ପଣସ ପାୟସ

ଓଡିଆ ରୁଚି

 ପଣସ ପାୟସ
Ipsita Picture
By: Ipsita


ସାମଗ୍ରୀ - ପାଚିଲା ପଣସ, କ୍ଷୀର, ନଡିଆ କୋରା, କଞ୍ଚା ଛେନା, ଅରୁଆ ଚାଉଳ, କାଜୁ, କିସମିସ, ଗୁଜୁରାତି, ଚିନି ।
ପ୍ରଣାଳୀ - ପାଚିଲା ପଣସରୁ ରସ ବାହାର କରି ରଖନ୍ତୁ । ଗୁଜୁରାତିକୁ ଗୁଣ୍ଡ କରିବା ସହିତ କାଜୁ, କିସମିସକୁ ଘିଅରେ ଭାଜି ରଖନ୍ତୁ । ପ୍ରଥମେ କ୍ଷୀରକୁ ଗ୍ୟାସରେ ବସାଇ ଫୁଟାନ୍ତୁ । କ୍ଷୀର ଫୁଟିଆସିଲା ବେଳକୁ ଚାଉଳକୁ ଭଲଭାବେ ଧୋଇ ଏଥିରେ ପକାଇ ଦିଅନ୍ତୁ । ଏହାର କିଛି ସମୟ ପରେ ପଣସ ରସ ପକାନ୍ତୁ । ଏହାପରେ ଏଥିରେ ଚିନି, ଛେନା, ନଡିଆ କୋରା ପକାନ୍ତୁ । ଏହି ମିଶ୍ରଣ ବହଳିଆ ହୋଇ ଆସିଲେ ସେଥିରେ ଭଜା କାଜୁ, କିସମିସ ପକାଇ ଗୋଳାଇ ନିଅନ୍ତୁ, ପ୍ରସ୍ତୁତ ହୋଇଯିବ ପଣସ ପାୟସ ।

ସମ୍ବନ୍ଧିତ ଖବର ଶୀତଦିନେ ବନ୍ଦ କରନ୍ତୁ ନାହିଁ ଝରକା

Tags:

Related Posts