ହେୟାର କଲର କରୁଛନ୍ତି କି, ଭୁଲନ୍ତୁ ନାହିଁ ଏହି ଟିପ୍ସ

ସମୟ ଲାଇଭ୍‍,୨/୧୦: କେଶ କଲର୍‍ କରିବା ଆଜିକାଲି ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି। ତେବେ କେଶ କଳାରେ କରିବା ପରେ ଏହା ପ୍ରତି ଯତ୍ନବାନ୍‍ ହେବା ନିହାତି ଆବଶ୍ୟକ ହୋଇଥାଏ। ଆପଣ ଟାଣ ଖରାରେ ଖୋଲା କେଶରେ ବାହାରକୁ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି କେଶକୁ ଘୋଡ଼ାଇ ଖରାରୁ ବଞ୍ଚାନ୍ତୁ। ନଚେତ୍‍ ଆପଣଙ୍କ କେଶର ରଙ୍ଗ ଛାଡ଼ିବା ପରି ସମସ୍ୟା ସୃଷ୍ଟି ହୋଇଥାଏ। ଆପଣ ବ୍ୟବହାର କରୁଥିବା ସ୍ୟାମ୍ପୁ, କଣ୍ଡିସନର୍‍, ତେଲ କିମ୍ବା ସିରମ୍‍ କଲର୍‍ ସେଫ୍‍ […]

Samaya Live Picture
Published On

ସମୟ ଲାଇଭ୍‍,୨/୧୦: କେଶ କଲର୍‍ କରିବା ଆଜିକାଲି ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି। ତେବେ କେଶ କଳାରେ କରିବା ପରେ ଏହା ପ୍ରତି ଯତ୍ନବାନ୍‍ ହେବା ନିହାତି ଆବଶ୍ୟକ ହୋଇଥାଏ।
ଆପଣ ଟାଣ ଖରାରେ ଖୋଲା କେଶରେ ବାହାରକୁ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି କେଶକୁ ଘୋଡ଼ାଇ ଖରାରୁ ବଞ୍ଚାନ୍ତୁ। ନଚେତ୍‍ ଆପଣଙ୍କ କେଶର ରଙ୍ଗ ଛାଡ଼ିବା ପରି ସମସ୍ୟା ସୃଷ୍ଟି ହୋଇଥାଏ।
ଆପଣ ବ୍ୟବହାର କରୁଥିବା ସ୍ୟାମ୍ପୁ, କଣ୍ଡିସନର୍‍, ତେଲ କିମ୍ବା ସିରମ୍‍ କଲର୍‍ ସେଫ୍‍ କି ନୁହେଁ ପରୀକ୍ଷା କରି ବ୍ୟବହାର କରନ୍ତୁ।
କଲର କରାଯାଇଥିବା କେଶକୁ ସବୁବେଳେ ବଡ଼ ଦାନ୍ତ ଥିବା ପାନିଆରେ ହିଁ କୁଣ୍ଡାନ୍ତୁ। ଏହା ଦ୍ୱାରା କେଶ ଝଡ଼ିବା ସମସ୍ୟା କମ୍‍ ହୋଇଥାଏ।
ଯଦି ଆପଣଙ୍କ କେଶ ରୁକ୍ଷ ଅଟେ ଏବଂ ତାହାକୁ ଆପଣ କଲର୍‍ କରିଛନ୍ତି ତେବେ କେଶମୂଳରେ ଉଷୁମ ତେଲ ଲଗାନ୍ତୁ ଓ ୪୫ ମିନିଟ୍‍ ପରେ ଧୋଇଦିଅନ୍ତୁ। ନିୟମିତ ବ୍ୟବଧାନରେ ଏପରି କରନ୍ତୁ।
କ୍ୟାଲସିୟମ ଓ ଆଇରନ୍‍ ଅଧିକ ଥିବା ଖାଦ୍ୟ ଭୋଜନରେ ସାମିଲ୍‍ କରନ୍ତୁ। ଏହାସହ ପ୍ରୋଟିନ୍‍ଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତୁ।
ସବୁବେଳେ ଚିନ୍ତାମୁକ୍ତ ରୁହନ୍ତୁ ଏବଂ ଦୈନିକ ୮ ଘଣ୍ଟା ଶୁଅନ୍ତୁ।

Tags: