆପଣ ଖାଲି ଛାଡି ଦେଇପାରିବେ କିମ୍ବା ଫୁଲ ଡିଜାଇନ୍‌ କରିପାରିବେ ।

ଜୁଏଲାରୀ ମେହେନ୍ଦୀ ଡିଜାଇନ୍‌

ବହୁ ଜୁଏଲାରୀରେ ମିରର କାମ ହୋଇଥାଏ । ଆପଣ ଚାହିଁଲେ ଏହି ମେହେନ୍ଦୀ ଡିଜାଇନରେ ହାତରେ ମିରର ଚିତ୍ର ଆଙ୍କି ପାରିବେ । ଆପଣ ଏହାର ଛୋଟ କିମ୍ବା ବଡ ଆକାର ବନାଇପାରିବେ । ଏହାର କୋଣରେ ଛୋଟ ଛୋଟ ଫୁଲର ତିନି ଚାରୋଟି ଡିଜାଇନ୍‌ କରିପାରିବେ । ଏହାପରେ ଚେନ୍‌ ବିଡସ୍‌ ତିଆରି କରନ୍ତୁ ଓ ପରସ୍ପର ସହ ଯୋଡି ଦିଅନ୍ତୁ । ହାତ ପାପୁଲିରେ ଏହାର ଡିଜାଇନ୍‌ ପରେ ଅଙ୍ଗୁଳିରେ ମଧ୍ୟ ଏହା ରିପିଟ୍‌ କରନ୍ତୁ ।

ଜୁଏଲାରୀ ମେହେନ୍ଦୀ ଡିଜାଇନ୍‌