ଶାମଳୀ ଝିଅମାନେ ଆପଣାନ୍ତୁ ଏହି ଉପାୟ ଗ୍ଲୋ କରିବ ଚେହେରା…

ସମୟ ଲାଇଭ୍‍,୧୨/୧୨: ଶାମଳୀ ଝିଅମାନେ ନିଜ ତ୍ୱଚାକୁ ନେି ସର୍ବଦା ଚିନ୍ତାରେ ଥାଆନ୍ତି। ତେବେ ଆପଣ ଚିନ୍ତିତ ନହୋଇ ଆପଣାନ୍ତୁ ସରଳ ଉପାୟ। ଏହାଦ୍ୱାରା ଆପଣଙ୍କ ତ୍ୱଚା ଗ୍ଲୋ କରିବାରେ ଲାଗିଥାଏ। ଘରେ ସହଜରେ ଉପଲବ୍ଧ ସାମଗ୍ରୀରେ ଫେସପ୍ୟାକ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଆବଶ୍ୟକୀୟ ସାମଗ୍ରୀ: ବେସନ- ୧ ଚାମଚ ଗୋଟା ହଳଦୀ -୧ଟି କଞ୍ଚା କ୍ଷୀର- ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟା ହଳଦୀକୁ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ ଏଥିରେ ଏକ […]

Samaya Live Picture
Published On

ସମୟ ଲାଇଭ୍‍,୧୨/୧୨: ଶାମଳୀ ଝିଅମାନେ ନିଜ ତ୍ୱଚାକୁ ନେି ସର୍ବଦା ଚିନ୍ତାରେ ଥାଆନ୍ତି। ତେବେ ଆପଣ ଚିନ୍ତିତ ନହୋଇ ଆପଣାନ୍ତୁ ସରଳ ଉପାୟ। ଏହାଦ୍ୱାରା ଆପଣଙ୍କ ତ୍ୱଚା ଗ୍ଲୋ କରିବାରେ ଲାଗିଥାଏ। ଘରେ ସହଜରେ ଉପଲବ୍ଧ ସାମଗ୍ରୀରେ ଫେସପ୍ୟାକ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ।

ଆବଶ୍ୟକୀୟ ସାମଗ୍ରୀ:
ବେସନ- ୧ ଚାମଚ
ଗୋଟା ହଳଦୀ -୧ଟି
କଞ୍ଚା କ୍ଷୀର- ଆବଶ୍ୟକ ଅନୁଯାୟୀ


ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗୋଟା ହଳଦୀକୁ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ ଏଥିରେ ଏକ ଚାମଚ ବେସନ ସହ କ୍ଷୀର ପକାଇ ଭଲରେ ମିଶାନ୍ତୁ। ଭୁଲରେ ବି ବଜାରରେ ମିଳୁଥିବା ଗୁଣ୍ଡ ହଳଦୀ ଏଥିରେ ବ୍ୟବହାର କରନ୍ତୁ ନାହିଁ।


ବ୍ୟବହାର ପ୍ରଣାଳୀ:
ପ୍ରଥମେ ଉପରୋକ୍ତ ମିଶ୍ରଣକୁ ନେଇ ମୁହଁରେ ଲଗାନ୍ତୁ। ଧୀରେ ଧୀରେ ଏହାକୁ ମୁହଁରେ ମସାଜ୍‍ କରନ୍ତୁ। ଏହାପରେ ୧୦ ମିନିଟ୍‍ ପର୍ଯ୍ୟନ୍ତ ଏହାକୁ ଶୁଖିବାକୁ ଦିଅନ୍ତୁ। ଏହାପରେ ସଫା ପାଣିରେ ମୁହଁ ଧୋଇଦିଅନ୍ତୁ।


ଫାଇଦା:
ଏହି ମିଶ୍ରଣକୁ ଲଗାତାର ମାସେ ପର୍ଯ୍ୟନ୍ତ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାକୁ ଉତ୍ତମ ପୋଷଣ ମିଳିବା ସହ ତ୍ୱଚା ଚମକିବା ଆରମ୍ଭ ହୁଏ।

Tags: