ହସଖୁସିର ପର୍ବ ନ ହେଉ ରୋଗର କାରଣ
ହସଖୁସିର ପର୍ବ ହୋଲିରେ ରଙ୍ଗ ଖେଳର ମଜା ସମସ୍ତେ ନେବାକୁ ପସନ୍ଦ କରନ୍ତି | ତେବେସାମାନ୍ୟ ଅସାବଧାନତା ବଡ଼ ହାନିକାରକ ହୋଇପାରେ | ସେଥିପାଇଁ କେତକ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ। କେମିକାଲମୁକ୍ତ ଅବିରରେ ହିଁ ଏହି ରଙ୍ଗର ପର୍ବକୁ ଉପଭୋଗ କରନ୍ତୁ। ନଚେତ୍ ପକ୍ଷାଘାତ, କର୍କଟ, ଦୃଷ୍ଟିଦୋଷ ପରି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ୧) ଆଜିକାଲି ବଜାରରେ ମିଳୁଥିବା ଲାଲ ରଙ୍ଗରେ ଏପରି ବିଷାକ୍ତ ପଦାର୍ଥ ରହିଛି ଯାହା ଆପଣଙ୍କୁ ଚର୍ମରୋଗ, କର୍କଟ, […]
ହସଖୁସିର ପର୍ବ ହୋଲିରେ ରଙ୍ଗ ଖେଳର ମଜା ସମସ୍ତେ ନେବାକୁ ପସନ୍ଦ କରନ୍ତି | ତେବେସାମାନ୍ୟ ଅସାବଧାନତା ବଡ଼ ହାନିକାରକ ହୋଇପାରେ | ସେଥିପାଇଁ କେତକ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ। କେମିକାଲମୁକ୍ତ ଅବିରରେ ହିଁ ଏହି ରଙ୍ଗର ପର୍ବକୁ ଉପଭୋଗ କରନ୍ତୁ। ନଚେତ୍ ପକ୍ଷାଘାତ, କର୍କଟ, ଦୃଷ୍ଟିଦୋଷ ପରି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି।

୧) ଆଜିକାଲି ବଜାରରେ ମିଳୁଥିବା ଲାଲ ରଙ୍ଗରେ ଏପରି ବିଷାକ୍ତ ପଦାର୍ଥ ରହିଛି ଯାହା ଆପଣଙ୍କୁ ଚର୍ମରୋଗ, କର୍କଟ, ମାନସିକ ଅବସାଦ, ପକ୍ଷାଘାତ ଏବଂ ଦୃଷ୍ଟିଦୋଷ ଆଦି ସମସ୍ୟାର ସମ୍ମୁଖିନ କରାଇପାରେ।

୨) ସମସ୍ତଙ୍କ ପସନ୍ଦର ରଙ୍ଗ ସବୁଜ ରଙ୍ଗ ମଧ୍ୟ ଆପଣଙ୍କୁ ଆଂଶିକ ଭାବେ ଅନ୍ଧ କରିଦେଇପାରେ। ଏଣୁ ଆନନ୍ଦର ପର୍ବ ହୋଲିରେ ଏହି କେମିକାଲଯୁକ୍ତ ରଙ୍ଗ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ।
୩) ଚକ୍ଚକ୍ ଦିଶୁଥିବା ରୂପେଲି କିମ୍ବା ଅନ୍ୟାନ୍ୟ ରଙ୍ଗରେ କାଚ ଗୁଣ୍ଡ ମିଶିରହିଥାଏ। ଏଣୁ ଏଥିପ୍ରତି ସତର୍କ ରୁହନ୍ତୁ। ନଚେତ୍ କେବଳ ଫଗୁରେ ରଙ୍ଗ ଖେଳନ୍ତୁ।
୪) ରଙ୍ଗ ଖେଳ ପୂର୍ବରୁ ଶରୀର ଓ କେଶରେ ତେଲ ଏଗାଇ ଦିଅନ୍ତୁ।
୫) ଆଖିରେ ରଙ୍ଗ ପଡ଼ିଗଲେ ସଙ୍ଗେ ସଙ୍ଗେ ଥଣ୍ଡାପାଣିରେ ଧୋଇଦିଅନ୍ତୁ। ଏହା ସତ୍ତେ୍ୱ ଆଖି ଜଳାପୋଡ଼ା ହେଲେ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
୬) ରଙ୍ଗ ଛଡ଼ାଇବା ପାଇଁ ଶରୀରକୁ ଜୋରରେ ଘଷନ୍ତୁ ନାହିଁ। ତେଲ ଲଗାଇ ଧୀରେ ଧୀରେ ସଫା କରନ୍ତୁ।
Tags:




