ଚିଙ୍ଗୁଡି ଡାଲମା
ଓଡିଆ ରୁଚି
ସାମଗ୍ରୀ _ ହରଡ ଡାଲି, ବୁଟ ଡାଲି, ବାଇଗଣ, ଆଳୁ, କଖାରୁ, ଦେଶୀ ଆଳୁ, କଦଳୀ, ସାରୁ, ଚିଙ୍ଗୁଡି, ପିଆଜ, ରସୁଣ, ଅଦା, ଟମାଟୋ, ଗୋଟା ଜିରା, ଧନିଆ, ଡାଲଚିନି,ପାନ ମଧୁରୀ, ଟମାଟୋ, ଘିଅ, ଶୁଖିଲା ଲଙ୍କା, କଟା ନଡିଆ ଖଣ୍ଡ ।
ପ୍ରଣାଳୀ _ ପ୍ରଥମେ ହାଣ୍ଡିରେ ପାଣି ବସାଇ ସେଥରେ ବୁଟ ଡାଲି, ହରଡ ଡାଲି, ଲୁଣ ଓ ହଳଦୀକୁ ପକାନ୍ତୁ । ଡାଲି ଫୁଟିବା ପରେ ଏଥିରେ ସମସ୍ତ ପରିବାକୁ ବଡବଡ ଖଣ୍ଡ କରି କାଟି ପକାନ୍ତୁ । ପରିବା ଅଳ୍ପ ସମୟ ସିଝିବା ପରେ ଅଦା ଛେଚା ପକାଇ ପରିବା ଡାଲି ସିଝିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ବର୍ତ୍ତମାନ ଚିଙ୍ଗୁଡିକୁ ପ୍ରଥମେ ଭାଜି ରଖନ୍ତୁ । ସେହିଭଳି ଶୁଖିଲାରେ ଗୋଟା ଜିରା, ଧନିଆ, ଡାଲଚିନି,ପାନ ମଧୁରୀ ଭାଜି ଗୁଣ୍ଡ କରିନିଅନ୍ତୁ । ଏହାପରେ ଏକ କରେଇ ବସାଇ ସେଥିରେ ତେଲ ଗରମ କରି ସେଥିରେ ତେଜପତ୍ର, ଡାଲଚିନି ଖଣ୍ଡ ଓ ପିଆଜ କଟା ପକାନ୍ତୁ । ପିଆଜ ଭାଜିହେବା ପରେ ସେଥିରେ ଅଦା ରସୁଣ ଛେଚା ଟମାଟୋ ଓ ସମସ୍ତ ଗୁଣ୍ଡ ମସଲା ଦେଇ କସନ୍ତୁ । ଏହା ଭଲକରି କସିହେବା ପରେ ଏଥିରେ ଚିଙ୍ଗୁଡି ପକାଇ ଗୋଳାନ୍ତୁ । ଏହି ମିଶ୍ରଣକୁ ପୂର୍ବ ପ୍ରସ୍ତୁତ ଡାଲମାରେ ମିଶାନ୍ତୁ । ବର୍ତ୍ତମାନ ଏଥିରେ ପ୍ରସ୍ତୁତ ହୋଇଥିବା ଗୁଣ୍ଡ ମସଲା ପକାଇ ଅଳ୍ପ ସମୟ ଫୁଟାଇ ନିଅନ୍ତୁ ଏବଂ ଆଞ୍ଚ ବନ୍ଦ କରି ନିଅନ୍ତୁ। ଏହାପରେ ଆଉ ଏକ ପାତ୍ରରେ ଘିଅ ଗରମ କରନ୍ତୁ ସେଥିରେ ପଞ୍ଚଫୁଟଣ, ହେଙ୍ଗୁ ଓ ଶୁଖିଲା ଲଙ୍କା ପକାନ୍ତୁ । ଏହି ଫୁଟଣକୁ ପ୍ରସ୍ତୁତ ହୋଇଥିବା ଡାଲମାରେ ମିଶାନ୍ତୁ । ପ୍ରସ୍ତୁତ ହୋଇଯିବ ଚିଙ୍ଗୁଡି ଡାଲମା ।



