ରସୁଣ ସୁପ

ରସୁଣ ସୁପ
Ipsita Picture
By: Ipsita
Published On

 

ସାମଗ୍ରୀ _ ଛତୁ, ଅଣ୍ଡା, ରସୁଣ, କ୍ୟାପସିକମ,ଜୁକିନି, ଗାଜର, ସିଲେରି, ବିନ, କଞ୍ଚା ଲଙ୍କା, ଅରୋମାଟ ପାଉଡର, ଧଳାଗୋଲମରିଚ, ଲୁଣ, ଚିନି, ଚିକେନ ସିଜନିଂ ।

ପ୍ରଣାଳୀ _ ପ୍ରଥମେ ସମସ୍ତ ପରିବାକୁ ଛୋଟ ଛୋଟ କରି କାଟି ନିଅନ୍ତୁୁ । ଧଳା ଗୋଲ ମରିଚକୁ ଗୁଣ୍ଡ କରି ରଖନ୍ତୁ । ରସୁଣରୁ ଚୋପା ଛଡାଇ ଛୋଟଛୋଟ କରି କାଟନ୍ତୁ । ବର୍ତ୍ତମାନ ଏକ ପ୍ୟାନ ବସାଇ ରିଫାଇନ ତେଲ ଦେଇ ସମସ୍ତ ପରିବାକୁ ଅଳ୍ପ ସମୟ ପାଇଁ ଭାଜି ନିଅନ୍ତୁ । ବର୍ତ୍ତମାନ ଏଥିରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ପାଣି ଫୁଟିବା ପରେ ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ, ଅରୋମାଟ ପାଉଡର, ଚେକେନ ସିଜନିଂ, ଅଳ୍ପ ଚିନି ପକାଇ ଗୋଳାନ୍ତୁ । ଅନ୍ୟ ଏକ ପାତ୍ରରେ ଅଣ୍ଡାରେ ଲୁଣ ଦେଇ ଫେଣ୍ଟି ନିଅନ୍ତୁ । ଅତି ବେଶିରେ ଦୁଇଟି ଅଣ୍ଡା ଫେଣ୍ଟିବେ । ସୁପଟି ଭଲ ଭାବେ ଫୁଟିବା ପରେ ଏଥିରେ ଅଣ୍ଡା ପକାଇ ହାଲୁକା ଗୋଳାଇ ନିଅନ୍ତୁ । ଅଣ୍ଡା ପକାଇବା ପରେ ବେଶି ନଫୁଟାଇ ବନ୍ଦ କରିନିଅନ୍ତୁ । ଅନ୍ୟପଟେ ଏକ ପାତ୍ରରେ ରସୁଣକୁ ଭଲକରି ଗୋଲ୍ଡେନ ହେବାଯାଏଁ ଭାଜି ରଖନ୍ତୁ । ବର୍ତ୍ତମାନ ଗୋଟିଏ ପାତ୍ରରେ ସୁପ ପରଷନ୍ତୁ ଏବଂ ସେଥିରେ ଅଳ୍ପ ରସୁଣ ଭଜା ଓ ଧନିଆ ପତ୍ର ଦେଇ ପରଷନ୍ତୁ ରସୁଣ ସୁପ ।

Tags: