୨୦ ମିନିଟ୍ରେ ମେକ୍ଅପ୍ ଟ୍ରିକ୍
ପରିଣତ ବୟସରେ ନୋ-ମେକଅପ୍ ଲୁକ୍ ଆପଣଙ୍କୁ ୟଙ୍ଗ୍ ଲୁକ୍ ଦେଇଥାଏ । ମିନିମଲିଷ୍ଟିକ ମେକଅପ୍ (କମ୍ରୁ ଅତି କମ୍ ମେକଅପ୍), ବ୍ଲେଣ୍ଡିଂ ଟେକନିକ୍ ଏବଂ ଲାଇଟ୍ ମେକଅପ୍ ଶେଡ୍ ଦ୍ୱାରା ୨୦ ମିନିଟରେ ଆପଣ କିପରି ୧୦ ବର୍ଷ ସାନ ଦେଖାଯାଇପାରିବେ, ସେସମ୍ପର୍କରେ କିଛି ଟ୍ରିକ୍ ଜାଣନ୍ତୁ । -ଚେହେରାକୁ ପରଫେକଫ ଶେପ୍ ଦେବା ପାଇଁ କାଉଣ୍ଟରିଂ ବଦଳରେ ବ୍ରୋଞ୍ଜର୍ ଏବଂ ବ୍ଲଶର୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ସାମ୍ନା ବ୍ୟକ୍ତିର ଧ୍ୟାନ ବୟସ ଉପରକୁ ନୁହେଁ […]
ପରିଣତ ବୟସରେ ନୋ-ମେକଅପ୍ ଲୁକ୍ ଆପଣଙ୍କୁ ୟଙ୍ଗ୍ ଲୁକ୍ ଦେଇଥାଏ । ମିନିମଲିଷ୍ଟିକ ମେକଅପ୍ (କମ୍ରୁ ଅତି କମ୍ ମେକଅପ୍), ବ୍ଲେଣ୍ଡିଂ ଟେକନିକ୍ ଏବଂ ଲାଇଟ୍ ମେକଅପ୍ ଶେଡ୍ ଦ୍ୱାରା ୨୦ ମିନିଟରେ ଆପଣ କିପରି ୧୦ ବର୍ଷ ସାନ ଦେଖାଯାଇପାରିବେ, ସେସମ୍ପର୍କରେ କିଛି ଟ୍ରିକ୍ ଜାଣନ୍ତୁ ।
-ଚେହେରାକୁ ପରଫେକଫ ଶେପ୍ ଦେବା ପାଇଁ କାଉଣ୍ଟରିଂ ବଦଳରେ ବ୍ରୋଞ୍ଜର୍
ଏବଂ ବ୍ଲଶର୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ସାମ୍ନା ବ୍ୟକ୍ତିର ଧ୍ୟାନ ବୟସ ଉପରକୁ ନୁହେଁ ଆପଣଙ୍କ ଚମକୁଥିବା ତ୍ୱଚା ଉପରକୁ ଯିବ ।

– ଗ୍ଲସି ମେକଅପ୍ ସ୍ଥାନରେ ମ୍ୟାଟ୍ ଫିନିଶ ଥିବା ମେକଅପ୍ ପ୍ରଡକଫ ବାଛନ୍ତୁ । ମ୍ୟାଟ୍ ମେକଅପ୍ ଚେହେରାକୁ ଭଲ ଫିନିଶ୍ ଦେଇଥାଏ, ଯାହାଦ୍ୱାରା ନେଚୁରାଲ୍ ଏବଂ ୟଙ୍ଗ୍ ଲୁକ୍ ମିଳିଥାଏ । ଏହା ଚେହେରାର ଦାଗକୁ ଲୁଚାଇଥାଏ ।
– ବହୁତ ଅଧିକ ଫେସ୍ ପାଉଡର୍ ଲଗାଇଲେ ଚେହେରା ଖରାପ ଦେଖାଯାଏ । ତେଣୁ ହାଲକା ମେକଅପ୍ ପରେ ଫେସ୍ ପାଉଡର୍ରେ ଚେହେରାକୁ ଫିନିଶ୍ ଟଚ୍ ଦିଅନ୍ତୁ । ସେହିପରି କଂସିଲର୍ ଲଗାଇବା ପରେ ଅଣ୍ଡର ଆଇ ଏରିଆରେ ଫେସ୍ ପାଉଡର୍ ଲଗାନ୍ତୁ । ଏହାଦ୍ୱାରା ଆଖି ତଳର ରେଖା ନଜର ଆସିବ ନାହିଁ ।

-ଅଧିକ ଗୋରା ଦେଖାଯିବା ପାଇଁ ସ୍କିନ ଶେଡ୍ରେ ଲାଇଟ ଫାଉଣ୍ଡସେନ୍ ଲଗାନ୍ତୁ ନାହିଁ । ଏପରି କଲେ ବୟସ ସ୍ପଷ୍ଟ ଭାବେ ଜଣାପଡ଼ିଯିବ । ଚେହେରାକୁ ମଶ୍ଚରାଇଜର କରନ୍ତୁ, ପୁଣି ଲାଇଟ୍ ପିଙ୍କ୍ ଟୋନ୍ର ଫାଉଣ୍ଡେସନ ଲଗାନ୍ତୁ । ଏହାଦ୍ୱାରା ଆପଣ ନିଜଠାରୁ ୧୦ ବର୍ଷ ସାନ ଦେଖାଯିବେ ।
-ଲାଇଟ୍ ଶେଡ୍ର ଲିପିଷ୍ଟିଟ ବାଛନ୍ତୁ । ଲିପିଷ୍ଟକ୍ ସହ ମ୍ୟାଚ୍ କରି ଲିପ୍ ଲାଇନର୍ ଲଗାନ୍ତୁ । ଶେଷରେ ଲିପ୍ ଗ୍ଲସ୍ ଲଗାନ୍ତୁ । ଏଥିରେ ଆପଣଙ୍କୁ ସଫଫ୍ ଏବଂ ୟଙ୍ଗ୍ ଲୁକ୍ ମିଳିବ ।




