ଫେସ ଅନୁସାରେ ହେୟାର କଟ
ପ୍ରତ୍ୟେକ ମଣିଷଙ୍କ ମୁହଁର ଗଠନ ଅଲଗା ଅଲଗା ହୋଇଥାଏ। ତେଣୁ ନିଜ ମୁହଁର ଆକାର ଅନୁସାରେ ହେୟାରକଟ୍ ବାଛିଲେ ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ। ହେଲେ ଅନେକ ସମୟରେ ଦ୍ବନ୍ଦ୍ବଥାଏ କି କେଉଁ ଫେସକୁ କେଉଁ ହେୟାର କଟ
୧. ଓଭାଲ୍
ଏହି ପ୍ରକାରର ମୁହଁ ଓସାର ତୁଳନାରେ ଲମ୍ବ ଅଧିକ ଥାଏ ଏବଂ କପାଳ ତୁଳନାରେ ଗାଲ ଟିକିଏ ସରୁ ଥାଏ। ଏହି ଫେସ ପାଇଁ କାନ୍ଧ ଯାଏଁ ଲମ୍ବ ଥିବା ଲେୟାର କଟ୍, ବ୍ଲଣ୍ଟ ବବ୍ କଟ୍ , ଗୋଟିଏ ପାଖକୁ ଢଳି ରହିଥିବା କେଶ, ହାଇ ପୋନିଟେଲ୍ କିମ୍ବା ଓପନ୍ ହାଫ୍-ଅପ୍ ଷ୍ଟାଇଲ୍ ଖୁବ ମାନିବ । ମୁହଁକୁ ଘୋଡ଼ାଇ ରଖୁଥିବା ଅଧିକ ମୋଟା ସିଧା ବ୍ୟାଙ୍ଗ୍ସ କାଟନ୍ତୁ ନାହିଁ, ଏହା ମୁହଁକୁ ଛୋଟ ଦେଖାଏ।
୨. ହାର୍ଟ ସେପ
ଏହିପରି ମୁହଁର କପାଳ ଓ ଗାଲ ଓସାରିଆ ଥାଏ ଏବଂ ଚିବୁକ ବା ଥୋଡି ସରୁ କିମ୍ବା ମୁନିଆ ହୋଇଥାଏ। ଏହି ଫେସ ପାଇଁ କାନ୍ଧ ଯାଏଁ ଥିବା ଲବ୍ କଟ୍, ଯାହା ତଳ ଭାଗକୁ ଓସାରିଆ ଦେଖାଇବାରେ ସାହାଯ୍ୟ କରେ। ସେହିପରି ଗୋଟିଏ ପାଖକୁ ସାଇଡ୍ ପାର୍ଟ କରି କେଶକୁ ତଳକୁ ଲହରାଇବା ଖୁବ ମାନିଥାଏ । କର୍ଟେନ୍ ବ୍ୟାଙ୍ଗ୍ସ କିମ୍ବା ଲଙ୍ଗ୍ ଲେୟାର୍ସ ଭଲ ମାନିବ ।
୩ ସ୍କୋୟାର ସେପ
ସ୍କୋୟାର ସେପରେ କପାଳ, ଗାଲ ଓ ଜ ଲାଇନ ସବୁ ସମାନ ଓସାରର ହୋଇଥାଏ ଏବଂ ମୁହଁର ଗଠନ ସ୍ପଷ୍ଟ ଓ ସିଧା ଦେଖାଯାଏ। ଏହି ମୁହଁ ପାଇଁ ସ୍ଫଟ୍ ସାଇଡ୍-ସ୍ୱେପ୍ଟ ବ୍ୟାଙ୍ଗ୍ସ ଭଲ ମାନିବ । ସେହିଭଳି ଲମ୍ବା କେଶରେ ଲେୟାର୍ସ ଏବଂ ହାଲୁକା ୱେଭ୍ କିମ୍ବା କର୍ଲ ଏକ ଷ୍ଟାଇଲିସ ଲୁକ କ୍ରିଏଟ କରିବ । କର୍ଟେନ୍ ବ୍ୟାଙ୍ଗ୍ସ ମଧ୍ୟ ଟ୍ରାଏ କରିପାରିବେ ।
୪. ରାଉଣ୍ଡ ଫେସ
ଏହି ପ୍ରକାର ମୁହଁର ଲମ୍ବ ଓ ଓସାର ପ୍ରାୟ ସମାନ ଥାଏ ଏବଂ ଗାଲଗୁଡ଼ିକ ଗୋଲାକାର ଓ ନରମ ଦେଖାଯାଏ। ଏହି ମୁହଁ ପାଇଁ ଗୋଟିଏ ପାଖକୁ ସାଇଡ୍ ପାର୍ଟ କରିବା ଖୁବ ମାନିଥାଏ । ସେହିଭଳି ଏହି ଫେସର ଝିଅଙ୍କୁ ହାଇପୋନିଟେଲ୍ ଖୁବ ମାନିଥାଏ । ଏମାନେ ଲମ୍ବା ଲେୟାର୍ସ ଏବଂ ସାଇଡ୍ କର୍ଟେନ୍ ବ୍ୟାଙ୍ଗ୍ସ କରିପାରିବେ । ଉପର ଭାଗରେ ଭଲ ଭଲ୍ୟୁମ୍ ଥିବା ପିକ୍ସି କଟବି ଏମାନଙ୍କୁ ମାନିଥାଏ ।
୫. ଲଙ୍ଗ ଫେସ
ଏହା ଓଭାଲ୍ ମୁହଁ ଭଳି, କିନ୍ତୁ ଏହାର ଲମ୍ବ ଓସାର ତୁଳନାରେ ଯଥେଷ୍ଟ ଅଧିକ ଥାଏ। ଏମାନଙ୍କ କେଶରେ କର୍ଲ କିମ୍ବା ୱେଭ୍ସ , ଯାହା ଦୁଇପାଖକୁ ଓସାରିଆ ଦେଖାଏ। କପାଳକୁ ଘୋଡ଼ାଉଥିବା ବ୍ଲଣ୍ଟ କିମ୍ବା ସାଇଡ୍ ବ୍ୟାଙ୍ଗ୍ସ, ଯାହା ମୁହଁର ଲମ୍ବକୁ କମ୍ ଦେଖାଏ। ସେହିଭଳି କାନ୍ଧ କିମ୍ବା ଗାଲ ଯାଏଁ ଥିବା ମିଡ ଲେନ୍ଥ କଟ ମଧ୍ୟ ଖୁବ ମାନିବ ।




