ରାଶି ଅନୁସାର ରତ୍ନ
ସୂର୍ଯ୍ୟ : ସୂର୍ଯ୍ୟଙ୍କ ସମ୍ବନ୍ଧିତ କିଛି ବି ସମସ୍ୟାର ନିରାକରଣ ପାଇଁ ଆପଣ ମାଣିକ୍ୟ ରତ୍ନ ଧାରଣ କରନ୍ତୁ । ତେବେ ତୁଳା, ମକର, କୁମ୍ଭ ଓ କନ୍ୟା ଲଗ୍ନର ବ୍ୟକ୍ତିମାନେ ଏହି ରତ୍ନ ଧାରଣ କରିବା ଅନୁଚିତ୍ । ଯଦି ମୁଣ୍ଡ କିମ୍ବା ଗଣ୍ଠିରେ ପୀଡା ଅନୁଭୂତ ହୁଏ ତେବେ ମାଣିକ୍ୟ ରତ୍ନ ପିନ୍ଧିବା ଉଚିତ୍ ନୁହେଁ । ଚନ୍ଦ୍ର : ମାନସିକ ସମସ୍ୟାର ଉପଚାର ପାଇଁ ମୋତି ରତ୍ନ ଧାରଣ କରନ୍ତୁ । ଏହା […]
ସୂର୍ଯ୍ୟ : ସୂର୍ଯ୍ୟଙ୍କ ସମ୍ବନ୍ଧିତ କିଛି ବି ସମସ୍ୟାର ନିରାକରଣ ପାଇଁ ଆପଣ ମାଣିକ୍ୟ ରତ୍ନ ଧାରଣ କରନ୍ତୁ । ତେବେ ତୁଳା, ମକର, କୁମ୍ଭ ଓ କନ୍ୟା ଲଗ୍ନର ବ୍ୟକ୍ତିମାନେ ଏହି ରତ୍ନ ଧାରଣ କରିବା ଅନୁଚିତ୍ । ଯଦି ମୁଣ୍ଡ କିମ୍ବା ଗଣ୍ଠିରେ ପୀଡା ଅନୁଭୂତ ହୁଏ ତେବେ ମାଣିକ୍ୟ ରତ୍ନ ପିନ୍ଧିବା ଉଚିତ୍ ନୁହେଁ ।
ଚନ୍ଦ୍ର : ମାନସିକ ସମସ୍ୟାର ଉପଚାର ପାଇଁ ମୋତି ରତ୍ନ ଧାରଣ କରନ୍ତୁ । ଏହା ଚନ୍ଦ୍ର ଗ୍ରହକୁ ଶାନ୍ତ କରିଥାଏ । ହେଲେ ବୃଷ,ମିଥୁନ, କନ୍ୟା, ମକର ରାଶିର ଲୋକ ଏହାକୁ ପିନ୍ଧିବା ଅନୁଚିତ୍ । ତେବେ ମୋତି ରତ୍ନ ଯଦି କ୍ଷତି ପହଞ୍ଚାଏ ତେବେ ମାନସିକ ସ୍ଥିତି ବଦଳିଥାଏ ।
ମଙ୍ଗଳ : ମଙ୍ଗଳ ଗ୍ରହ ପାଇଁ ଲାଲ ଓ ନାରଙ୍ଗୀ ରଙ୍ଗର ମୂଙ୍ଗ ରତ୍ନ ବ୍ୟବହାର ହୋଇଥାଏ । ହେଲେ ମିଥୁନ ଓ କନ୍ୟା ଲଗ୍ନର ଲୋକଙ୍କ ପାଇଁ ଏହା ଛୁଇଁବା ମନା । ଏହି ରତ୍ନ ସେମାନଙ୍କ ପାଇଁ ଅଶୁଭକର ହୋଇଥାଏ । ତେବେ ଯେଉଁମାନେ କ୍ରୋଧୀ ସେମାନେ ଏହି ରତ୍ନ ଧାରଣ କରିବା କଥା ନୁହେଁ । ଯଦି ଦୁର୍ଘଟଣା କିମ୍ବା ରକ୍ତ ସମସ୍ୟା ଦେଖାଯାଇଥାଏ । ତେବେ ଏହି ରତ୍ନ ପିନ୍ଧିବା ଉଚିତ୍ ନୁହେଁ ।
ବୁଧ : ବୁଧ ଗ୍ରହ ପାଇଁ ରତ୍ନର ନାଁ ହେଲା ପନ୍ନା । ଏହି ରତ୍ନ ମୁଣ୍ଡ ଓ ମନକୁ ଶକ୍ତିଶାଳୀ କରିଥାଏ । ମେଷ, କର୍କଟ ଲଗ୍ନର ଲୋକ ଏହାକୁ ଧାରଣ କରନ୍ତୁ ନାହିଁ । ତେବେ ଏହାକୁ ପିନ୍ଧିବା ପରେ ଯଦି ତ୍ୱଚ୍ଚାରେ ସମସ୍ୟା ଦେଖାଦିଏ , ତେବେ ଏହାକୁ କାଢି ଦିଅନ୍ତୁ ।
ବୃହସ୍ପତି : ବୃହସ୍ପତିଙ୍କର ହଳଦିଆ ପୋଖରାଜ ରତ୍ନ ଶରୀରରେ ଶକ୍ତି, ଧର୍ମ ଓ ଜ୍ଞାନ ବୃଦ୍ଧି କରିଥାଏ । ବୃଷ, ତୁଳା, ମକର, କୁମ୍ଭ ଆଦି ଲଗ୍ନର ଲୋକ ଏହାକୁ ଧାରଣ କଲେ ଖରାପ । ସେହିଭଳି ଯେଉଁ ମାନଙ୍କର ପେଟ ସମସ୍ୟା ଥିବ ସେମାନେ ଏହାକୁ ପିନ୍ଧିବା ସୁରକ୍ଷିତ ନୁହେଁ ।
ଶୁକ୍ର : ଶୁକ୍ରଙ୍କର ରତ୍ନ ହେଉଛି ହୀରା । ଏହା ପ୍ରେମ, ସୌନ୍ଦର୍ଯ୍ୟ ଓ ଖୁସିର ପ୍ରତୀକ । ହେଲେ ଏହାକୁ ଧାରଣ କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ । ଏହା ଯଦି କ୍ଷତି ପହଞ୍ଚାଇଥାଏ ତେବେ ଦାମ୍ପତ୍ୟ ଜୀବନରେ କଳହ ଲାଗିଥାଏ । ଏହାକୁ ମେଷ, କର୍କଟ, ସିହଁ,ମୀନ ଆଦି ଲଗ୍ନର ଲୋକ ଲଗାଇବା ଶୁଭଙ୍କର ନୁହେଁ ।
ଶନି: ଶନିଙ୍କର ରତ୍ନ ହେଉଛି ନିଲମ । ଏହାକୁ ନିଜ ରାଶି ସହ ମିଶାଇ ପିନ୍ଧନ୍ତୁ । କାରଣ ଏହା ଖୁବ୍ ଶକ୍ତିଶାଳୀ ହୋଇଥାଏ । ଏହାକୁ ସିଂହ ଲଗ୍ନର ବ୍ୟକ୍ତି ପିନ୍ଧିବା ଉଚିତ୍ ନୁହେଁ ।
ରାହୁ : ଗୋମେଦ ରତ୍ନ ରାହୁଙ୍କର ରତ୍ନ ଭାବେ ପରିଚିତ । କିଛି ସାମାନ୍ୟ ସମସ୍ୟା ଥିଲେ ଏହାକୁ ପିନ୍ଧିବା ଉଚିତ୍ ନୁହେଁ । ଏହାକୁ ସତର୍କତାର ସହ ପିନ୍ଧନ୍ତୁ । ଏହାର ଖରାପ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡି ପାରେ ।
କେତୁ : କେତୁଙ୍କ ରତ୍ନ ଲହସୁନିଆ । ଯଦି ରାଶିରେ କେତୁ ଅନୁକୂଳ ଅଛି ତେବେ ଏହି ରତ୍ନ ଧାରଣ କରନ୍ତୁ । ଯଦି କେତୁ ଅନୁକୂଳ ନଥାଇ ଆପଣ ଏହାକୁ ଧାରଣ କରନ୍ତି ତେବେ ସ୍ନାୟୁ କିମ୍ବା ଚର୍ମ ଜନିତ ରୋଗ ହେବାର ଆଶଙ୍କା ରହିଥାଏ ।




