ତ୍ୱଚା ରିଙ୍କଲ୍ସ ପାଇଁ

ସାଧାରଣତଃ ବୟସ ବଢିବା ସାଙ୍ଗକୁ ଆମେ ବୟସ୍କ ଦେଖାଯାଇଥାଉ । ତେଣୁ ତ୍ୱଚା ସହିତ କପାଳରେ ରିଙ୍କଲ୍ସ ବା କୁଞ୍ଚନତା ଆସିଥାଏ, ଯାହାକୁ ନେଇ ଅନେକଙ୍କର ଚିନ୍ତା ବଢିଯାଏ । ଏହାର ଚିକିତ୍ସା ପାଇଁ ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ରିଙ୍କଲ୍ସକୁ ଦୂରେଇବା ପାଇଁ ପାର୍ଲରରେ ବିଭିନ୍ନ ପ୍ରକାରର ଇଞ୍ଜେକ୍ସନ୍‌ ଦିଆଯାଏ, ଯାହାର ଅନେକ ସାଇଡ୍‌ ଇଫେକଫସ୍‌ ମଧ୍ୟ ଥାଏ । ଅନେକ କ୍ଷେତ୍ରରେ ତ୍ୱଚା ଖରାପ ହେବା ସହିତ […]

Samaya Live Picture
Published On

ସାଧାରଣତଃ ବୟସ ବଢିବା ସାଙ୍ଗକୁ ଆମେ ବୟସ୍କ ଦେଖାଯାଇଥାଉ । ତେଣୁ ତ୍ୱଚା ସହିତ କପାଳରେ ରିଙ୍କଲ୍ସ ବା କୁଞ୍ଚନତା ଆସିଥାଏ, ଯାହାକୁ ନେଇ ଅନେକଙ୍କର ଚିନ୍ତା ବଢିଯାଏ । ଏହାର ଚିକିତ୍ସା ପାଇଁ ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ରିଙ୍କଲ୍ସକୁ ଦୂରେଇବା ପାଇଁ ପାର୍ଲରରେ ବିଭିନ୍ନ ପ୍ରକାରର ଇଞ୍ଜେକ୍ସନ୍‌ ଦିଆଯାଏ, ଯାହାର ଅନେକ ସାଇଡ୍‌ ଇଫେକଫସ୍‌ ମଧ୍ୟ ଥାଏ । ଅନେକ କ୍ଷେତ୍ରରେ ତ୍ୱଚା ଖରାପ ହେବା ସହିତ ମଶ୍ଚର ହ୍ରାସ ପାଏ । ଏହାସହିତ ତ୍ୱଚାର ଉଜ୍ଜ୍ୱଳତା କମିଯାଏ । ମାତ୍ର ଏସବୁରୁ ନିଜ ତ୍ୱଚାକୁ ସୁରକ୍ଷା ଦେବା ଲାଗି ଆପଣ ଘରୋଇ ଉପଚାର ମଧ୍ୟ କରିପାରିବେ ।

-ଦହି ଏବଂ ମହୁ ରେ ଆଣ୍ଟି ଅକ୍ସିଡାଣ୍ଟ ଓ ପ୍ରଚୁର ପରିମାଣର ଭିଟାମିନ ରହିଥାଏ । ଏହାକୁ ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ
ତ୍ୱଚାରେ ରିଙ୍କଲ୍ସ ଦୂର ହେବା ସହିତ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ ।

-ଅଣ୍ଡାରେ ଭରପୂର ଆଣ୍ଟି ଏଜିଙ୍ଗ୍‌ ଗୁଣ ରହିଥାଏ । ତେଣୁ ଅଣ୍ଡାର ଧଳା ଅଂଶକୁ ମୁହଁରେ ଲଗାନ୍ତୁ । ଏହା କୁଞ୍ଚନକୁ ଦୂର କରିବାରେ ସହାୟକ ହେବ ।

-କଦଳୀରେ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । କଦଳୀରେ ଆଣ୍ଟି ଏଜିଙ୍ଗ୍‌ ଗୁଣ ଭରି ରହିଥାଏ । ଯାହା ଆପଣଙ୍କ ତ୍ୱଚାରେ ଥିବା ରିଙ୍କଲ୍ସକୁ ଦୂର କରିବା ସହିତ ଆପଣଙ୍କୁ ଯୁବ ହେବାର
ଅନୁଭବ ଦେବ ।

-ପ୍ରତିଦିନ ଶୋଇବା ପୂର୍ବରୁ ତ୍ୱଚାରେ ବାଦାମ ତେଲ, ନଡିଆ ତେଲ, ଅଲିଭ ଅଏଲ୍‌ ଆଦି ମସାଜ୍‌ କରିବା ଦ୍ୱାରା ରିଙ୍କଲ୍ସ ପଡିବାର ସମ୍ଭାବନା ହ୍ରାସ ପାଇବ ।

Tags: