ଆମେରିକାର ଇତିହାସ ସୁଧାରିବେ ଭାରତର ଝିଅ ପ୍ରସିଦ୍ଧା
ସାଧାରଣତଃ ଜଣେ ୧୭ ବର୍ଷର ବିଦ୍ୟାର୍ଥୀଙ୍କ ଚିନ୍ତା ସ୍କୁଲ ପାଠ୍ୟକ୍ରମ, ପରୀକ୍ଷା ଏବଂ ଭବିଷ୍ୟତ ଆଦି ପ୍ରସଙ୍ଗ ହୋଇପାରେ । ହେଲେ ଆମେରିକାଭର୍ଜିନିଆର ଫେୟାରଫ୍ୟାକ୍ସ କାଉଣ୍ଟିରେ ରହୁଥିବା ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧା ପଦ୍ମନାଭନଙ୍କ ଚିନ୍ତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ସେ ନିଜସ୍ୱ ଭବିଷ୍ୟତ ପାଇଁ ନୁହେଁ ବରଂ ଇତିହାସ ବିଷୟରେ ବେଶ୍ ଚିନ୍ତିତ । ଆମେରିକୀୟ ବିଦ୍ୟାଳୟଗୁଡ଼ିକରେ ଇତିହାସ ପାଠ୍ୟକ୍ରମରେ ମହିଳା, ବିଶେଷକରି କୃଷ୍ଣକାୟ ମହିଳାମାନଙ୍କ ଅବଦାନ ବିଷୟରେ ଅଳ୍ପ କିଛି ଲେଖାଯାଇଛି । ତେଣୁ […]
ସାଧାରଣତଃ ଜଣେ ୧୭ ବର୍ଷର ବିଦ୍ୟାର୍ଥୀଙ୍କ ଚିନ୍ତା ସ୍କୁଲ ପାଠ୍ୟକ୍ରମ, ପରୀକ୍ଷା ଏବଂ ଭବିଷ୍ୟତ ଆଦି ପ୍ରସଙ୍ଗ ହୋଇପାରେ । ହେଲେ ଆମେରିକାଭର୍ଜିନିଆର ଫେୟାରଫ୍ୟାକ୍ସ କାଉଣ୍ଟିରେ ରହୁଥିବା ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧା ପଦ୍ମନାଭନଙ୍କ ଚିନ୍ତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ସେ ନିଜସ୍ୱ ଭବିଷ୍ୟତ ପାଇଁ ନୁହେଁ ବରଂ ଇତିହାସ ବିଷୟରେ ବେଶ୍ ଚିନ୍ତିତ । ଆମେରିକୀୟ ବିଦ୍ୟାଳୟଗୁଡ଼ିକରେ ଇତିହାସ ପାଠ୍ୟକ୍ରମରେ ମହିଳା, ବିଶେଷକରି କୃଷ୍ଣକାୟ ମହିଳାମାନଙ୍କ ଅବଦାନ ବିଷୟରେ ଅଳ୍ପ କିଛି ଲେଖାଯାଇଛି । ତେଣୁ ପ୍ରଥମ ଥର ପାଇଁ ପ୍ରସିଦ୍ଧାଙ୍କ ଉଦ୍ୟମ ଯୋଗୁଁ ଆମେରିକାର ସ୍କୁଲ ପାଠ୍ୟକ୍ରମରେ ମହିଳାମାନଙ୍କୁ ସେମାନଙ୍କର ଉପଯୁକ୍ତ ସ୍ଥାନ ଦେବାର ଆଶା ବଢିଯାଇଛି ।
ଏହିକ୍ରମରେ ଫେୟାରଫ୍ୟାକ୍ସ କାଉଣ୍ଟି ସ୍କୁଲରେ ଇତିହାସ ପାଠ୍ୟକ୍ରମରେ ପରିବର୍ତ୍ତନ ଆରମ୍ଭ ହୋଇଛି । ଆମେରିକାର ଟେକ୍ସାସରେ ଜନ୍ମଗ୍ରହଣ କରିଥିବା ପ୍ରସିଦ୍ଧାଙ୍କ ପିତାମାତା ତାମିଲନାଡୁର ମୂଳବାସିନ୍ଦା । ତେଣୁ ପ୍ରସିଦ୍ଧା ଉଭୟ ଇଂରାଜୀ ଏବଂ ତାମିଲ ଭାଷା କୁହନ୍ତି । ଭାରତୀୟ ଐତିହ୍ୟ ଏବଂ ମହିଳା ଭାବରେ ପରିଚୟକୁ ପ୍ରସିଦ୍ଧା ଅତି ଗୁରୁତର ସହ ଗ୍ରହଣ କରନ୍ତି । ପ୍ରସିଦ୍ଧାଙ୍କ ବିଦ୍ୟାଳୟ ପୁସ୍ତକଗୁଡ଼ିକରେ ମହିଳାଙ୍କ ଅବଦାନ କ୍ୱଚିତ୍ ଉଲ୍ଲେଖ କରାଯାଇଥିଲା, ଯାହା ତାଙ୍କୁ ବ୍ୟଥିତ କରିଥିଲା । ତେଣୁ ଯେତେବେଳେ ସେ ବିଦ୍ୟାଳୟ ପାଠ୍ୟକ୍ରମ ବାହାରେ ନିଜେ ଅନୁସନ୍ଧାନ କରିବା ଆରମ୍ଭ କଲେ, ଆମେରିକାର ଇତିହାସରେ ମହିଳାମାନଙ୍କର ବଡ଼ ଯୋଗଦାନ ଥିବା ଜାଣିବାକୁ ପାଇଲେ ।

ସେମାନଙ୍କ ମଧ୍ୟରେ ମଧ୍ୟ ଅଶେ୍ୱତ ନାରୀମାନଙ୍କର ଅବଦାନ ବିଶେଷ ଥିଲା, କି;ୁ ଏସବୁ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇନଥିଲା । ୨୦୨୦ କରୋନା ଅବଧି ସମୟରେ ପ୍ରସିଦ୍ଧା ମହିଳାମାନଙ୍କ ପାଇଁ ଏକ ଏନଜିଓ ଗଠନ କରିଥିଲେ । ଏହା ମାଧ୍ୟମରେ ସେ ଏକ ଆବେଦନ ଦାଖଲ କରି ଇତିହାସ ପାଠ୍ୟକ୍ରମରେ ମହିଳାମାନଙ୍କ ସଠିକ୍ ଅବଦାନକୁ ଉଲ୍ଲେଖ କରିବା ପାଇଁ ଦାବି ଜଣାଇଲେ । ପ୍ରସିଦ୍ଧା କୁହନ୍ତି ଯେ ପ୍ରାରମ୍ଭରେ ତାଙ୍କୁ ବହୁତ ଅବହେଳା କରାଯାଇଥିଲା । ଉଭୟ ଛାତ୍ର ଏବଂ ଅଭିଭାବକ ଏହି ଅଭିଯାନର ମହତ୍ତ୍ୱକୁ ବୁଝିପାରିଲେ ନାହିଁ । ହେଲେ ଧୀରେଧୀରେ ଏହି ଅଭିଯାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲା । ତେବେ ପ୍ରଥମ ଥର ପାଇଁ ତାଙ୍କ ଅଭିଯାନର ଗୁରୁତ୍ୱକୁ ଫେୟାରଫ୍ୟାକ୍ସ କାଉଣ୍ଟି ପବ୍ଲିକ୍ ସ୍କୁଲ୍ ବୁଝିପାରିଲେ । ଏହାପରେ କରୋନା କାଳରେ ପ୍ରିସଦ୍ଧା ଅନଲାଇନ୍ ଶିକ୍ଷକଙ୍କ ସହ ମିଶି ପାଠ୍ୟକ୍ରମ ବଦଳାଇବା କାମ ଆରମ୍ଭ କଲେ । ତେବେ ପ୍ରସିଦ୍ଧାଙ୍କ ଏହି ଉଦମ୍ୟ ବିଶ୍ୱ ପରିଚିତ କରିଛି ।




