କେଶ ଧଳା ହେଉଥିଲେ
ସୁନ୍ଦର ତ୍ୱଚା ସହିତ ସୁନ୍ଦର କେଶ କିଏ ବା ନ ଚାହେଁ । ଘନକେଶ ସହିତ କଳା କେଶ ସର୍ବଦା ଏକ ଆକର୍ଷଣୀୟ ଲୁକ୍ ପ୍ରଦାନ କରିଥାଏ । ଅନେକ ସମୟରେ ଆମେ ଆମ ଲୁକ୍କୁ ଆହୁରି ଅଧିକ ଷ୍ଟାଇଲିସ୍ କରିବା ପାଇଁ କେଶରେ ବିଭିନ୍ନ ପ୍ରକାରର ରଙ୍ଗ ଲଗାଇଥାଏ । ଏହାବାଦ୍ ଆମେ ଆମ କେଶକୁ ଆକର୍ଷଣୀୟ କରିବା ପାଇଁ ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ସାମ୍ପୋ ତଥା କଣ୍ଡିସନର୍ ଲଗାଇଥାଉ । ଯାହାଫଳରେ ସମୟକ୍ରମେ […]
ସୁନ୍ଦର ତ୍ୱଚା ସହିତ ସୁନ୍ଦର କେଶ କିଏ ବା ନ ଚାହେଁ । ଘନକେଶ ସହିତ କଳା କେଶ ସର୍ବଦା ଏକ ଆକର୍ଷଣୀୟ ଲୁକ୍ ପ୍ରଦାନ କରିଥାଏ । ଅନେକ ସମୟରେ ଆମେ ଆମ ଲୁକ୍କୁ ଆହୁରି ଅଧିକ ଷ୍ଟାଇଲିସ୍ କରିବା ପାଇଁ କେଶରେ ବିଭିନ୍ନ ପ୍ରକାରର ରଙ୍ଗ ଲଗାଇଥାଏ । ଏହାବାଦ୍ ଆମେ ଆମ କେଶକୁ ଆକର୍ଷଣୀୟ କରିବା ପାଇଁ ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ସାମ୍ପୋ ତଥା କଣ୍ଡିସନର୍ ଲଗାଇଥାଉ । ଯାହାଫଳରେ ସମୟକ୍ରମେ ଆମ କେଶ ଦୁର୍ବଳ ହେବା ସହିତ କଳାରୁ ଧଳା ରଙ୍ଗକୁ ପରିବର୍ତ୍ତିତ ହୋଇଥାଏ । ତେବେ ଯୁବାବସ୍ଥାରେ ଧଳା କେଶକୁ କେହି ପସନ୍ଦ କରନ୍ତି ନାହିଁ । ଫଳରେ ଅନେକ କେମିକାଲ୍ ଏବଂ ହର୍ବାଲ୍ ପ୍ରଡକଫ ଲଗାନ୍ତି । ଫଳରେ କେଶ ଝଡିବା ସହିତ ଅନେକ ସମସ୍ୟା ଦେଖାଦିଏ । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇଲେ ପୁନଶ୍ଚ କଳାକେଶ ପାଇପାରିବେ ।
ଭୃଷଙ୍ଗ ପତ୍ର

ଧଳାକେଶକୁ କଳା କରିବାରେ ଭୃଷଙ୍ଗ ପତ୍ର ବେଶ୍ ଲାଭପ୍ରଦ ସାବ୍ୟସ୍ତ ହେବ ।ଏହାକୁ ନଡିଆ ତେଲ କିମ୍ବା ଜୋଜୋବା ତେଲ ସହିତ ମିଶ୍ରଣ କରି ଗରମ କରନ୍ତୁ । ଏହି ମିଶ୍ରଣର ରଙ୍ଗ କଳା ହେବା ପରେ ଏହାକୁ ଥଣ୍ଡା କରି କେଶ ମୂଳରେ ଧୀରେ ଧୀରେ ମସାଜ୍ କରନ୍ତୁ ।
ଅଁଳା

ଅଅଁଳା ମଧ୍ୟରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି । ଅଅଁଳା ରସକୁ ଲେମ୍ବୁ ସହିତ ମିଶାଇ ଏହାକୁ କେଶ ମୂଳରେ ଲଗାନ୍ତୁ । କିଛି ସମୟ ରଖିବା ପରେ କେଶକୁ ଧୋଇନିଅନ୍ତୁ ।
ଚା’ପତି

ଚା’ପତିରେ ଟ୍ୟାନିକ୍ ଏସିଡ୍ ରହିଥାଏ, ଯାହା କେଶକୁ କଳା ଏବଂ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ । କିଛି ଚା’ପତି ନେଇ ବିନା ଚିନିରେ ଏହାକୁ ଫୁଟାଇବା ପରେ ଥଣ୍ଡା କରି ସଫା ତଥା ଓଦା କେଶରେ ଲଗାନ୍ତୁ । କିଛି ସମୟ ରଖିବା ପରେ ଏହାକୁ ପୁନଶ୍ଚ ଧୋଇଦିଅନ୍ତୁ ।




