ଛେନା ଗୋଲାପ ଜାମୁ
ଓଡିଆ ରୁଚି
ସାମଗ୍ରୀ _ କ୍ଷୀର ୪ଲିଟର, ଚିନି ୪କପ, କିସମିସ, ମଇଦା ଦୁଇ ଚାମଚ, ବେକିଂ ପାଉଡର ୧ ଚାମଚ, ଗୁଜୁରାତି ।
ପ୍ରଣାଳୀ _ ଅଧା କ୍ଷୀରରେ ଛେନା ଓ ଅଧା କ୍ଷୀରରେ ଖୁଆ ତିଆରି କରନ୍ତୁ । ବର୍ତ୍ତମାନ ଛେନା, ଖୁଆ, ମଇଦା, ବେକିଂ ପାଉଡରକୁ ମିଶାଇ ଭଲଭାବେ ଚକଟି ଦିଅନ୍ତୁ । ଏହି ଚକଟାରେ ଛୋଟଛୋଟ ଗୁଳା ତିଆରି କରି ଗୁଜୁରାତି ଗୁଣ୍ଡ ଓ କିସମିସ ଦେଇ ଗୋଲ କରନ୍ତୁ । ସିରା ପ୍ରସ୍ତୁତ କରନ୍ତୁ, ଛେନା ଗୁଳାକୁ ତେଲରେ ଛାଣନ୍ତୁ । ଏହା ବାଦାମୀରଙ୍ଗ ହୋଇଗଲେ ତେଲ କଢେଇରୁ କାଢି ସିରା କଢେଇରେ ପକାନ୍ତୁ । ପ୍ରସ୍ତୁତ ହୋଇଯିବ ଛେନା ଗୋଲାପ ଜାମୁ ।
Tags:



