ଲାଲ୍‌ କେଶ ପାଇଁ ଘରୋଇ ଉପାୟ

ବର୍ତ୍ତମାନ ସମୟରେ କେଶକୁ ରଙ୍ଗୀନ କରିବା ଏକ ଟ୍ରେଣ୍ଡ୍‌ ପାଲଟିଛି । ବଜାରରେ ବି ଏମିତି ଅନେକ ରେଡିମେଡ୍‌ ହେୟାର୍‌ କଲର୍‌ ମିଳୁଛି, ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ କେଶକୁ ମନପସନ୍ଦର ରଙ୍ଗକୁ ବଦଳାଇପାରୁଛନ୍ତି । ହେଲେ ଏଥିରେ ମିଶୁଥିବା କେମିକାଲ୍‌ କାରଣରୁ ଅନେକ ସମୟରେ ବିଭିନ୍ନ ପ୍ରକାରର କେଶ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଏନେଇ ସର୍ବୋତ୍ତମ ବିକଳ୍ପ ହେଉଛି ମେହେନ୍ଦୀ । ପ୍ରାକୃତିକ ଉପାୟରେ ମେହେନ୍ଦିରେ କିଛି ସାମଗ୍ରୀ ମିଶ୍ରଣ କରି […]

Samaya Live Picture
Published On

ବର୍ତ୍ତମାନ ସମୟରେ କେଶକୁ ରଙ୍ଗୀନ କରିବା ଏକ ଟ୍ରେଣ୍ଡ୍‌ ପାଲଟିଛି । ବଜାରରେ ବି ଏମିତି ଅନେକ ରେଡିମେଡ୍‌ ହେୟାର୍‌ କଲର୍‌ ମିଳୁଛି, ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ କେଶକୁ ମନପସନ୍ଦର ରଙ୍ଗକୁ ବଦଳାଇପାରୁଛନ୍ତି । ହେଲେ ଏଥିରେ ମିଶୁଥିବା କେମିକାଲ୍‌ କାରଣରୁ ଅନେକ ସମୟରେ ବିଭିନ୍ନ ପ୍ରକାରର କେଶ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଏନେଇ ସର୍ବୋତ୍ତମ ବିକଳ୍ପ ହେଉଛି ମେହେନ୍ଦୀ । ପ୍ରାକୃତିକ ଉପାୟରେ ମେହେନ୍ଦିରେ କିଛି ସାମଗ୍ରୀ ମିଶ୍ରଣ କରି ଲଗାନ୍ତୁ, ଯାହାଦ୍ୱାରା ଆପଣଙ୍କ କେଶ ସୁନ୍ଦର ଦେଖାଯିବା ସହିତ ଗାଢା ଲାଲ୍‌ ହେବ ।
-ଅନେକ ଥର କେଶରେ ମେହେନ୍ଦୀ ଲଗାଇବା ପରେ ମଧ୍ୟ ଏହା ଲାଲ୍‌ ଦେଖାଯାଏ ନାହିଁ । ତେଣୁ ମେହେନ୍ଦୀରେ ଆପଣ ବିଟ୍‌ ରସ ମିଶାଇ ଲଗାନ୍ତୁ, ବେଶ୍‌ ଫଳପ୍ରଦ ହେବ । ଏନେଇ ୫ ଚାମଚ ମେହେନ୍ଦୀରେ ୩ ଚାମଚ ବିଟ୍‌ ରସ ମିଶାଇ ରାତିରେ ଏକ ଲୁହାପାତ୍ରରେ ରଖିଦିଅନ୍ତୁ ଏବଂ ସକାଳୁ ଉଠି ଏହାକୁ କେଶରେ ଲଗାନ୍ତୁ ।
– ମନ୍ଦାର ଫୁଲ କେଶ ପାଇଁ ବହୁ ଉପକାରୀ ହୋଇଥାଏ । ତେଣୁ ମେହେନ୍ଦୀରେ ମନ୍ଦାର ଫୁଲର ରସକୁ ମିଶାଇ ରାତିରେ ରଖି ସକାଳେ ଏହି ମିଶ୍ରଣକୁ ଲଗାନ୍ତୁ । ଆପଣ ଚାହିଁଲେ ଏଥିରେ ଚା’ପତିର ପାଣି ମିଶାଇପାରିବେ ।
– କେଶର ରଙ୍ଗକୁ ନାଚୁରାଲ୍‌ ଲାଲ୍‌ ରଙ୍ଗର କରିବା ଲାଗି ଆପଣ ମେହେନ୍ଦୀରେ କଫି ପାଉଡର୍‌ର ବ୍ୟବହାର କରିପାରିବେ । ଏହି ପେଷ୍ଟ୍‌କୁ ଆପଣ ରାତିସାରା ରଖି ସକାଳୁ ଲଗାନ୍ତୁ ଭଲ ଫଳ ପାଇବେ ।

Tags: