ଗ୍ରୀନ ଚୁଡା ଉପମା

ଗ୍ରୀନ ଚୁଡା ଉପମା
Ipsita Picture
By: Ipsita
Published On

 

ସାମଗ୍ରୀ _ ଚୁଡ଼ା, ଧନିଆ ପତ୍ର, ଭୃସଙ୍ଗ ପତ୍ର, ରସୁଣ, କଞ୍ଚା ଲଙ୍କା, ବରଫ ଖଣ୍ଡ, ତେଲ, ବିରି ଡାଲି, ଚିନାବାଦାମ,ଚଣା ଡାଲି, ସୋରିଷ, ପିଆଜ, ଲୁଣ , ମିକ୍ସଚର, ଲେମ୍ବୁ ରସ ।

ପ୍ରସ୍ତୁତି _

ପ୍ରଥମେ ଗ୍ରାଇଣ୍ଡର ଜାର୍ରେ ଧନିଆ ପତ୍ର, ଭୃସଙ୍ଗ ପତ୍ର, ରସୁଣ, କଞ୍ଚା ଲଙ୍କା, ବରଫ ଖଣ୍ଡ ଏବଂ ଅଳ୍ପ ପାଣି ପକାନ୍ତୁ । ଏହାକୁ ଭଲଭାବେ ବ୍ଲେଣ୍ଡ କରି ଏକ ଚିକ୍କଣ ଚଟଣି ପାଣି ପ୍ରସ୍ତୁତ କରନ୍ତୁ, ତାପରେ ଏହାକୁ ଛାଣି ନେଇ ଏକ ପାତ୍ରରେ ଅଲଗା ରଖନ୍ତୁ । ଏହାପରେ, ଚୁଡ଼ାକୁ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ ଏବଂ କିଛି ସମୟ ପାଇଁ ଅଲଗା ରଖି ଦିଅନ୍ତୁ । ଏବେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ବିରି ଡାଲି, ଚିନାବାଦାମ, ଚଣା ଡାଲି, ସୋରିଷ, ଭୃସଙ୍ଗ ପତ୍ର ଏବଂ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ସାମାନ୍ୟ ଭାଜି ହେବା ପରେ, ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚଟଣି ପାଣି, ସ୍ୱାଦ ଅନୁସାରେ ଲୁଣ ଏବଂ କିଛି ଧନିଆ ପତ୍ର ମିଶାନ୍ତୁ । ଶେଷରେ, ସେଥିରେ ଧୋଇ ରଖିଥିବା ଚୁଡ଼ାକୁ ପକାଇ ସବୁ ସାମଗ୍ରୀକୁ ଭଲଭାବେ ଗୋଳାଇ ଦିଅନ୍ତୁ । ଏହା ଉପରେ କିଛି ମିକ୍ସଚର ଏବଂ ଲେମ୍ବୁ ରସ ଚିପୁଡ଼ି ଗରମାଗରମ୍ ପରଷନ୍ତୁ ଏବଂ ଏହାର ମଜା ନିଅନ୍ତୁ ।

Tags: