ପଣସରେ ବନାନ୍ତୁ ଏହି ସ୍ୱାଦିଷ୍ଟ ବଞ୍ଜନ

ସମୟ ଲାଇଭ,୧୫/୪: ଗ୍ରୀଷ୍ମଋତୁରେ ବଜାରରେ କଞ୍ଚା ପଣସ ପ୍ରଚୁର ପରିମାଣରେ ଉପଲବ୍ଧ। ଲକ୍‍ ଡ଼ାଉନ୍‍ ସାରା ଦିନ ଘରେ ରହିବାକୁ ପଡ଼ୁଥିବାର କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ମଧ୍ୟ ଖାଇବାକୁ ଇଚ୍ଛା କରୁଥିବେ। ଏମିତିରେ ଆପଣ ପଣସରେ ଖୁବ୍‍ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ। ତେବେ ଏହି ବ୍ୟଞ୍ଜନର ନାମ ଜାଣିବା ପୂର୍ବରୁ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ। ସାମଗ୍ରୀ : ପଣସ, ବେସନ, କର୍ଣ୍ଣଫ୍ଲୋର, ରିଫାଇନ୍‍ ତେଲ, ଲୁଣ, […]

Samaya Live Picture
Published On

ସମୟ ଲାଇଭ,୧୫/୪: ଗ୍ରୀଷ୍ମଋତୁରେ ବଜାରରେ କଞ୍ଚା ପଣସ ପ୍ରଚୁର ପରିମାଣରେ ଉପଲବ୍ଧ। ଲକ୍‍ ଡ଼ାଉନ୍‍ ସାରା ଦିନ ଘରେ ରହିବାକୁ ପଡ଼ୁଥିବାର କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ମଧ୍ୟ ଖାଇବାକୁ ଇଚ୍ଛା କରୁଥିବେ। ଏମିତିରେ ଆପଣ ପଣସରେ ଖୁବ୍‍ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ। ତେବେ ଏହି ବ୍ୟଞ୍ଜନର ନାମ ଜାଣିବା ପୂର୍ବରୁ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ।

ସାମଗ୍ରୀ :

ପଣସ, ବେସନ, କର୍ଣ୍ଣଫ୍ଲୋର, ରିଫାଇନ୍‍ ତେଲ, ଲୁଣ, ହଳଦୀ, ପିଆଜ-ଅଦା-ରସୁଣ ପେଷ୍ଟ, ଲଙ୍କାଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପଣସ ଛୋଟ ଛୋଟ କରି କାଟି ଭଲରେ ଧୋଇ ଦିଅନ୍ତୁ। ଏକ ପ୍ରେସରକୁକରରେ ଅଳ୍ପ ପାଣି , ଲୁଣ ଓ ହଳଦୀ ପକାଇ ପଣସକୁ ସିଝାଇ ଦିଅନ୍ତୁ। ପଣସ ଭଲ ଭାବରେ ସିଝିଗଲେ ଏହାକୁ ଏକ ପାତ୍ରକୁ କାଢ଼ି ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ।
ଅନ୍ୟ ଏକ ପାତ୍ରରେ ବେସନ, କର୍ଣ୍ଣଫ୍ଲୋର, ଅଳ୍ପ ଲୁଣ, ଲଙ୍କାଗୁଣ୍ଡ ଓ ପିଆଜ-ଅଦା-ରସୁଣ ପେଷ୍ଟ ଓ ଅଳ୍ପ ପାଣି ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଆପଣ ଚାହିଁଲେ ପଣସ ସିଝାରେ ଥିôବା ପାଣି ଏହୀି ମିଶ୍ରଣ ପ୍ରସ୍ତୁତିରେ ବ୍ୟବହାର କରିପାରିବେ। ତେବେ ଧ୍ୟାନ ରଖିବେ ଏହି ମିଶ୍ରଣ ଯେପରି ପାଣିଆ ନହୁଏ।
ଏଥର ଆପଣ ସିଝା ପଣସକୁ ଏହି ପକାଇ ଭଲ ଭାବରେ ଗୋଳାଇଦିଅନ୍ତୁ। କଢ଼େଇରେ ତେଲ ପକାଇ ଗ୍ୟାସରେ ବସାନ୍ତୁ। ତେଲ ଗରମ ହୋଇ ଆସିଲେ ଖଣ୍ଡ ପଣସ ମିଶ୍ରଣ ସହିତ ଛାଣନ୍ତୁ। ଦେଖନ୍ତୁ ଆପଣଙ୍କ ସ୍ୱରଦିଷ୍ଟ ପଣସ କଟଲେଟ ପ୍ରସ୍ତୁତ ହୋଇଗଲା
ଆପଣ ଏହାକୁ ସସ୍‍ କିମ୍ବା ଚଟଣି ସହ ପରଷନ୍ତୁ।
ଆପଣଙ୍କ ପାଖରେ ଯଦି ଏପରି କିଛି ନୂଆ ସ୍ୱାଦିଷ୍ଟ ଖାଦ୍ୟରେ ରେସିପି ଅଛି ତେବେ ଫଟୋ ସହ ପ୍ରସ୍ତୁତି ପ୍ରଣାଳୀ ଆମକୁ ଲେଖି ପଠାନ୍ତୁ।

new.samayalive@gmail.com

 

Tags: