କେଶରେ କିପରି କରିବେ ଟାଟୁ, ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ଝିଅମାନେ ଆକଷୟଣୀୟ ଦିଶିବା ପାଇଁ ଅନେକ ସୌନ୍ଦର୍ୟ୍ୟ ମନ୍ତ୍ର ଆପଣେଇଥା’ନ୍ତି। ଆଜିକାଲି ଝିଅଙ୍କ ମଧ୍ୟରେ କେଶରେ କରାଯାଉଥିବା ଟାଟୁ ପ୍ରତି ବିଶେଷ ଆଗ୍ରହ ପରିଲିଖିତ ହେଉଛି। ତେବେ ଏହି ଟାଟୁ ଲଗାଇବା ଓ ଛଡ଼ାଇବା ପ୍ରଣାଳୀ ଜାଣି ରଖନ୍ତୁ। କିପରି କେଶରେ ଟାଟୁ ଲଗାଇବେ: ପ୍ରଥମେ କେଶକୁ ଭଲଭାବେ କୁଣ୍ଡାଇ ତା’ପରେ ବଜାରରେ ଉପଲବ୍ଧ ହେଇଥିବା କେଶ ଟାଟୁକୁ ଓଲଟାଇ ଲଗାନ୍ତୁ। ଧ୍ୟାନ ରଖିବେ ଯେପରି ଷ୍ଟିକରର ଡ଼ିଜାଇନ୍‍ କେଶରେ ଠିକ୍‍ ଭାବରେ ଲାଗିରହେ। ଏହାପରେ ଧୀରେ […]

Samaya Live Picture
Published On

ଝିଅମାନେ ଆକଷୟଣୀୟ ଦିଶିବା ପାଇଁ ଅନେକ ସୌନ୍ଦର୍ୟ୍ୟ ମନ୍ତ୍ର ଆପଣେଇଥା’ନ୍ତି। ଆଜିକାଲି ଝିଅଙ୍କ ମଧ୍ୟରେ କେଶରେ କରାଯାଉଥିବା ଟାଟୁ ପ୍ରତି ବିଶେଷ ଆଗ୍ରହ ପରିଲିଖିତ ହେଉଛି। ତେବେ ଏହି ଟାଟୁ ଲଗାଇବା ଓ ଛଡ଼ାଇବା ପ୍ରଣାଳୀ ଜାଣି ରଖନ୍ତୁ।

କିପରି କେଶରେ ଟାଟୁ ଲଗାଇବେ:
ପ୍ରଥମେ କେଶକୁ ଭଲଭାବେ କୁଣ୍ଡାଇ ତା’ପରେ ବଜାରରେ ଉପଲବ୍ଧ ହେଇଥିବା କେଶ ଟାଟୁକୁ ଓଲଟାଇ ଲଗାନ୍ତୁ। ଧ୍ୟାନ ରଖିବେ ଯେପରି ଷ୍ଟିକରର ଡ଼ିଜାଇନ୍‍ କେଶରେ ଠିକ୍‍ ଭାବରେ ଲାଗିରହେ। ଏହାପରେ ଧୀରେ ଧରେ ଓଦା କପଡ଼ାକୁ ନେଇ ଷ୍ଟିକର ଉପରେ ଥାପିବେ। ଏହା ପରେ ଓଦା କପଡ଼ା ଓ ଷ୍ଟିକରକୁ କାଢ଼ି ଆଣନ୍ତୁ।
ମନେରଖନ୍ତୁ ସର୍ବଦା ପୋଷାକକୁ ସୁହାଇଲା ଭଳି ଟାଟୁ କେଶରେ ଲଗାନ୍ତୁ।

କେଶରେ ଲଗାଇଥିବା ଟାଟୁ କିପରି ଛଡ଼ାଇବେ:
କେଶରେ ଲଗାଯାଉଥିବା ଏହି ଟାଟୁ ଅସ୍ଥାୟୀ ହୋଇଥିବାରୁ ଏହାକୁ ଆପଣ ସହଜରେ ଛଡ଼ାଇପାରିବେ। ମୁଣ୍ଡ ଧୋଇଲେ କିମ୍ବା ଓଦା କପଡ଼ାରେ ପୋଛିଲେ ଏହା ଛାଡ଼ି ଯାଇଥାଏ। ଅସ୍ଥାୟୀ ହୋଇଥିବାରୁ ଏହା କେଶ ଉପରେ କୌଣସି ପ୍ରଭାବ ପକାଇ ନ ଥାଏ।

Tags: