ଅଜବ ସଉକ: ଜୋତାରେ ଲାଗିଥିବା ଗୋଡ଼ିକୁ ସଂଗ୍ରହ କରିବା ନିଶା
ଲୋକମାନଙ୍କର ଭିନ୍ନ ଭିନ୍ନ ସଉକ ରହିଛି । କି;ୁ ଆମେ ଏଠି ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଅଭିନବ ସଉକ ଏବେ ଚର୍ଚ୍ଚାର କାରଣ ପାଲଟିଛି । ଆମେ ରାସ୍ତାରେ ଯିବା ବେଳେ ଅଧିକାଂଶ ସମୟରେ ଆମ ଜୋତାରେ ଗୋଡି କିମ୍ବା କଣ୍ଟା ଲାଗିଯାଏ । କି;ୁ ଆମେ ଏହାକୁ କାଢି ଫିଙ୍ଗି ଦେଉ । କି;ୁ ଏହି ବ୍ୟକ୍ତି ଜଣକ ନିଜ ଜୋତାରେ ଲାଗିଥିବା ସମସ୍ତ ଗୋଡି ଓ କଣ୍ଟାକୁ ସଂଗ୍ରହ […]
ଲୋକମାନଙ୍କର ଭିନ୍ନ ଭିନ୍ନ ସଉକ ରହିଛି । କି;ୁ ଆମେ ଏଠି ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଅଭିନବ ସଉକ ଏବେ ଚର୍ଚ୍ଚାର କାରଣ ପାଲଟିଛି । ଆମେ ରାସ୍ତାରେ ଯିବା ବେଳେ ଅଧିକାଂଶ ସମୟରେ ଆମ ଜୋତାରେ ଗୋଡି କିମ୍ବା କଣ୍ଟା ଲାଗିଯାଏ । କି;ୁ ଆମେ ଏହାକୁ କାଢି ଫିଙ୍ଗି ଦେଉ । କି;ୁ ଏହି ବ୍ୟକ୍ତି ଜଣକ ନିଜ ଜୋତାରେ ଲାଗିଥିବା ସମସ୍ତ ଗୋଡି ଓ କଣ୍ଟାକୁ ସଂଗ୍ରହ କରି ରଖନ୍ତି । ଜାପାନରେ ରହୁଥିବା ନିରୁନ ଦାଇସୁକୀ ନାମକ ଏହି ବ୍ୟକ୍ତି ଜଣକ ନିଜ ଜୋତାର ସୋଲ୍ରେ ଲାଗିଥିବା ସମସ୍ତ ଗୋଡିକୁ ସଂଗ୍ରହ କରି ରଖିଛନ୍ତି ।

ପେଶାରେ ଜଣେ କଳାକାର ହୋଇଥିବା ନିରୁନ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଅଭିନବ ସଂଗ୍ରହ ବିଷୟ ସେୟାର କରିବା ପରେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିରୁନ ପ୍ରାୟ ଏକ ବର୍ଷ ଧରି ଏପରି କରି ଆସୁଛନ୍ତି । ଚାଲିବା ବେଳେ ଜୋତାରେ ଲାଗି ଯାଉଥବା ଗୋଡି, କଣ୍ଟା କିମ୍ବା କାଚ ଖଣ୍ଡ ସବୁକୁ ସେ ଏକତ୍ର କରି ରଖିଛନ୍ତି । ଏବେ ତାଙ୍କ ପାଖରେ ୧୭୯ ଟି ଗୋଡି, ୩୨ଟି କାଚ ଖଣ୍ଡ ଓ ଗୋଟିଏ କଣ୍ଟା ରହିଛି । ସେ କହିଛନ୍ତି ତାଙ୍କୁ ଏହି କାମ ଲାଗି ବେଶ୍ ପରିଶ୍ରମ କରିବାକୁ ପଡିଥାଏ । ବହୁ ସମୟରେ ଗୋଡି ଜୋତା ମଧ୍ୟକୁ ଏପରି ଭାବରେ ପଶିଯାଇଥାଏ ଯାହା କାଢିବା କଷ୍ଟକର ହୋଇପଡେ ।

ଏହା କାଢିବା ଲାଗି ସେ ଟୁଥପିକ୍ ବ୍ୟବହାର କରିଥାନ୍ତି । ସୋସିଆଲ୍ ମିଡିଆରେ ନିରୁନଙ୍କ ଏହି ଅଜବ ସଂଗ୍ରହ ନିଶା ଭାଇରାଲ୍ ହେବା ପରେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି । ନିରୁନ କହିଛନ୍ତି ତାଙ୍କ ନୂଆ ଜୋତାରେ ଯେତେବେଳେ ଗୋଡି ପଶିଗଲା ସେତେବେଳେ ସେ ତାହା କାଢିବା ସମୟରେ ଏସବୁକୁ ସଂଗ୍ରହ କରି ରଖିବା ଲାଗି ମନସ୍ଥ କଲେ । ତାଙ୍କ ଘରୁ ଦୋକାନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ସବୁଠୁ ଅଧିକ ଗୋଡି ତାଙ୍କ ଜୋତାରେ ପଶିଯାଏ ବୋଲି ସେ କହିଛନ୍ତି । ଏବେ ଜାପାନର ଲୋକଙ୍କୁ ନିରୁନଙ୍କ ଏହି ଆଇଡିଆ ବେଶ୍ ପସନ୍ଦ ଆସିଛି ଓ ସେମାନେ ତାଙ୍କୁ ଅନୁସରଣ କରିବା ଆରମ୍ଭ କରିଦେଲେଣି ।




