ବିବାହ ନକରି କାହିଁକି ଖୁସି ହୁଅନ୍ତି ମହିଳା

ସମୟ ଲାଇଭ୍‍,୬/୧୧: ସମସ୍ତେ ଚାହାନ୍ତି ଜୀବନର ଏକ ସାଥୀ ବାଛିବା ପାଇଁ କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନରେ ଅନେକ ମହିଳା ବିବାହ ନକରି ଏକା ରହିବାକୁ ମଧ୍ୟ ପସନ୍ଦ କରୁଛନ୍ତି। ସମୟ ବଦଳିବା ସହିତ ମହିଳା ମାନଙ୍କର ଚିନ୍ତା ଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛିା ଆଗରୁ ଝିଅମାନେ ସ୍କୁଲ ଓ କଲେଜ ପଢ଼ିବା କ୍ଷଣି ବିବାହ କରୁଥିଲେ କିନ୍ତୁ ଆଜିର ଝିଅ ମାନେ ନିଜ ଭବିଷ୍ୟତ ଗଢ଼ିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସେମାନେ ଆତ୍ମନିର୍ଭରଶୀଳ […]

Samaya Live Picture
Published On

ସମୟ ଲାଇଭ୍‍,୬/୧୧: ସମସ୍ତେ ଚାହାନ୍ତି ଜୀବନର ଏକ ସାଥୀ ବାଛିବା ପାଇଁ କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନରେ ଅନେକ ମହିଳା ବିବାହ ନକରି ଏକା ରହିବାକୁ ମଧ୍ୟ ପସନ୍ଦ କରୁଛନ୍ତି। ସମୟ ବଦଳିବା ସହିତ ମହିଳା ମାନଙ୍କର ଚିନ୍ତା ଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛିା ଆଗରୁ ଝିଅମାନେ ସ୍କୁଲ ଓ କଲେଜ ପଢ଼ିବା କ୍ଷଣି ବିବାହ କରୁଥିଲେ କିନ୍ତୁ ଆଜିର ଝିଅ ମାନେ ନିଜ ଭବିଷ୍ୟତ ଗଢ଼ିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସେମାନେ ଆତ୍ମନିର୍ଭରଶୀଳ ହୋଇ ଏକାକୀ ବଞ୍ଚିବାକୁ ପସନ୍ଦ କରୁଛନ୍ତି। ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ମହିଳା ମାନଙ୍କର ଏଭଳି ନିଷ୍ପତ୍ତି ନେବା ପଛରେ କାରଣ କଣ:

୧.ନିଜ ଭବିଷ୍ୟତକୁ ଦିଅନ୍ତି ପ୍ରଥମ ଗୁରୁତ୍ୱ
ବିବାହ କରିବା ପରେ ମହିଳା ମାନଙ୍କ ଉପରେ ପଡ଼ିଥାଏ ଅନେକ ପ୍ରଭାବ ପଡିଥାଏ।ସେମାନେ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସମୟ ପାଇନଥାନ୍ତି। ବିଶେଷ କରି ପରିବାରର ରକ୍ଷଣାବେକ୍ଷଣରେ ସେମାନଙ୍କର ସମୟ ଅତିବାହିତ ହୋଇଯାଇଥାଏ। ତେଣୁ ସେମାନେ ଦାମ୍ପତ୍ୟ ଜୀବନକୁ ଛାଡି ଏକାକୀ ରହିବାକୁ ଭଲପାଇଥାନ୍ତି।

୨.ଏକା ରହିବା ଦ୍ୱାରା ଶାନ୍ତି ମିଳିଥାଏ
ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଏକା ରହିବାକୁ ପସନ୍ଦ କରିଥାନ୍ତି। ଏହା ଦ୍ୱାରା ଶାନ୍ତି ମିଳିଥାଏ। ତେଣୁ ସେମାନେ ଏକାକୀ ରହିବାକୁ ଭଲପାଇଥାନ୍ତି।

 

୩.ସ୍ୱାଧିନତା

ଅନେକ ମହିଳା ଅନୁଭବ କରିଥାନ୍ତି କି ବିବାହ ପରେ ସେମାନେ ନିଜର ସ୍ୱାଧୀନତା ହରାଇ ବସିବେ। ତେଣୁ ସେମାନେ ଅବିବାହିତ ରହିବାକୁ ଭଲପାଇଥାନ୍ତି।
୪.ମିଳିନଥାଏ ମନପସନ୍ଦର ବର
ଅନେକ ମହିଳା ବାଧ୍ୟବାଧକତାରେ ପରିବାରର ପସନ୍ଦାନୁସାରେ ବିବାହ ହେଉ ଅବା ମନପସନ୍ଦର ସାଥୀ ମିଳିନଥିବାରୁ ବିବାହ କରିନଥାନ୍ତି।

Tags: