ଘର ସଜ୍ଜାର ନୂଆ ଉପାୟ

ଘରେ ଅନେକ ସମୟରେ ଅତିଥିଙ୍କ ଭିଡ଼ ଲାଗିଥାଏ । ତେଣୁ ଏହି ସମୟରେ ଘରକୁ ସଜାଇ ରଖିବାର ଆବଶ୍ୟକତା ହୋଇଥାଏ । ତେବେ ଯଦି ଆପଣଙ୍କ ଘରର ପୁରୁଣା ଲୁକକୁ ବଦଳାଇବାକୁ ଚାହୁଁଛନ୍ତି ତେବେ କିଛି ନୂଆ ଜିନିଷ ସାମିଲ କରନ୍ତୁ । ପୂର୍ବରୁ ଥିିବା ଘରର ଖଟ, ଡାଇନିଂ ଟେବୁଲ, ସୋଫା ଭଳି ଉପକରଣ ସବୁ ପୂର୍ବ ସ୍ଥାନରୁ ଉଠାଇ ଅଲଗା ଜାଗାରେ ରଖନ୍ତୁ । ଘରଟି ନିଶ୍ଚିତ ଭାବେ ଆକର୍ଷଣୀୟ ଲାଗିବ । ଛୋଟ […]

ଘର ସଜ୍ଜାର ନୂଆ ଉପାୟ

ଘରେ ଅନେକ ସମୟରେ ଅତିଥିଙ୍କ ଭିଡ଼ ଲାଗିଥାଏ । ତେଣୁ ଏହି ସମୟରେ ଘରକୁ ସଜାଇ ରଖିବାର ଆବଶ୍ୟକତା ହୋଇଥାଏ । ତେବେ ଯଦି ଆପଣଙ୍କ ଘରର ପୁରୁଣା ଲୁକକୁ ବଦଳାଇବାକୁ ଚାହୁଁଛନ୍ତି ତେବେ କିଛି ନୂଆ ଜିନିଷ ସାମିଲ କରନ୍ତୁ । ପୂର୍ବରୁ ଥିିବା ଘରର ଖଟ, ଡାଇନିଂ ଟେବୁଲ, ସୋଫା ଭଳି ଉପକରଣ ସବୁ ପୂର୍ବ ସ୍ଥାନରୁ ଉଠାଇ ଅଲଗା ଜାଗାରେ ରଖନ୍ତୁ । ଘରଟି ନିଶ୍ଚିତ ଭାବେ ଆକର୍ଷଣୀୟ ଲାଗିବ । ଛୋଟ ଛୋଟ ପରିବର୍ତ୍ତନ ଦ୍ୱାରା କିପରି ଭାବେ ଘରକୁ ନୂଆ କରିପାରିବେ ଆସନ୍ତୁ ସେ ବିଷୟରେ ଜାଣିବା ।

Read More କେଉଁ ଦିଗରେ ଖାଇବା ଭଲ

କିପରି ସଜାଇବେ : ଘର ସଜାଡ଼ିବା ଆଗରୁ ପ୍ରଥମେ ପରିଷ୍କାର ଭାବେ ଝଡ଼ାଝଡ଼ି କରିଦିଅନ୍ତୁ । ଘରେଥିବା ସମସ୍ତ ଆସବାବପତ୍ରକୁ ନିଜ ଜାଗାରୁ କାଢ଼ି ଭଲ ଭାବରେ ସଫା କରି ଦିଅନ୍ତୁ । ଏହାପରେ ଘରେ ପୂର୍ବପରି ଆସବାବପତ୍ରକୁ ନ ସଜାଇ ଜାଗା ବଦଳାଇ ଦିଅନ୍ତୁ । ଘରର ବେଡ଼ସିଟ, ସୋଫା କଭର, ପରଦା ଆଦିକୁ ବଦଳାଇ ଦିଅନ୍ତୁ । କାର୍ପେଟ ମଧ୍ୟ ପକାଇ ପାରିବେ, ଏହା ଘରକୁ ନୂଆ ଲୁକ ଦେବ ।

Read More ସୁଆଁ ଉପମା

ଘର ପାଇଁ ପରଦା
କିଛି ନ କରି ଖାଲି ଘରର ପରଦା ସବୁକୁ ବଦଳାଇ ଦେଲେ ବି ଏହା ଘରକୁ ଏକ ନୂଆ ଲୁକ ଦେଇଥାଏ । ତେଣୁ ପୂର୍ବରୁ ବ୍ୟବହାର କରୁଥିବା ପରଦାକୁ ବାହାର କରି ନୂଆ ପରଦା ଲଗାଇ ଦିଅନ୍ତୁ । ସେହିପରି ଘରର ସବୁ କବାଟ, ଝରକା ପାଇଁ ଗୋଟିଏ ରଙ୍ଗର ପରଦା ଅଧିକ ଭଲ ଲାଗିଥାଏ । ତଥାପି ଚାହିଦା ମୁତାବକ ରଙ୍ଗରେ ପରିବର୍ତ୍ତନ କରାଯାଇପାରେ । ଏହାଛଡ଼ା ଘରର କାନ‘ରେ ଦିଆଯାଇଥିବା ରଙ୍ଗ ଅନୁସାରେ କେଉଁ ରଙ୍ଗର ପରଦା ଭଲ ମାନିବ ତାହାକୁ ଦୃଷ୍ଟି ଦେଇ ପରଦା ଲଗାଇଲେ ଘର ଅଧିକ ସୁନ୍ଦର ଲାଗିବ । ପୂଜା ଅବସରରେ ଗାଢ଼ ରଙ୍ଗର ପରଦା ଅଧିକ ଆକର୍ଷଣୀୟ ଦେଖାଯିବ ।

ରେଶମୀ ପରଦା : ଘରେ ରେଶମୀ କନାରେ ତିଆରି ପରଦା ବ୍ୟବହାର କଲେ ଏହାକୁ ଘରକୁ ଏକ ଭବ୍ୟ ଓ ରଙ୍ଗିନ ଲୁକ ଦେବ । ଏହି ରେଶମୀ ପରଦାକୁ ଶୋଇବା ପରେ ଓ ବୈଠକ ଘରେ ଲଗାଇ ପାରିବେ । ଶୋଇବା ଘର ପାଇଁ ଗାଢ଼ ରଙ୍ଗର ସ୍କ୍ରିନ ବ୍ୟବହାର କରନ୍ତୁ । ବୈଠକ ଘର ପାଇଁ ସୁନେଲି ବା ହାଲକା ରଙ୍ଗର ପରଦା ଲଗାନ୍ତୁ ।

ବାନ୍ଧେଣୀ ପରଦା : ଘରକୁ ଏକ ପାରମ୍ପରିକ ଷ୍ଟାଇଲରେ ସଜାଇବା ପାଇଁ ଚାହୁଁଥିଲେ ବାନ୍ଧେଣୀ ପରଦା ବ୍ୟବହାର କରନ୍ତୁ । ଏହା ଭିନ୍ନ ଏକ ଲୁକ ଦେବା ସହ ପରମ୍ପରା ସହ ଜଡ଼ିତ ହୋଇ ରହିଲା ଭଳି ଲାଗିବ । ଏହି ପରଦା କିଣୁଥିବା ବେଳେ ଗାଢ଼ ରଙ୍ଗ ଉପରେ ଧଳା ରଙ୍ଗର ପ୍ରିୟ ଥିବା ପରଦା ଅଥଚା ଦୁଇଟି ରଙ୍ଗ ଥିବା ପରଦା କିଣନ୍ତୁ ।

ଓଢ଼ଣୀରେ ପରଦା : ଅନ୍ୟ ଏକ ସହଜ ଉପାୟ ହେଉଛି ଆପଣ ବ୍ୟବହାର କରୁଥିବା ଓଢ଼ଣୀକୁ ନେଇ ମଧ୍ୟ ପରଦା ତିଆରି କରିପାରିବେ । ବ୍ୟବହାର ହେଉ ନ ଥିବା ବିଭିନ୍ନ ଡ୍ରେସର ଓଢ଼ଣୀକୁ ବି ସ୍କ୍ରିନ ଭାବେ ଲଗାଇପାରିବେ ।

ଇତିଶ୍ରୀ ଅଲିଭା ଦିପ୍ତିମୟୀ ରାଉତ
ସିଡିଏ, କଟକ

Tags:

Related Posts

ସୁଆଁ ଉପମା

ସୁଆଁ ଉପମା

ଛତୁ ଅଣ୍ଡା ଫ୍ରାଏ

ଛତୁ ଅଣ୍ଡା ଫ୍ରାଏ

କୋଲାମ୍ବି ଭାତ

କୋଲାମ୍ବି ଭାତ