ଇନସୋମେନିଆ : ଅନିଦ୍ରା ରୋଗ ପାଇଁ ରାତିରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

ସ୍ଲିପ ଡ଼ିଜଅର୍ଡର ବା ରାତିରେ ଭଲ ନିଦ ନହେବା I ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ,ଅନିୟମିତ ଖାଦ୍ୟ ପାନୀୟ ଯୋଗୁଁ ଏହି ଅନିଦ୍ରା ଜନିତ ରୋଗ ସମସ୍ତଙ୍କୁ ମାଡି ବସିଛି I ଘରେ ଘରେ ଏହା ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହେଲାଣି I କିଛି ଲୋକ ରାତିରେ ଶାନ୍ତିରେ ଶୋଇ ନପାରିବାରୁ ପରଦିନ ଥକ୍କା ଅନୁଭବ କରନ୍ତି Iଏଥି ପାଇଁ ବେଳେବେଳେ ଚିଡିଚିଡା ପଣ ଦେଖା ଦିଏ I ଏହାବାଦ ରାତିରେ ଠିକ ଭାବରେ […]

Samaya Live Picture
Published On

ସ୍ଲିପ ଡ଼ିଜଅର୍ଡର ବା ରାତିରେ ଭଲ ନିଦ ନହେବା I ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ,ଅନିୟମିତ ଖାଦ୍ୟ ପାନୀୟ ଯୋଗୁଁ ଏହି ଅନିଦ୍ରା ଜନିତ ରୋଗ ସମସ୍ତଙ୍କୁ ମାଡି ବସିଛି I ଘରେ ଘରେ ଏହା ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହେଲାଣି I କିଛି ଲୋକ ରାତିରେ ଶାନ୍ତିରେ ଶୋଇ ନପାରିବାରୁ ପରଦିନ ଥକ୍କା ଅନୁଭବ କରନ୍ତି Iଏଥି ପାଇଁ ବେଳେବେଳେ ଚିଡିଚିଡା ପଣ ଦେଖା ଦିଏ I ଏହାବାଦ ରାତିରେ ଠିକ ଭାବରେ ନିଦ ନ ହେବା ଯୋଗୁଁ ଏହାର ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ସବୁ ମଧ୍ୟ ଦେଖା ଯାଇଥାଏ I ଏହି ସମସ୍ୟା ର କିପରି ସମାଧାନ କରିବେ ଆସନ୍ତୁ ଜାଣିବା :

ସ୍ଲିପ ଡ଼ିଜଅର୍ଡର ପାଇଁ ଅନେକ କାରଣ ଥାଇପାରେ, କିନ୍ତୁ ବେଳେବେଳେ ରାତିରେ ଭୁଲ ଖାଇବା ଅଭ୍ୟାସ ହେତୁ ଏହି ସମସ୍ୟା ମଧ୍ୟ ହୋଇପାରେ I ଏମିତିରେ ମଧ୍ୟ ରାତିରେ ନ ଖାଇବା ଦ୍ୱାରା ଭଲ ନିଦ ହୋଇ ନଥାଏ I କିନ୍ତୁ ବେଳେବେଳେ ଆପଣ ଏପରି କିଛି ଜିନିଷ ନିଜ ରାତି ଖାଦ୍ୟ ରେ ସାମିଲ କରିଥାନ୍ତି,ଯାହା ଆପଣଙ୍କ ନିଦକୁ ବ୍ୟାହତ କରିଥାଏ I ଗ୍ରେଟର ନୋଏଡାର ଜିଏମ୍ଏସ୍ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡକ୍ଟର ଆୟୁଷୀ ଯାଦବ କହିଛନ୍ତି ଯେ ଏମିତି କେଉଁ ଆମକୁ ରାତିରେ ଶୋଇବା ପୂର୍ବରୁ ଖାଇବା ଉଚିତ୍ ନୁହେଁ।

୧ . ଚକୋଲେଟ୍ :
ପ୍ରତ୍ୟେକ ବୟସର ଲୋକମାନେ ଚକୋଲେଟ୍ ଖାଇବାକୁ ପସନ୍ଦ କରନ୍ତି I ଏହି ମଧୁର ଜିନିଷରୁ ସ୍ୱାସ୍ଥ୍ୟ ପାଇଁ ଅନେକ ଅସୁବିଧା ଅଛି, ଯଦି ଏହାକୁ ରାତିରେ ଶୋଇବା ପୂର୍ବରୁ ଖାଆନ୍ତି, ତେବେ ଏହା ଆପଣଙ୍କ ନିଦକୁ ବ୍ୟାଘାତ କରିଥାଏ I
୨ . ଚିପ୍ସ
ବେଳେ ବେଳେ ଆମେ ରାତିରେ ଭୋକ ଲାଗିଲେ ଚିପ୍ସ ଆଦି ଖାଇ ଦେଇ ଥାଉ I କିନ୍ତୁ ଏହା ସ୍ୱାସ୍ଥ୍ୟ ପକ୍ଷେ ବହୁତ ବଡ କ୍ଷତି କରିଥାଏ I ରାତିରେ ଚିପ୍ସ ଖାଇବା ଦ୍ୱାରା ଏହାର ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୁଏ ଏବଂ ତା’ପରେ ପେଟ ଖରାପ ହୋଇ ଶୋଇବାରେ ବାଧା ସୃଷ୍ଟି ହୋଇଥାଏ I

୩ . ରସୁଣ :
ରସୁଣକୁ ଆମେ ମସଲା ଭାବରେ ବ୍ୟବହାର କରାଯାଏ ଏବଂ ଏହା ଆମ ଖାଦ୍ୟର ସ୍ୱାଦ ବଢାଇ ଥାଏ I ରସୁଣର ଫସଫରସ୍ ଏବଂ ପୋଟାସିୟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ରହି ଥିବାରୁ ଏହା ପ୍ରବଳ ଗନ୍ଧହୋଇଥାଏ I ରସୁଣ ଆମ ଅସ୍ଥି ମଜ୍ଜା କୁ ସୁଦୃଢ କରେ I କିନ୍ତୁ ରାତିରେ କଞ୍ଚା ରସୁଣ ଖାଇବା ଦ୍ୱାରା ନିଦରେ ବ୍ୟାଘାତ ସୃଷ୍ଟି ହୁଏ Iଏଥିରେ ଥିବା ରାସାୟନିକ ପଦାର୍ଥ ରାତ୍ରି ଅନିଦ୍ରାର ମୁଖ୍ୟ କାରଣ ହୋଇଥାଏ I

Tags: