ହେଲ୍‌ଦି ହେୟାର୍‌ ଟିପ୍ସ

ନିଜ କେଶକୁ ସୁନ୍ଦର ତଥା ହେଲ୍‌ଦି କରିବା ଲାଗି କିଏ ବା ନ ଚାହେଁ । ଏଥିପାଇଁ ଲୋକେ ବିଭିନ୍ନ ପ୍ରକାରର ହେୟାର୍‌ କେୟାର୍‌ ପ୍ରଡକଫ ବ୍ୟବହାର କରିଥାଆନ୍ତି । ହେଲେ ଏସବୁର ବ୍ୟବହାର ଅନେକ ସମୟରେ ଆମ କେଶକୁ ମଜଭୁତ କରିବା ପରିବର୍ତ୍ତେ ଅଧିକ ଖରାପ କରିଦିଏ । ଯାହାଫଳରେ କେଶ ଝଡିବା, ଦୋମୁହæô ହୋଇଯିବା, ଶୁଷ୍କ ହେବା ଆଦି ଅନେକ ସମସ୍ୟା ଦେଖିବାକୁ ମିଳେ । ମାତ୍ର ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ […]

Samaya Live Picture
Published On

ନିଜ କେଶକୁ ସୁନ୍ଦର ତଥା ହେଲ୍‌ଦି କରିବା ଲାଗି କିଏ ବା ନ ଚାହେଁ । ଏଥିପାଇଁ ଲୋକେ ବିଭିନ୍ନ ପ୍ରକାରର ହେୟାର୍‌ କେୟାର୍‌ ପ୍ରଡକଫ ବ୍ୟବହାର କରିଥାଆନ୍ତି । ହେଲେ ଏସବୁର ବ୍ୟବହାର ଅନେକ ସମୟରେ ଆମ କେଶକୁ ମଜଭୁତ କରିବା ପରିବର୍ତ୍ତେ ଅଧିକ ଖରାପ କରିଦିଏ । ଯାହାଫଳରେ କେଶ ଝଡିବା, ଦୋମୁହæô ହୋଇଯିବା, ଶୁଷ୍କ ହେବା ଆଦି ଅନେକ ସମସ୍ୟା ଦେଖିବାକୁ ମିଳେ । ମାତ୍ର ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆଲୋବେରା ଜେଲ୍‌ ଏକ ଭଲ ବିକଳ୍ପ ରୂପେ ସାବ୍ୟସ୍ତ ହେବ ।
– ସାଧାରଣତଃ କେଶକୁ ହେଲ୍‌ଦି କରିବା ଲାଗି ଆଲୋବେରା ଜେଲ୍‌ର ବ୍ୟବହାର ବିଷୟରେ ହୁଏତ ସମସ୍ତେ ଜାଣିଥିବେ । ମାତ୍ର ଏହାକୁ ବ୍ୟବହାର କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ରହିଛି, ଯାହାକୁ ଆପଣାଇଲେ ଖୁବ୍‌ଶୀଘ୍ର ଆପଣଙ୍କର କେଶ ମଜଭୁତ ହୋଇପାରିବ । ଏଥିପାଇଁ ପ୍ରଥମେ ଆପଣଙ୍କର ବ୍ୟବହୃତ ହେୟାର୍‌ ଅଏଲ୍‌କୁ ସାମାନ୍ୟ ରୂପେ ଗରମ କରିଦିଅନ୍ତୁ । ଏକ ପାତ୍ରରେ ୫ ଚାମଚ ତେଲ ଓ ୩ ଚାମଚ୍‌ ଆଲୋବେରା ଜେଲ୍‌ର ମିଶ୍ରଣ ପ୍ରସ୍ତୁତ କରି କେଶରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଖୁବ୍‌ କମ୍‌ ଦିନ ମଧ୍ୟରେ କେଶର ଉଜ୍ଜ୍ୱଳତା ଫେରିପାଇବେ ।
– କେଶ ଝଡୁଥିଲେ ଗୋଟିଏ କପ୍‌ରେ ୨ ଚାମଚ ଆଲୋବେରା ଜେଲ୍‌ ନିଅନ୍ତୁ । ଏହାପରେ ଏଥିରେ ପିଆଜ ରସ ମିଶାଇ କେଶରେ ଲଗାନ୍ତୁ । ଗାଧୋଇବାର କିଛି ସମୟ ପୂର୍ବରୁ ଏହି ମିଶ୍ରଣକୁ ଲଗାଇ ସାମ୍ପୋ କରିଦିଅନ୍ତୁ

Tags: