କ୍ଷତିକାରକ ବ୍ଲୁ ଲାଇଟ୍
ବ୍ଲୁ ଲାଇଟ୍ ଆମ ଶରୀର ପାଇଁ ବେଶ କ୍ଷତିକାରକ ହୋଇଥାଏ । ଏହା ଯେ କେବଳ ଆଖି ପାଇଁ ଖରାପ ଏହା ନୁହେଁ ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଏହା ଆମର ସ୍କିନ୍ ପାଇଁ ମଧ୍ୟ କ୍ଷତିକାରକ । ବର୍ତ୍ତମାନ ଆମର ଅଧିକାଂଶ ସମୟ ମୋବାଇଲ, ଲାପଟପ, ଟାବଲେଟ୍ ଆଦିରେ କଟୁଛି । ତେବେ ଏହାର ପ୍ରଭାବ ଆମର ବିଭିନ୍ନ ଅଙ୍ଗ ଉପରେ ପଡିଥାଏ । ହେଲେ ଏହାର ପ୍ରଭାବ ସ୍କିନ୍ ଉପରେ ପଡିବା ନେଇ ଖୁବ କମ […]
ବ୍ଲୁ ଲାଇଟ୍ ଆମ ଶରୀର ପାଇଁ ବେଶ କ୍ଷତିକାରକ ହୋଇଥାଏ । ଏହା ଯେ କେବଳ ଆଖି ପାଇଁ ଖରାପ ଏହା ନୁହେଁ ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଏହା ଆମର ସ୍କିନ୍ ପାଇଁ ମଧ୍ୟ କ୍ଷତିକାରକ । ବର୍ତ୍ତମାନ ଆମର ଅଧିକାଂଶ ସମୟ ମୋବାଇଲ, ଲାପଟପ, ଟାବଲେଟ୍ ଆଦିରେ କଟୁଛି । ତେବେ ଏହାର ପ୍ରଭାବ ଆମର ବିଭିନ୍ନ ଅଙ୍ଗ ଉପରେ ପଡିଥାଏ । ହେଲେ ଏହାର ପ୍ରଭାବ ସ୍କିନ୍ ଉପରେ ପଡିବା ନେଇ ଖୁବ କମ ଲୋକ ଜାଣିଥିବେ । ଆସନ୍ତୁ ଜାଣିବା ଏହି ବିଷୟରେ । ବ୍ଲୁ ଲାଇଟ୍ ବାହାରୁ ଥିବା ସମସ୍ତ ଗ୍ୟାଜେଟ୍ ଯେପରି ସ୍ମାର୍ଟଫୋନ, ଟାବଲେଟ୍ ଓ ଲାପଟପ୍ ଆଦିରେ ହାର୍ମଫୁଲ ରେଡିଏସନ୍ ରହିଥାଏ । ଏହି ହାର୍ମଫୁଲ ରେଡିଅସନ୍ ପ୍ରଭାବରେ ଆର୍ଲଜି, ଶରୀରରେ ଜଳାପୋଡା, ଲାଲ ପଡିବା, ତ୍ୱଚ୍ଚାର ଚମକ ହ୍ରାସ ଆଦି ଦେଖିବାକୁ ମିଳିଥାଏ । ଏକ ରିସର୍ଚ୍ଚ ଅନୁସାରେ ଚୀନ ଓ ଆମେରିକାର ଲୋକମାନେ ଅଧିକ ସମୟ ଡିଜିଟାଲ ସ୍କିନକୁ ଚାହିଁ କଟାଇଥାଆନ୍ତି । ଗବେଷକଙ୍କ ମତ ଅନୁସାରେ ଯଦି ଆମେ ଦିନକୁ ଏକ ଘଣ୍ଟାରୁ ଅଧିକ ଏହି ବ୍ଲì ଲାଇଟରେ ରହିବା ତେବେ ଆମର ସ୍କିନ୍ ସମ୍ପର୍କିତ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଛି । ବ୍ଲì ଲାଇଟ୍ ଆମ ସ୍କିନ୍ର ଅକ୍ସିଡେଟିଭ୍ ଡାମେଜ୍ କରିବାର କାରଣ ହୋଇଥାଏ । ତେବେ ଏହାକୁ ବିଭିନ୍ନ ପ୍ରକାର ଟ୍ରିକ ଆପଣାଇ ସମାଧାନ କରିହେବ । ସନସ୍କ୍ରିନ ବ୍ୟବହାର କରନ୍ତୁ । ସେହିଭଳି ଯଦି କୌଣସି ଗ୍ୟାଜେଟ୍ ଅଧିକ ସମୟ ପାଇଁ ବ୍ୟବହାର କରୁଛନ୍ତି, ତେବେ ଏହାର ନାଇଟ୍ ମୋଡ ଅନ କରନ୍ତୁ । ସେହିଭଳି ଆଣ୍ଟି ବ୍ଲì ଲାଇଟ୍ ସ୍କ୍ରିନ୍ ପ୍ରୋଟେକଫର ବ୍ୟବହାର କରନ୍ତୁ ।




