ବର୍ଷାଦିନେ କେଶର ଯତ୍ନ
ମନସୁନରେ ଆମକୁ ସବୁ ଜିନିଷର କେୟାର ନେବାକୁ ହୋଇଥାଏ । ଏହି ଦିନେ ଆମକୁ ଆମ କେଶର ମଧ୍ୟ ସ୍ୱତନ୍ତ୍ରଭାବେ କେୟାର ନେବାକୁ ପଡିଥାଏ । ଏହି ଦିନେ କେଶରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ସବୁଠାରୁ ଅଧିକ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । ତେଣୁ ଆମକୁ ଏହି ସମସ୍ୟାକୁ କମ କରିବା ପାଇଁ ଖାଦ୍ୟର ଧ୍ୟାନ ନେବାକୁ ହେବ । ଆସନ୍ତୁ ଜାଣିବା ଏହିଦିନେ ଖାଦ୍ୟପେୟର କିଭଳି ଧ୍ୟାନ ରଖିବା । ଅଣ୍ଡା […]
ମନସୁନରେ ଆମକୁ ସବୁ ଜିନିଷର କେୟାର ନେବାକୁ ହୋଇଥାଏ । ଏହି ଦିନେ ଆମକୁ ଆମ କେଶର ମଧ୍ୟ ସ୍ୱତନ୍ତ୍ରଭାବେ କେୟାର ନେବାକୁ ପଡିଥାଏ । ଏହି ଦିନେ କେଶରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ସବୁଠାରୁ ଅଧିକ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । ତେଣୁ ଆମକୁ ଏହି ସମସ୍ୟାକୁ କମ କରିବା ପାଇଁ ଖାଦ୍ୟର ଧ୍ୟାନ ନେବାକୁ ହେବ । ଆସନ୍ତୁ ଜାଣିବା ଏହିଦିନେ ଖାଦ୍ୟପେୟର କିଭଳି ଧ୍ୟାନ ରଖିବା ।
ଅଣ୍ଡା –ଏହି ଦିନେ ଖାଦ୍ୟରେ ଅଣ୍ଡା ସାମିଲ କରନ୍ତୁ । ଅଣ୍ଡାରେ ସମସ୍ତ ପ୍ରକାରର ପ୍ରୋଟିନ ଭରି ରହିଥାଏ, ଯାହା କେଶ ମୂଳକୁ ଶକ୍ତ କରିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ କେଶ ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ ।
କୋଳି- ଏହି ଦିନେ କୋଳି ଖାଇବାକୁ ଜମାରୁ ଭୁଲନ୍ତୁ ନାହିଁ । କୋଳିରେ ଥିବା ନ୍ୟୁଟ୍ରିଏଣ୍ଟ୍ କେଶକୁ ମଜଭୁତ କରିଥାଏ । ସେହିଭଳି ଏହା ହେୟାର ଗ୍ରୋଥରେ ମଧ୍ୟ ସହାୟକ ହୋଇଥାଏ । ଏଥିର ଥିବା ଭିଟାମିନ ସି କେଶକୁ ଶକ୍ତ କରିଥାଏ ।
ପାଳଙ୍ଗ – ପାଳଙ୍ଗ ଶାଗରେ ଆଇରନ ଓ ଅନ୍ୟ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ, ଯାହା କେଶ ଝଡିବାକୁ ଦିଏ ନାହିଁ । ତେଣୁ ମନସୁନ୍ରେ ନିଜ ଖାଦ୍ୟରେ ପାଳଙ୍ଗକୁ ସାମିଲ କରନ୍ତୁ । ଏହା ବେଶ ସ୍ୱାସ୍ଥ୍ୟକର ।




