ନବରାତ୍ରୀରେ ଜାମଦାନୀ ଶାଢୀର ଟ୍ରେଣ୍ଡ
ନବରାତ୍ରୀ ଆନନ୍ଦ, ଉଲ୍ଲାସ, ଭକ୍ତି ଓ ଶ୍ରଦ୍ଧାର ପର୍ବ ହୋଇଥାଏ । ଶୀତର ହାଲ୍କା ଛୁଆଁ ସାଙ୍ଗକୁ କାଶତଣ୍ଡୀ ଫୁଲର ଲହରାୟିତ ନୃତ୍ୟ ଦେହ ଓ ମନରେ ଏକ ଅପୂର୍ବ ପଲକ ଖେଳାଇ ଦେଉଥିବା ବେଳେ ମାଙ୍କ ଆଗମନ ଧରିତ୍ରୀକୁ ଅପରୂପା କରିଦିଏ । ଆକର୍ଷଣୀୟ ପୂଜା ପେଣ୍ଡାଲରେ ଧଳା ଓ ଲାଲ ରଙ୍ଗର ଶାଢୀରେ ସଜିତ ହୋଇ ମହିଳାମାନଙ୍କର ମାଙ୍କୁ ଆରାଧନା ଏକ ଆକର୍ଷଣୀୟ ମାହୋଲ ସୃଷ୍ଟି କରିଥାଏ । ନବରାତ୍ରୀରେ ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ରୀତିନୀତିର […]
ନବରାତ୍ରୀ ଆନନ୍ଦ, ଉଲ୍ଲାସ, ଭକ୍ତି ଓ ଶ୍ରଦ୍ଧାର ପର୍ବ ହୋଇଥାଏ । ଶୀତର ହାଲ୍କା ଛୁଆଁ ସାଙ୍ଗକୁ କାଶତଣ୍ଡୀ ଫୁଲର ଲହରାୟିତ ନୃତ୍ୟ ଦେହ ଓ ମନରେ ଏକ ଅପୂର୍ବ ପଲକ ଖେଳାଇ ଦେଉଥିବା ବେଳେ ମାଙ୍କ ଆଗମନ ଧରିତ୍ରୀକୁ ଅପରୂପା କରିଦିଏ । ଆକର୍ଷଣୀୟ ପୂଜା ପେଣ୍ଡାଲରେ ଧଳା ଓ ଲାଲ ରଙ୍ଗର ଶାଢୀରେ ସଜିତ ହୋଇ ମହିଳାମାନଙ୍କର ମାଙ୍କୁ ଆରାଧନା ଏକ ଆକର୍ଷଣୀୟ ମାହୋଲ ସୃଷ୍ଟି କରିଥାଏ ।

ନବରାତ୍ରୀରେ ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ରୀତିନୀତିର ସହ ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନାର ଯେପରି ବିଶେଷ ମହତ୍ତ୍ୱ ରହିଥାଏ ସାଜସଜାର ମଧ୍ୟ ସେହିପରି ସ୍ୱତନ୍ତ୍ରତା ରହିଥାଏ । ବିଶେଷ କରି ଅଷ୍ଟମୀ ଦିନ ସଂପୂର୍ଣ୍ଣ ଭାବରେ ମା ଦୁର୍ଗାଙ୍କୁ ସମର୍ପିତ । ଏହିଦିନ ମା ଦୁର୍ଗାଙ୍କୁ ଲାଲ ଶାଢୀ ସମର୍ପଣ କରାଯାଏ । ଏହି ରଙ୍ଗ ପ୍ରେମ ଓ ଶକ୍ତିର ପ୍ରତୀକ ହୋଇଥାଏ । ମହିଳାମାନେ ମଧ୍ୟ ବ୍ରତ ରଖିବା ସହ ଲାଲ ବର୍ଡର ବାଲା ଧଳା ଓ କ୍ରିମି କଲରର ଶାଢୀରେ ମହିଳାମାନେ ବେଶ୍ ଆକର୍ଷଣୀୟ ନଜର ଆସିଥାନ୍ତି । ତେବେ ନବରାତ୍ରୀ ପୂଜାରେ ମହିଳାମାନେ କାହିଁକି ଏହି ରଙ୍ଗର ଶାଢୀ ଚୟନ କରିଥାନ୍ତି । ବେଙ୍ଗଲୀ ମହିଳାମାନଙ୍କର ଏହି ଶାଢୀର ଏକ ଝଲକ ଫିଲ୍ମ ଦେବଦାସର ଏକ ଗୀତରେ ଦେଖିବାକୁ ମିଳିଥିଲା । ଫିଲ୍ମର କାହାଣୀ ଅନୁଯାୟୀ ଦୁର୍ଗା ପୂଜା ଉପଲକ୍ଷେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଫିଲ୍ମର ଦୁଇ ମୁଖ୍ୟ ନାୟିକା ପାରୁ ଓ ଚନ୍ଦ୍ରମୁଖୀ କ୍ରିମି ଓ ଲାଲ ରଙ୍ଗର ଶାଢୀରେ ନୃତ୍ୟ କରିଥିଲେ ଯାହା ସମସ୍ତଙ୍କ ମନକୁ କିଣି ନେଇଥିଲା ।
ଖାସ୍ କପଡାରେ ତିଆରି:

ଦୁର୍ଗାଙ୍କ ପୂଜା ସମୟରେ ମହିଳାମାନେ ଯେଉଁ ଶାଢୀ ପିନ୍ଧିଥାନ୍ତି ତାହା ଖାସ୍ କପଡାରେ ତିଆରି ହୋଇଥାଏ । ଏହି ଶାଢୀକୁ ଜାମଦାନୀ କୁହାଯାଏ । ଏହି ଶାଢୀକୁ ଖାସ୍ ହାତରେ ବୁଣି ତିଆରି କରାଯାଏ । ଏହି ଶାଢୀର କପଡା କଟନର ହୋଇଥାଏ । ଏହା ବହୁତ ହାଲ୍କା ହୋଇଥିବାରୁ ପିନ୍ଧିବାକୁ ଆରାମ ଲାଗିଥାଏ । ଏହା ଆର୍ଦ୍ର ଜଳବାୟୁକୁ ମଧ୍ୟ ଅନୁକୂଳ ହୋଇଥାଏ । ସମୟ ସହିତ ଏବେ ଏହି ଶାଢୀରେ ସିá ମିଶାଗଲାଣି । ସବୁ ବୟସର ମହିଳାଙ୍କ ଲାଗି ଏହାର ଭିନ୍ନ ଭିନ୍ନ ଡିଜାଇନ୍ ଉପଲବ୍ଧ ।
ପରମ୍ପରାଗତ ରଙ୍ଗ:

ପଶ୍ଚିମବଙ୍ଗରେ ଧଳା ଓ ଲାଲ ରଙ୍ଗ ଏକ ପରମ୍ପରାଗତ ରଙ୍ଗ । ଏହି କାରଣରୁ ବିବାହିତ ମହିଳା ନବରାତ୍ରୀ ସମୟରେ ଏହି ଶାଢୀ ପିନ୍ଧିଥାନ୍ତି । ଶାଢୀ ସହିତ ଏମାନେ ବହୁତ ସୁନ୍ଦର ଶୃଙ୍ଗାର ମଧ୍ୟ କରିଥାନ୍ତି । ଏହି ଶାଢୀ ସହିତ ଲାଲ୍ ବିନ୍ଦି, ସିନ୍ଦୁର, ସୁନା ଗହଣା ପିନ୍ଧି ମହିଳାମାନେ ସାକ୍ଷାତ ଦେବୀଙ୍କ ପରି ଦେଖାଯାଇଥାନ୍ତି । ଦୁର୍ଗା ଅଷ୍ଟମୀ ଦିନ ମହିଳାମାନେ ଏହି ଶାଢୀ ପିନ୍ଧି ମାଙ୍କ ପୂଜା କରିବା ସହ ଦଶହରା ଦିନ ମଧ୍ୟ ବେଙ୍ଗଲୀ ମହିଳାମାନେ ଏହି ଶାଢୀ ପିନ୍ଧି ମାଙ୍କୁ ସିନ୍ଦୁର ଚଢାଇବା ସହ ସିନ୍ଦୁର ଖେଳ ଖେଳିଥାନ୍ତି ।
ଜାମଦାନୀ ଶାଢୀର ବହୁ ଭେରାଇଟି:

ଏହି ଶାଢୀର ବିଶେଷତ୍ୱ ହେଉଛି ଏହାର ବହୁ ଭେରାଇଟି ସହଜରେ ମିଳିଯାଏ । ଏହା ଧଳା ଓ ଲାଲ ରଙ୍ଗର ହେବା ସହ ଏହାର ବହୁ ଫ୍ଲୋରାଲ ଡିଜାଇନ୍ ମଧ୍ୟ ମିଳିଯାଏ । ଏହା ଦେଖିବାକୁ ବି ବହୁତ ଆକର୍ଷଣୀୟ ।




