ଘରୋଇ ଉପାୟରେ ବାଳକୁ ଦିଅନ୍ତୁ ନାଚୁରାଲ ଗ୍ଲୋ
କଥାରେ ଅଛି କେଶ ନଥିଲେ ବେଶ ସୁନ୍ଦର ଦିଶେନାହିଁ I ଆଜ୍ଞା ହଁ ବର୍ତ୍ତମାନ ସମୟରେ ସମସ୍ତଙ୍କର ପ୍ରାୟ କେଶ ସମସ୍ୟା ଦେଖା ଦେଉଛି I ବ୍ୟସ୍ତ ବହୁଳ ଜୀବନରେ ଅନିୟମିତ ଖାଦ୍ୟଶୈଳୀ ଯୋଗୁଁ ଅସମୟରେ କେଶ ଧଳା ହେବାର ଦେଖା ଯାଉଛି I ଫଳରେ ଆମେ ପାର୍ଲର ଯାଇ କେଶ ରଙ୍ଗ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଏହାର ବିଶେଷ ସୁଫଳ ପାଇପାରୁ ନାହୁଁ I ବରଂ ଏହାର କୁପ୍ରଭାବ କେଶ […]
କଥାରେ ଅଛି କେଶ ନଥିଲେ ବେଶ ସୁନ୍ଦର ଦିଶେନାହିଁ I ଆଜ୍ଞା ହଁ ବର୍ତ୍ତମାନ ସମୟରେ ସମସ୍ତଙ୍କର ପ୍ରାୟ କେଶ ସମସ୍ୟା ଦେଖା ଦେଉଛି I ବ୍ୟସ୍ତ ବହୁଳ ଜୀବନରେ ଅନିୟମିତ ଖାଦ୍ୟଶୈଳୀ ଯୋଗୁଁ ଅସମୟରେ କେଶ ଧଳା ହେବାର ଦେଖା ଯାଉଛି I ଫଳରେ ଆମେ ପାର୍ଲର ଯାଇ କେଶ ରଙ୍ଗ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଏହାର ବିଶେଷ ସୁଫଳ ପାଇପାରୁ ନାହୁଁ I ବରଂ ଏହାର କୁପ୍ରଭାବ କେଶ ଉପରେ ଅଧିକ ପଡୁଛି I ତେବେ ଆସନ୍ତୁ ଘରୋଇ ଉପାୟରେ ରଙ୍ଗ କରି କେଶକୁ ଦେବା ନାଚୁରାଲ ଗ୍ଲୋ…
ପ୍ରଥମେ ଆପଣଙ୍କ କେଶର ଘନତା ଅନୁଯାୟୀ ଗୋଟିଏ ପାତ୍ରରେ ମେହେନ୍ଦି ପାଉଡ଼ର ନିଅନ୍ତୁ I ଏହାପରେ ଅନ୍ୟ ଏକ ପାତ୍ରରେ ଗୋଟିଏ ମଧ୍ୟମ ଆକାରର ବିଟକୁ କୋରି ସେଥିରେ ୨ ଚାମଚ ମେଥି ଦାନା,୨ଟି ଲବଙ୍ଗ,୨ ଚାମଚ କଫି ପାଉଡ଼ର ଏବଂ ୨ କପ ପାଣି ମିଶାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ I କିଛି ସମୟ ପରେ ଏହାକୁ ଛାଣି ଥଣ୍ଡା କରନ୍ତୁ I ଥଣ୍ଡା ହେଲାପରେ ଏଥିରେ ମେହେନ୍ଦି ପାଉଡର ,ଏକ ବଡ଼ ଚାମଚ ଆଲୋଭେରା ଜେଲ,ଏବଂ ୨ ଟି ଭିଟାମିନ କ୍ୟାପ୍ସୁଲ ମିଶାଇ ଭଲ ଭାବରେ ଫେଣ୍ଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ I ଏହି ମିଶ୍ରଣକୁ ରାତି ସାରା ଘୋଡାଇ ରଖି ସକାଳେ ମୁଣ୍ଡରେ ଲଗାନ୍ତୁ I ପ୍ରାୟ ଅଧ ଘଣ୍ଟା ପରେ ମୁଣ୍ଡକୁ ସାମ୍ପୁ ନକରି କେବଳ ଥଣ୍ଡା ପାଣିରେ ଧୋଇନେବେ Iତେବେ ଏହାକୁ ଲଗାଇବା ପୂର୍ବଦିନ ମୁଣ୍ଡକୁ ସାମ୍ପୁ କରିନେଇଥିବେ I କେଶ ଶୁଖିଗଲା ପରେ ଭଲ ଭାବରେ ତେଲ ମାଲିସ କରି ୨ ଦିନ ରଖିବେ ଏବଂ ଏହାପରେ ସାମ୍ପୁ କରିବେ I ଏପରି କଲେ ମେହେନ୍ଦି କରିସାରିବା ପରେ କେଶ ଆଉ ରୁକ୍ଷ ନହୋଇ ମୁଲାୟମ ହୋଇଥାଏ I ଏଇଭଳି ଉପାୟରେ ସପ୍ତାହକୁ ଥରେ ଲେଖାଏଁ ଲଗାତାର ୩ ସପ୍ତାହ ପର୍ଯ୍ୟନ୍ତ କଲେ କେଶ ସୁସ୍ଥ ଏବଂ ମୁଲାୟମ ହେବା ସହିତ କେଶ ଆଉ ଧଳା ନହୋଇ ଏକ ନାଚୁରାଲ ଗ୍ଲୋ ଆସିଥାଏ I




