ଚେହେରା ଗ୍ଲୋ ପାଇଁ ଘରୋଇ ଉପଚାର
ଚେହେରାକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ଅନେକ ଘରୋଇ ଉପଚାର ରହିଛି । ଚେହେରାର ଚମକ ଆଣିବା ପାଇଁ ଆମେ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ବଦଳରେ ଘରେ ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ଏହି ଜିନିଷ ସବୁ ବ୍ୟବହାର କରିପାରିବା I ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ : ୧-କାକୁଡି କାକୁଡି ଖଣ୍ଡକୁ ମୁହଁରେ ଘସିଲେ ଏହା ଚହେରାରୁ କଳା ଦାଗ ହଟାଇ ଚମକ ଆଣିଥାଏ । ୨-ଟି’ ବ୍ୟାଗ ବ୍ୟବହାର ହୋଇସାରିଥିବା ଗ୍ରିନ୍ […]
ଚେହେରାକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ଅନେକ ଘରୋଇ ଉପଚାର ରହିଛି । ଚେହେରାର ଚମକ ଆଣିବା ପାଇଁ ଆମେ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ବଦଳରେ ଘରେ ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ଏହି ଜିନିଷ ସବୁ ବ୍ୟବହାର କରିପାରିବା I ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ :
୧-କାକୁଡି
କାକୁଡି ଖଣ୍ଡକୁ ମୁହଁରେ ଘସିଲେ ଏହା ଚହେରାରୁ କଳା ଦାଗ ହଟାଇ ଚମକ ଆଣିଥାଏ ।
୨-ଟି’ ବ୍ୟାଗ
ବ୍ୟବହାର ହୋଇସାରିଥିବା ଗ୍ରିନ୍ ଟି’ବ୍ୟାଗ ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ଥାଏ I ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ୧୦ ମିନିଟ କରି ଆଖି ତଳେ ଥିବା କଳା ଦାଗ ଉପରେ ରଖିଲେ ,ଅଳ୍ପ ଦିନରେ ଏହା ଦୂର ହୋଇଥାଏ I
୩-ଆଳୁ କଟା
ଆଳୁରେ ଏନଜାଇମ୍ ଏବଂ ଭିଟାମିନ୍ ସି ଥାଏ । ଏହା ଚର୍ମରେ ଥିବା କଳା ଦାଗକୁ ହାଲୁକା କରି ଥାଏ I
୪- ଟମାଟୋ ପେଷ୍ଟ
ଟମାଟୋରେ ପ୍ରାକୃତିକ ବ୍ଲିଂଚି ଗୁଣ ରହି ଥାଏ । ଏକ ଚାମୋଚ ଚମାଟୋ ରସକୁ ଏକ ଚାମୋଚ ଚିମୁଟାଏ ହଳଦୀ ଏବଂ ଏକ ଅଳ୍ପ ଲେମ୍ବୁ ରସ ଦେଇ ଏହାକୁ ପେଷ୍ଟ କରନ୍ତୁ । ଏହା କଳା ଦାଗ ଦୁର ରେବା ସହ ତ୍ତ୍ୱଚାରେ ଗ୍ଲୋ ଆଣିଥାଏ ।
* ୫-ବାଦାମ ତେଲ
ବାଦାମ୍ ତେଲରେ ଭିଟାମିନ୍ ଇ ଓ ଭିଟାମିନ ସି ଥାଏ । ଏହା ମୁହଁରେ ଦାଗ ହଟାଇ ପ୍ରାକୃତିକ ଚମକ ଆଣିଥାଏ I ଶୋଇବା ପ୍ୱର୍ବରୁ ଦୁଇବୁନ୍ଦା ତେଲ ନେଇ କଳା ହୋଇଥିବା ଜାଗାରେ ଲଗାଇ ଧିରେ ଧିରେ ମାଲସ କରିବା ଦ୍ୱାରା କଳା ଦାଗ ଅଳ୍ପ ଦିନରେ ହୋଇଥାଏ ।
*୬- ଲେମ୍ବୁ ରସ
ଲେମ୍ବୁ ରେ ଭିଟାମିନ୍ ସି ଥାଏ । ଲେମ୍ବୁ ରସ ସହ ପାଣି ସମାନ ପରିମାଣରେ ମିଶାଇ ତୁଳାରେ ଧିରେ ଧିରେ ମୁହଁ ରେ ଲଗାନ୍ତୁ I
*୭- ଏଲୋବେରା ଜେଲ୍
ଏଲୋବେରା ଜେଲ ମୁହଁରେ କଳା ଦାଗ ଦୂର କରିବା ସହିତ ମୁହଁରେ ହେଉଥିବା ଇଚିଙ୍ଗ ପ୍ରୋବ୍ଲେମକୁ ଦୂର କରିଥାଏ I




