ଗୋଟିଏ ସନ୍ତାନକୁ ଦୁଇଥର ଜନ୍ମ ଦେଲେ ମହିଳା

ମା ହେବା ପରେ ଜଣେ ନାରୀର ଜୀବନ ସାର୍ଥକ ହୋଇଥାଏ । ମା ହେବା ପାଇଁ ଦୀର୍ଘ ୯ ମାସର ଗର୍ଭ ଯନ୍ତ୍ରଣା ତା ପାଇଁ ଏକ ଦୀର୍ଘ ଯାତ୍ରା ହୋଇଥାଏ । ଏହି ସମୟରେ ଶରୀରରେ ଆସୁଥିବା ପରିବର୍ତ୍ତନ କାରଣରୁ ସ୍ୱଭାବରେ ବି ପରିବର୍ତ୍ତନ ଆସିଥାଏ । ୯ମାସ ପରେ ଯେତେବେଳେ ଜଣେ ନାରୀ ସନ୍ତାନ ଜନ୍ମ ଦେଇଥାଏ ସେତେବେଳେ ସେ ସମସ୍ତ ଯନ୍ତ୍ରଣା ଭୁଲିଯାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କୌଣସି […]

Samaya Live Picture
Published On

ମା ହେବା ପରେ ଜଣେ ନାରୀର ଜୀବନ ସାର୍ଥକ ହୋଇଥାଏ । ମା ହେବା ପାଇଁ ଦୀର୍ଘ ୯ ମାସର ଗର୍ଭ ଯନ୍ତ୍ରଣା ତା ପାଇଁ ଏକ ଦୀର୍ଘ ଯାତ୍ରା ହୋଇଥାଏ । ଏହି ସମୟରେ ଶରୀରରେ ଆସୁଥିବା ପରିବର୍ତ୍ତନ କାରଣରୁ ସ୍ୱଭାବରେ ବି ପରିବର୍ତ୍ତନ ଆସିଥାଏ । ୯ମାସ ପରେ ଯେତେବେଳେ ଜଣେ ନାରୀ ସନ୍ତାନ ଜନ୍ମ ଦେଇଥାଏ ସେତେବେଳେ ସେ ସମସ୍ତ ଯନ୍ତ୍ରଣା ଭୁଲିଯାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କୌଣସି ମହିଳା ଗୋଟିଏ ସନ୍ତାନକୁ ଦୁଇଥର ଜନ୍ମ ଦେବାର । ଏହା ଆପଣଙ୍କୁ ଅସମ୍ଭବ ବୋଲି ମନେ ହେବ । କିନ୍ତୁ ଆମେରିକାର ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି । ନିଜ କନ୍ୟା ସନ୍ତାନକୁ ମହିଳା ଦୁଇଥର ଜନ୍ମ ଦେଇଛନ୍ତି ।

ଗୋଟିଏ ସନ୍ତାନକୁ ଦୁଇଥର ଜନ୍ମ ଦେଲେ ମହିଳା
ଜ୍ୟାକଲିନ୍‌ ସ୍କୁମର

ଦି ସନ୍‌ େୱବସାଇଟ୍‌ ରିପୋର୍ଟ ଅନୁସାରେ ଜ୍ୟାକଲିନ୍‌ ସ୍କୁମର ନାମକ ଏହି ମହିଳା ଏକ ଟିକଟକ୍‌ ଭିଡିଓରେ କହିଛନ୍ତି କିପରି ତାଙ୍କୁ ତାଙ୍କ ପ୍ରଥମ ସନ୍ତାନକୁ ଦୁଇଥର ଜନ୍ମ ଦେବାକୁ ପଡିଛି । ଜ୍ୟାକଲିନ୍‌ କହିଛନ୍ତି ତାଙ୍କ କନ୍ୟାକୁ ଗର୍ଭରୁ ସ୍ପିନା ବାଇଫିଡା ନାମକ ଏକ ରୋଗ ହୋଇଥିଲା । ଏହା ଏକ ଶାରୀରିକ ବିକାର ଯାହା ଗର୍ଭରେ ଥିବା ଶିଶୁର ହାଡ ଠିକ୍‌ ଭାବେ ବିକଶିତ ହେବାରେ ବାଧା ସୃଷ୍ଟିି କରେ ।

ଯେତେବେଳେ ଡାକ୍ତର ଏ ବିଷୟରେ ଜାଣିଲେ ସେତେବେଳେ ସେମାନେ ଶିଶୁର ସର୍ଜରୀ କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ସେ ଜ୍ୟାକଲିନଙ୍କ ଗର୍ଭରୁ ମାତ୍ର ୨୩ ସପ୍ତାହର ଶିଶୁକୁ ବାହାରକୁ ଆଣିଲେ ଓ ତାର ସ୍ପାଇନାଲ୍‌ ସର୍ଜରୀ କଲେ । ଏହାପରେ ପୁଣି ତାକୁ ମା ଗର୍ଭରେ ରଖିଦେଲେ । ଶିଶୁକୁ ପୁନର୍ବାର ୧୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭରେ ରଖାଯାଇଛି । ଏବେ ଜ୍ୟାକଲିନ୍‌ ୩୦ସପ୍ତାହର ପ୍ରେଗନାଣ୍ଟ ଅଛନ୍ତି ଓ ତାଙ୍କୁ ସଂପୂର୍ଣ୍ଣ ବେଡ୍‌ ରେଷ୍ଟରେ ରହିବାକୁ କୁହାଯାଇଛି । ପ୍ରତି ସପ୍ତାହରେ ଜ୍ୟାକଲିନ୍‌ ଫ୍ଲìଇଡ୍‌ ସ୍ତର ଯାଞ୍ଚ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ।