ସାଧାରଣତନ୍ତ୍ର ଦିବସରେ ବନାନ୍ତୁ ଟ୍ରାଇ କଲର ସ୍ୟାଣ୍ଡୱିଚ୍‍….

ସମୟ ଲାଇଭ୍‍, ୨୪/୧: ସାଧାରଣତନ୍ତ୍ର ଦିବସ ଦେଶର ଏକ ପ୍ରମୁଖ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଏହି ଦିନ ଦେଶ ପ୍ରତି ନିଜର କର୍ତ୍ତବ୍ୟବୋଧକୁ ମନେ ପକାଇବା ସହ ନିଜ ପ୍ରିୟଜନଙ୍କ ସହ କିଛ ସମୟ ବିତାଇବା ପାଇଁ ଅବସର ମିଳିଥାଏ। ତେବେ ଏହିଦିନ ଆପଣ କିଛି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବିଚାର କରୁଥିବେ। ତେବେ ଏହି ଦିନ ପ୍ରସ୍ତୁତ କରନ୍ତୁ ଟ୍ରାଇ କଲରର ସ୍ୱାଦିଷ୍ଟ ସ୍ୟାଣ୍ଡୱିଚ୍‍… ଟ୍ରାଇକଲର ସ୍ୟାଣ୍ଡୱିଚ୍‍ ପ୍ରସ୍ତୁତି ପାଇଁ […]

Samaya Live Picture
Published On

ସମୟ ଲାଇଭ୍‍, ୨୪/୧: ସାଧାରଣତନ୍ତ୍ର ଦିବସ ଦେଶର ଏକ ପ୍ରମୁଖ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଏହି ଦିନ ଦେଶ ପ୍ରତି ନିଜର କର୍ତ୍ତବ୍ୟବୋଧକୁ ମନେ ପକାଇବା ସହ ନିଜ ପ୍ରିୟଜନଙ୍କ ସହ କିଛ ସମୟ ବିତାଇବା ପାଇଁ ଅବସର ମିଳିଥାଏ। ତେବେ ଏହିଦିନ ଆପଣ କିଛି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବିଚାର କରୁଥିବେ। ତେବେ ଏହି ଦିନ ପ୍ରସ୍ତୁତ କରନ୍ତୁ ଟ୍ରାଇ କଲରର ସ୍ୱାଦିଷ୍ଟ ସ୍ୟାଣ୍ଡୱିଚ୍‍…

ଟ୍ରାଇକଲର ସ୍ୟାଣ୍ଡୱିଚ୍‍ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ:

ବ୍ରେଡ଼, ଗାଜର, ମିୟୋନିଜ୍‍, ପାଳଙ୍ଗ ଶାଗ, ଚିଲି ଫ୍ଲେକ୍ସ, ଟମାଟୋ ସସ୍‍, ଲୁଣ

ସ୍ୟାଣ୍ଡୱିଚ୍‍ ପ୍ରସ୍ତୁତି ପ୍ରଣାଳୀ:

ଟ୍ରାଇ କଲର ସ୍ୟାଣ୍ଡୱିଚ ପାଇଁ ଆପଣଙ୍କ ତିନୋଟି ରଙ୍ଗ ଦରକାର। ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗ ପାଇବା ପାଇଁ କୌଣସି କେମିକାଲ ଯୁକ୍ତ ରଙ୍ଗ ବ୍ୟବହାର କରନ୍ତୁ ନାହିଁ।
ସ୍ୟାଣ୍ଡୱିଚ୍‍ ପ୍ରସ୍ତୁତିରେ ବ୍ୟବହୃତ ହେବାକୁ ଥିବା ବ୍ରେଡ଼ ହିଁ ଆପଣଙ୍କ ଧଳାରଙ୍ଗର ଆବଶ୍ୟକତା ପୂରଣ କରିବ।
ନାରଙ୍ଗୀ ରଙ୍ଗ ପାଇବା ପାଇଁ ଆପଣ ବଜାରରୁ ନାରଙ୍ଗୀ ରଙ୍ଗର ଗାଜର ବାଛି ଆଣିବା ଜରୁରୀ। ଏହି ଗାଜରକାଟି ଏଥିରେ ମିୟୋନିଜ ଓ ଲୁଣ ପକାଇ ଏକ ଗିନା ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଏକ ଚାମଚ ଓମାଟୋ ସସ୍‍ ପକାଇ ଘାଣ୍ଟନ୍ତୁ।

ସେହିପରି ସବୁଜ ରଙ୍ଗ ପାଇବା ପାଇଁ ଆପଣ ପାଳଙ୍ଗ ଶାଗକୁ ବ୍ୟବହାର କରନ୍ତୁ। ପାଳଙ୍ଗ ଶାଗ ଓ ମିୟୋନିଜ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଚିଲିଫ୍ଲେକ୍ସ ପକାଇବାକୁ ଭୁଲନ୍ତୁ ନାହିଁ। ଶେଷରେ ଏକ ଚାମଚ ଟମାଟୋ ସସ୍‍ ପକାଇ ଭଲ ଭାବେ ମିଶାନ୍ତୁ।
ବର୍ତ୍ତମାନ ଆପଣ ବ୍ରେଡ଼କୁ କୋଣକୁ କୋଣ କାଟି ତ୍ରିଭୁଜାକୃତି ଦିଅନ୍ତୁ। ବ୍ରେଡ଼ର ଦୁଇଟି ସ୍ଲାଇସ୍‍ ନେଇ ଏହା ମଝିରେ ପାଳଙ୍ଗ ଶାଗର ପେଷ୍ଟ ଦିଅନ୍ତୁ। ଏହା ପରେ ବ୍ରେଡ଼ର ଉପର ଅଂଶରେ ଗାଜର ପେଷ୍ଟ ଦିଅନ୍ତୁ। ଏହାପରେ ଆଉ ଏକ ପରସ୍ତ ବ୍ରେଡ଼ ଦିଅନ୍ତୁ।
ଏହାକୁ ରୋଷ୍ଟ କରି ଆପଣ ଆପଣଙ୍କ ପ୍ରିୟଜନଙ୍କୁ ପରଷିବା ସହ ନିଜେ ମଧ୍ୟ ଏହାର ମଜା ନିଅନ୍ତୁ।

Tags: