କେଶ ଗନ୍ଧ ଦୂର କରିବାର ଉପାୟ

ଗ୍ରୀଷ୍ମଦିନେ ଝାଳ ତ୍ୱଚା ସହ କେଶ ସମସ୍ୟାର କାରଣ ପାଲଟିଥାଏ  । ବାହାରକୁ ବାହାରିବା ମାତ୍ରେ ପ୍ରଚଣ୍ଡ ଖରା ଏବଂ ପ୍ରବଳ ଗରମ ଯୋଗୁଁ ମୁଣ୍ଡରୁ ଝାଳ ବୋହିଥାଏ ଏବଂ ଧୂଳିମଳି ମଧ୍ୟ କେଶରେ ଜମାଟବାନ୍ଧିଥାଏ  । ଏହି କାରଣରୁ ମୁଣ୍ଡ କୁଣ୍ଡେଇ ହେବା ପରି ସମସ୍ୟା ଉପୁଜିଥାଏ  । ଏପରିକି କେଶରୁ ଦୁର୍ଗନ୍ଧ ମଧ୍ୟ ବାହାରେ  । ତେଣୁ କେଶର ଗନ୍ଦକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର ଆପଣାନ୍ତୁ  । -ସର୍ବପ୍ରଥମେ ପିଆଜ […]

Samaya Live Picture
Published On

ଗ୍ରୀଷ୍ମଦିନେ ଝାଳ ତ୍ୱଚା ସହ କେଶ ସମସ୍ୟାର କାରଣ ପାଲଟିଥାଏ  । ବାହାରକୁ ବାହାରିବା ମାତ୍ରେ ପ୍ରଚଣ୍ଡ ଖରା ଏବଂ ପ୍ରବଳ ଗରମ ଯୋଗୁଁ ମୁଣ୍ଡରୁ ଝାଳ ବୋହିଥାଏ ଏବଂ ଧୂଳିମଳି ମଧ୍ୟ କେଶରେ ଜମାଟବାନ୍ଧିଥାଏ  । ଏହି କାରଣରୁ ମୁଣ୍ଡ କୁଣ୍ଡେଇ ହେବା ପରି ସମସ୍ୟା ଉପୁଜିଥାଏ  । ଏପରିକି କେଶରୁ ଦୁର୍ଗନ୍ଧ ମଧ୍ୟ ବାହାରେ  । ତେଣୁ କେଶର ଗନ୍ଦକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର ଆପଣାନ୍ତୁ  ।

କେଶ ଗନ୍ଧ ଦୂର କରିବାର ଉପାୟ

-ସର୍ବପ୍ରଥମେ ପିଆଜ ରସ ଏଥିପାଇଁ ଭଲ ବିକଳ୍ପ ବୋଲି ଧରାଯାଏ  । ପିଆଜ ରସ ରୂପି ଏବଂ କୁଣ୍ଡେଇ ସମସ୍ୟାକୁ ଦୂର କରିବା ସହ କେଶକୁ ମୂଳରୁ ମଜବୁତ କରିଥାଏ  । ଏଥିସହ କେଶ ଗନ୍ଧରୁ ସବୁଦିନ ବର୍ତ୍ତିବା ପାଇଁ ପିଆଜ ରସ ସହ ଲେମ୍ବୁକୁ ମିଶାଇ ଲଗାନ୍ତୁ  । ଏହାର ଅଧ ଘଣ୍ଟା ପରେ ସାମ୍ପୁ ସାହାଯ୍ୟରେ ମୁଣ୍ଡ ଧୋଇଦେବେ  ।

କେଶ ଗନ୍ଧ ଦୂର କରିବାର ଉପାୟ

– କେଶ ମୂଳରେ ଜମା ବ୍ୟାକେଫରିଆକୁ ଆପଣ ଆପଲ୍‌ ସାଇଡର୍‌ ଭିନେଗାର ଦ୍ୱାରା ହଟାଇପାରିବେ  । ଗୋଟିଏ ପାତ୍ରରେ ତିନି ଚାମଚ ଆପଲ୍‌ ସାଇଡର୍‌ ଭିନେଗାରରେ ୨ କପ୍‌ ପାଣି ମିଶାନ୍ତୁ  । ଏହି ମିଶ୍ରଣକୁ କେଶ ମୂଳ ଏବଂ କେଶରେ ଲଗାନ୍ତୁ  । ଶୁଖିଗଲା ପରେ ସାଧା ପାଣିରେ କେଶ ଧୋଇପାରିବେ  । ସପ୍ତାହକୁ ଗୋଟିଏ ଥର ଏପରି କଲେ ଆପଣଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ  ।

କେଶ ଗନ୍ଧ ଦୂର କରିବାର ଉପାୟ

-ଭିଟାମିନ ସିଦରେ ଭରପୂର ଲେମ୍ବୁରେ ତେଲକୁ ଦୂର କରିବାର ଗୁଣ ରହିଛି  । ଏଥିସହ ବ୍ୟାକେଫରିଆକୁ ମୂଳରୁ ସଫା କରିବାର କ୍ଷମତା ମଧ୍ୟ ରହିଛି  । ଗୋଟିଏ ପାତ୍ରରେ ୨ କପ୍‌ ଗରମ ପାଣି ନେଇ ଦୁଇ ଚାମଚ ଲେମ୍ବୁର ରସ ମିଶାନ୍ତୁ  । ଏହାକୁ ଲଗାଇବା ପୂର୍ବରୁ କେଶକୁ ଭଲ ଭାବରେ ସଫା କରନ୍ତୁ  । ଏହାପରେ ଏହାକୁ କେଶରେ ଲଗାଇ ଦିଅନ୍ତୁ  । କିଛି ସମୟ ପରେ ମୁଣ୍ଡକୁ ସାଧା ପାଣିରେ ଧୋଇଦେବେ  । କିଛି ସପ୍ତାହ ଏପରି କଲେ ଆପଣ ନିଜେ ଫରକ ଜାଣିପାରିବେ  ।