ଖାଦ୍ୟ ରୋକିବ ବ୍ରଣ ସମସ୍ୟା

ଖାଦ୍ୟ ରୋକିବ ବ୍ରଣ ସମସ୍ୟା
Ipsita Picture
By: Ipsita


ଯେତେବେଳେ ଆମ ସ୍କିନ୍‌ରେ ଥିବା ଛିଦ୍ର ବ୍ୟାକେଫରିଆ କାରଣରୁ ବ୍ଲକ ହୋଇଯାଏ ସେତେବେଳେ ବ୍ରଣ ହେବାର ଆଶଙ୍କା ବଢିଥାଏ । କେବଳ ବ୍ୟାକେଫରିଆ ନୁହେଁ ଏହି ତାଲିକାରେ ମୃତ କୋଷିକା ମଧ୍ୟ ସାମିଲ ରହିଛି । ତେବେ ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାଆନ୍ତି । ଏଥିପାଇଁ ଅନେକ ଉପଚାର ରହିଛି, ଯେଉଁଥିରେ ଖାଦ୍ୟ ସବୁଠାରୁ ଆଗରେ ରହିଥାଏ । ତେଣୁ ଆମକୁ ଏକ ଆଣ୍ଟି ଆକନେ ଡାଏଟ୍‌ ଫଲୋ କରିବାର ଅଛି, ଯାହା ଆମକୁ ବ୍ରଣ ସମସ୍ୟାରୁ ମୁକ୍ତି ଦେବ । ଆସନ୍ତୁ ଜାଣିବା ସେହିଭଳି କିଛି ଡାଏଟ୍‌ ବିଷୟରେ ।
ଡାଲିଜାତୀୟ- ଡାଲିଜାତୀୟ ଖାଦ୍ୟରେ ଲୋ-ଗ୍ରେକେମିକ୍‌ ରହିଛି, ତେଣୁ ଏହା ଆମର ବ୍ଲଡ ସୁଗାର ଲେବଲ୍‌କୁ ମ୍ୟାନେଜ କରିଥାଏ । ଏଥିସହ ବ୍ରଣ ହେବାରୁ ରୋକିଥାଏ । ତେଣୁ ନିଜର ପ୍ରତିଦିନ ଖାଦ୍ୟରେ ଡାଲିଜାତୀୟ ସାମଗ୍ରୀ ଆଡ କରନ୍ତୁ ।
କନ୍ଦମୂଳ- କନ୍ଦମୂଳରେ ଜିଙ୍କ୍‌ର ପରିମାଣ ଖୁବ ଅଧିକ ରହିଥାଏ, ଯାହା ବ୍ରଣ ସମସ୍ୟାକୁ ଦୂର କରିଥାଏ । ତେଣୁ ଦିନକୁ ଗୋଟିଏ କନ୍ଦମୂଳ ଖାଇବା ତ୍ୱଚ୍ଚା ପାଇଁ ଲାଭ ଦାୟକ ।
କଖାରୁ - କଖାରୁରେ ଥିବା ଜିଙ୍କ ଆମ ତ୍ୱଚ୍ଚାରେ ବ୍ରଣ ଉଠିବାକୁ ଦେଇନଥାଏ ।ଏହା ଆମ ତ୍ୱଚ୍ଚାକୁ ଏକ ବ୍ରଣ ନିରୋଧୀ କରିବାରେ ସାହାଯ୍ୟ କରିଥାଏ ।
ଘିକୁଆଁରୀ - ଏଥିରେ ଥିବା ଆଣ୍ଟିବ୍ୟାକେଫରିଆଲ ଗୁଣ ମୁହଁରେ ବ୍ରଣ ଉଠିବାକୁ ଦେଇ ନଥାଏ । ତେଣୁ ସବୁଦିନ ଖଣ୍ଡେଖଣ୍ଡେ ଘିକୁଆଁରୀ ମୁହଁରେ ଘଷନ୍ତୁ ଏହା ଲାଭ ଦାୟକ ହୋଇଥାଏ ।

Read More ବାସ୍ତୁରେ ସକରାତ୍ମକତା

Related Posts