ଅଟା ଖେଡ଼ୁଚି

ଅଟା ଖେଡ଼ୁଚି
Ipsita Picture
By: Ipsita
Published On

 

ସାମଗ୍ରୀ - ଏକ କପ୍ଅଟା, ଛୋଟ ଛୋଟ କଟା ମନପସନ୍ଦର ପରିବା, ୨ ଚାମଚ ଘିଅ, ଜୀରା, ହଳଦୀ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ ।

ପ୍ରଣାଳୀ - ପ୍ରଥମେ ଏକ ପାତ୍ରରେ ଅଟାରେ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପ୍ୟାନରେ ଘିଅ ଗରମ କରି ଏଥିରେ ଜୀରା ଫୁଟାନ୍ତୁ । ଏଥିରେ ପରିବା ପକାଇ ଭାଜନ୍ତୁ । ଭାଜିବା ସମୟରେ ହିଁ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାଇ ମିଶାନ୍ତୁ । ଏହି ପରିବରେ ପୂର୍ବ ପ୍ରସ୍ତୁତ ମିଶ୍ରଣକୁ ପକାଇ ଭାଜନ୍ତୁ । ଏହି ମିଶ୍ରଣକୁ ଭଲକରି ମିଶାନ୍ତୁ, ଯେପରି ଅଟାରେ ସମସ୍ତ ପରିବା ଓ ମସଲା ମିଶିଯିବ । ଏହାପରେ ଏଥିରେ ଟିକେ ଅଧିକ ପାଣି ଦେଇ ଘୋଡାଇ ନିଅନ୍ତୁ । ଅଳ୍ପ ସମୟ ଫୁଟିବା ପରେ ଏହାକୁ ବନ୍ଦ କରି ଦିଅନ୍ତୁ, ପ୍ରସ୍ତୁତ ହୋଇଗଲା ଅଟା ଖେଚୁଡି ।

Tags: