କର୍ଣ୍ଣାଟକ କିଶୋରୀଙ୍କ ଅନନ୍ୟ ପ୍ରତିଭା
ଦେଶରେ ପ୍ରତିଭାଶାଳୀ ପିଲାଙ୍କ ସଂଖ୍ୟା କିଛି କମ୍ ନାହିଁ । କେତେକ ପିଲାଙ୍କ ଭିତରେ ପ୍ରତିଭା ଏତେ ଭରି ରହିଛି ଯେ ଦେଖାଣହାରୀ ଆଚମ୍ବିତ ହୋଇ ରହିଯାଉଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ପିଲାର ଭିଡିଓ ଜୋରଦାର ଭାଇରାଲ ଦେଉଛି, ଯାହାକୁ ଦେଖି ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ । ଝିଅଟି ଆଖିରେ ପଟି ବାନ୍ଧି ଏପରି କାରନାମା କରୁଛି ଯେ ବିଶ୍ୱ ରେକର୍ଡ ହୋଇଯାଇଛି । ରିପୋର୍ଟ ଅନୁଯାୟୀ […]
ଦେଶରେ ପ୍ରତିଭାଶାଳୀ ପିଲାଙ୍କ ସଂଖ୍ୟା କିଛି କମ୍ ନାହିଁ । କେତେକ ପିଲାଙ୍କ ଭିତରେ ପ୍ରତିଭା ଏତେ ଭରି ରହିଛି ଯେ ଦେଖାଣହାରୀ ଆଚମ୍ବିତ ହୋଇ ରହିଯାଉଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ପିଲାର ଭିଡିଓ ଜୋରଦାର ଭାଇରାଲ ଦେଉଛି, ଯାହାକୁ ଦେଖି ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ । ଝିଅଟି ଆଖିରେ ପଟି ବାନ୍ଧି ଏପରି କାରନାମା କରୁଛି ଯେ ବିଶ୍ୱ ରେକର୍ଡ ହୋଇଯାଇଛି । ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକର ୧୪ବର୍ଷୀୟା କିଶୋରୀ ଓଜଲ୍ ସୁନୀଲ ନଲାଭଡୀ ଆଖିରେ ପଟି ବାନ୍ଧି ସ୍କେଟିଂ କରିଛନ୍ତି । ସ୍କେଟିଂରେ ତାଙ୍କର ଅନନ୍ୟ ପ୍ରତିଭା ଯୋଗୁଁ ଓଜଲ୍ ଗିନିଜ୍ ୱାଲïର୍ ରେକର୍ଡ କରିଛନ୍ତି ।

ନିକଟରେ ଗିନିଜ୍ ଅଫ୍ ୱାଲïର୍ ରେକର୍ଡ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଓଜଲ୍ ବିଶ୍ୱ ରେକର୍ଡ କରୁଥିବା ନଜର ଆସୁଛନ୍ତି । ଆଖିରେ ପଟି ବାନ୍ଧି ୪୦୦ ମିଟରର ଦୂରତା ସ୍କେଟିଂ ଜରିଆରେ ଅତିକ୍ରମ କରି ଏହି ରେକର୍ଡ କରି ଓଜଲ୍ ଇତିହାସ ରଚିଛନ୍ତି । ତେବେ ସେ ୨୦୧୯ ଶିଶୁ ଦିବସ ଅବସରରେ ଏହି ରେକର୍ଡ କରିଥିଲେ । କିନ୍ତୁ ଗିନିଜ୍ ୱାଲïର୍ ରେକର୍ଡ କିଛି ଦିନ ତଳେ ଏହି ଭିଡିଓ ସେୟାର କରି ପୁଣି ଥରେ ଓଜଲ୍ଙ୍କୁ ଶିରୋନାମାରେ ଆଣିଛନ୍ତି । ଓଜଲ୍ ନଲାଭଡୀ କର୍ଣ୍ଣାଟକର ହୁବଲୀରେ ତାଙ୍କ ପରିବାର ସହ ରହୁଛନ୍ତି । ତାଙ୍କର ଏହି ଅନନ୍ୟ ପ୍ରତିଭା ଓ ପରିଶ୍ରମ ଦେଖିସମସ୍ତେ ପ୍ରଂଶସା କରିବାରେ ଲାଗିଛନ୍ତି ।




