ବଗିଚାର ଯତ୍ନ

ଆଜିକାଲି ସମସ୍ତେ ଘରେ ଛୋଟଛୋଟ ଗାର୍ଡେନ୍‌ କରୁଛନ୍ତି, ଯାହାକୁ ସଜାଇବା ପାଇଁ ବିଭିନ୍ନ ଟ୍ରିକ୍‌ ଆପଣାଉଛନ୍ତି । ଏଭଳି କିଛି ଛୋଟଛୋଟ ଟ୍ରିକ୍‌ ରହିଛି ଯାହାକୁ ଫଲୋ କରିବା ଦ୍ୱାରା ଆପଣ ନିଜର ଗାର୍ଡେନ୍‌କୁ ଖୁବ ସୁନ୍ଦର ଭାବେ ଆକର୍ଷଣୀୟ କରି ସଜାଇପାରିବେ । – ପ୍ରଥମେ ଯେତିକି ଯାଗା ଅଛି ସେତିକି ସ୍ଥାନରେ କିଭଳି ଗାର୍ଡେନକୁ ସଜାଇ ପାରିବେ ସେଥିପାଇଁ ଯନିବାନ ହୁଅନ୍ତୁ । ସବୁବେଳେ ଛୋଟଛୋଟ ଫୁଲକୁଣ୍ଡକୁ ବ୍ୟବହାର କରନ୍ତୁ । ଏହା ବେଶି […]

Samaya Live Picture
Published On

ଆଜିକାଲି ସମସ୍ତେ ଘରେ ଛୋଟଛୋଟ ଗାର୍ଡେନ୍‌ କରୁଛନ୍ତି, ଯାହାକୁ ସଜାଇବା ପାଇଁ ବିଭିନ୍ନ ଟ୍ରିକ୍‌ ଆପଣାଉଛନ୍ତି । ଏଭଳି କିଛି ଛୋଟଛୋଟ ଟ୍ରିକ୍‌ ରହିଛି ଯାହାକୁ ଫଲୋ କରିବା ଦ୍ୱାରା ଆପଣ ନିଜର ଗାର୍ଡେନ୍‌କୁ ଖୁବ ସୁନ୍ଦର ଭାବେ ଆକର୍ଷଣୀୟ କରି ସଜାଇପାରିବେ ।
– ପ୍ରଥମେ ଯେତିକି ଯାଗା ଅଛି ସେତିକି ସ୍ଥାନରେ କିଭଳି ଗାର୍ଡେନକୁ ସଜାଇ ପାରିବେ ସେଥିପାଇଁ ଯନିବାନ ହୁଅନ୍ତୁ । ସବୁବେଳେ ଛୋଟଛୋଟ ଫୁଲକୁଣ୍ଡକୁ ବ୍ୟବହାର କରନ୍ତୁ । ଏହା ବେଶି ଯାଗା ନେଇ ନଥାଏ ଏବଂ ସୁନ୍ଦର ମଧ୍ୟ ଲାଗିଥାଏ । ସେହିଭଳି କୁଣ୍ଡ ଗୁଡିକ ଯାଗା କମ ନେବାରୁ ଆପଣ ଯେତେ ପାରିବେ ସେତେ ଗଛ ଆରାମରେ ଲଗାଇ ପାରିବେ ।
– ସବୁବେଳେ ଗାର୍ଡେନ୍‌ରେ ଭେରାଇଟି ରଖିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ଗାର୍ଡେନରେ ଯେତେ ଗ୍ରୀନେରୀ ରହିବ ଏହା ସେତେ ଆକର୍ଷକ ଲାଗିବ । ବିଭିନ୍ନ ରଙ୍ଗର ଫୁଲ ଗଛକୁ ଏଠାରେ ସ୍ଥାନ ଦିଅନ୍ତୁ, ଯାହା ଫଳରେ ବଗିଚାଟି ଭରପୂର ଲାଗିବ । ସେହିଭଳି ଋତୁ କାଳୀନ ଫୁଲକୁ ବିଶେଷ ଭାବେ ସାମିଲ କରନ୍ତୁ, ଏହା ଦ୍ୱାରା ଆପଣଙ୍କ ବଗିଚା ରଙ୍ଗବେରଙ୍ଗ ଲାଗିବ ।
-ବଗିଚାର ଗଛ ସଜାଇବା ପରେ ଏଥିରେ ଛୋଟଛୋଟ ଚେୟାର ରଖି ପାରିବେ, ଏହା ବଗିଚାରେ ଅନେକ କାର୍ଯ୍ୟରେ ସହାୟତାରେ ଆସିବ । ଏଠାରେ ଆପଣ ନିଜର ଖାଲି ସମୟ ବିତାଇ ପାରିବେ । ଏଥିସହିତ କେହି ଘରକୁ ଆସିଲେ ଆପଣ ତାଙ୍କୁ ନିଜ ବଗିଚା ଦେଖାଇବା ସହିତ ସେଠାରେ କିଛି ସମୟ ବସାଇ ପାରିବେ । ସେହିଭଳି କାଠର ଚେୟାର ଫୁଲ ବଗିଚାରେ ପଡିଲେ ଏହା ବେଶି ଆକର୍ଷଣୀୟ ଲାଗିଥାଏ ।

Tags: