ଧିର ଜେନେଟିକ୍‌ ପରିବର୍ତ୍ତନ ଆୟୁ ବଢ଼ାଏ

ବିଭିନ୍ନ ପ୍ରକାର ଗବେଷଣାରୁ ଅନେକ ସମୟରେ ଏଭଳି ତଥ୍ୟ ମିଳିଥାଏ, ଯାହା ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଏକ ଗବେଷଣାର ତଥ୍ୟ ଅନୁସାରେ ଗୋଟିଏ ଜୀବନ୍ତ ଶରୀରରେ ଜେନେଟିକ୍‌ କୋଡ୍‌ ଯେତେ ଧୀରେ ପରିବର୍ତ୍ତନ ହୁଏ, ବଞ୍ଚିରହିବାର ସମୟ ମଧ୍ୟ ସେତେ ବଢିଥାଏ । ଏହି ଗବେଷଣାରେ ବୟସାଧିକ କାରଣରୁ ଶରୀରରେ ହେଉଥିବା ଜେନେଟିକ୍‌ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି । ଇଂଲଣ୍ଡର େୱଲକମ୍‌ ସାଙ୍ଗର ଇନ୍‌ଷ୍ଟିଚୁ୍ୟଟ୍‌ ଏ ନେଇ ଗବେଷଣା କରିଛି । ଏଠିକାର ଗବେଷକ […]

Samaya Live Picture
Published On

ବିଭିନ୍ନ ପ୍ରକାର ଗବେଷଣାରୁ ଅନେକ ସମୟରେ ଏଭଳି ତଥ୍ୟ ମିଳିଥାଏ, ଯାହା ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଏକ ଗବେଷଣାର ତଥ୍ୟ ଅନୁସାରେ ଗୋଟିଏ ଜୀବନ୍ତ ଶରୀରରେ ଜେନେଟିକ୍‌ କୋଡ୍‌ ଯେତେ ଧୀରେ ପରିବର୍ତ୍ତନ ହୁଏ, ବଞ୍ଚିରହିବାର ସମୟ ମଧ୍ୟ ସେତେ ବଢିଥାଏ । ଏହି ଗବେଷଣାରେ ବୟସାଧିକ କାରଣରୁ ଶରୀରରେ ହେଉଥିବା ଜେନେଟିକ୍‌ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି । ଇଂଲଣ୍ଡର େୱଲକମ୍‌ ସାଙ୍ଗର ଇନ୍‌ଷ୍ଟିଚୁ୍ୟଟ୍‌ ଏ ନେଇ ଗବେଷଣା କରିଛି । ଏଠିକାର ଗବେଷକ ମାନେ ୧୬ଟି ଜୀବନ୍ତ ପ୍ରଜାତି ଯଥା ମଣିଷ, ମୂଷା, ସିଂହ, ବାଘ, ଜିରାଫ, କ୍ୟାନସର ସହ ସବୁଠାରୁ ଅଧିକ ଲଢିପାରୁଥିବା ମୋଲ୍‌ ପ୍ରଜାତିର ମୂଷା ଆଦିଙ୍କୁ ନେଇ ଗବେଷଣା କରିଛନ୍ତି ।

ଧିର ଜେନେଟିକ୍‌ ପରିବର୍ତ୍ତନ ଆୟୁ ବଢ଼ାଏ

ଏହି ଗବେଷଣାର ତଥ୍ୟ ଅନୁସାରେ ସ୍ତନ୍ୟପାୟୀ ପ୍ରାଣୀମାନେ ଅନ୍ୟ ପ୍ରାଣୀଙ୍କଠାରୁ ଅଧିକ ଦିନ ବଞ୍ଚିଥାଆନ୍ତି । ଏହା କେବଳ ଜେନେଟିକ୍‌ ପରିବର୍ତ୍ତନ କାରଣରୁ ସମ୍ଭବ ହୋଇଥାଏ । ଜେନେଟିକ୍‌ ପରିବର୍ତ୍ତନ ଅର୍ଥାତ ସୋମାଟିକ୍‌ ମୁ୍ୟଟେସନ୍‌ ଗୋଟିଏ ଜୀବନ୍ତ ସେଲ୍‌ରେ ଜୀବନ ସାରା ହୋଇଥାଏ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିବା ବେଳେ, ବର୍ଷେ ଭିତରେ ଗୋଟିଏ ମଣିଷ ଶରୀରରେ ପ୍ରାୟ ୨୦ରୁ ୫୦ଟି ମୁ୍ୟଟେସନ୍‌ ହୋଇଥାଏ । ଏହି ମୁ୍ୟଟେସନ୍‌ କୌଣସି କ୍ଷତିକାରକ ନଥାଏ । ହେଲେ ଏଥିରୁ କିଛିଟା ଅନ୍ୟ ସେଲ୍‌ ପାଇଁ କ୍ଷତିକାରକ ସାଜିଥାଏ । ସେହିଭଳି ଏହି ଗବେଷଣାରୁ ଅନେକ ତଥ୍ୟ ହାସଲ ହୋଇଛି । ତଥ୍ୟ ଅନୁସାରେ ସୋମାଟିକ୍‌ ମୁ୍ୟଟେସନ୍‌ କମିଲେ ପ୍ରଜାତି ଗୁଡିକର ବୟସସୀମା ବଢିଥାଏ ।