ପାଶ୍ଚାତ୍ୟ ଦେଶ ଅନୁସାରେ ଗୁଡ୍ଲକ୍ ଆଣେ ଏହି ଖାଦ୍ୟ
ନୂଆବର୍ଷର ଆରମ୍ଭରେ ସମସ୍ତେ କିଛି ନୂଆ କରିବାକୁ ଚାହିଁଥାନ୍ତି । ପାଶ୍ଚାତ୍ୟ ଦେଶରେ ଅନୁସାରେ ଚାଲୁଥିବା ବନବର୍ଷରେ ଏହିପରି କିଛି ଖାଦ୍ୟ ରହିଛି, ଯାହା ଗୁଡ୍ଲକ୍ ଆଣେ ବୋଲି ବିଶ୍ୱାସ କରାଯାଏ । ଡ଼ାଲି ଜତୀୟ ଖାଦ୍ୟ-ବର୍ଷର ଆରମ୍ଭରେ ସବୁଜ ପନିପରିବା ସହିତ ଡ଼ାଲି ଜାତୀୟ ଖାଦ୍ୟ ଖାଇଲେ ଗୁଡ୍ଲକ୍ ମିଳେ ବୋଲି ମାନ୍ୟତାରେ ରହିଛି । ଡ଼ାଲିକୁ ଧନ ସହିତ ତୁଳନା କରଯାଏ । କାରଣ ଡ଼ାଲିର ଆକାର ପଇସାର ଆକାର ସହିତ ସମାନ । […]
ନୂଆବର୍ଷର ଆରମ୍ଭରେ ସମସ୍ତେ କିଛି ନୂଆ କରିବାକୁ ଚାହିଁଥାନ୍ତି । ପାଶ୍ଚାତ୍ୟ ଦେଶରେ ଅନୁସାରେ ଚାଲୁଥିବା ବନବର୍ଷରେ ଏହିପରି କିଛି ଖାଦ୍ୟ ରହିଛି, ଯାହା ଗୁଡ୍ଲକ୍ ଆଣେ ବୋଲି ବିଶ୍ୱାସ କରାଯାଏ ।
ଡ଼ାଲି ଜତୀୟ ଖାଦ୍ୟ-ବର୍ଷର ଆରମ୍ଭରେ ସବୁଜ ପନିପରିବା ସହିତ ଡ଼ାଲି ଜାତୀୟ ଖାଦ୍ୟ ଖାଇଲେ ଗୁଡ୍ଲକ୍ ମିଳେ ବୋଲି ମାନ୍ୟତାରେ ରହିଛି । ଡ଼ାଲିକୁ ଧନ ସହିତ ତୁଳନା କରଯାଏ । କାରଣ ଡ଼ାଲିର ଆକାର ପଇସାର ଆକାର ସହିତ ସମାନ । ନୂଆବର୍ଷରେ ଆମେରିକାର କିଛି ସ୍ଥାନରେ ‘ହାପିନ୍ ଜନ୍’ ନାମକ ଏକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ।

ଏହି ବ୍ୟଞ୍ଜନ ଡ଼ାଲିରେ ହୋଇଥାଏ ।
ଦହି-ଦହିକୁ ଖାଇ କୌଣସି କାର୍ଯ୍ୟ ଆରମ୍ଭ କଲେ ସଫଳ ମିଳେ ବୋଲି ଭାରତବାସୀ ବିଶ୍ୱାସ କରନ୍ତି । ଠିକ୍ ସେହିପରି ପାଶ୍ଚାତ୍ୟରେ ମଧ୍ୟ ଦହିକୁ ଖାଇ କାର୍ଯ୍ୟ ଆରମ୍ଭ କଲେ ଶୁଭଫଳ ମିଳେ ବୋଲି ବିଶ୍ୱାସ ରହିଛି ।
ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ଫଳ- ହଳଦିଆ ଏବଂ ନରଙ୍ଗୀ ରଙ୍ଗର ଫଳ ଖାଇଲେ ଗୁଡଲକ୍ ମିଳେ ବୋଲି ବିଶ୍ୱାସ କରାଯାଏ । ଚୀନ୍ର ପ୍ରତ୍ୟେକ ଲୋକ ନୂଆବର୍ଷରେ କମଳା ଖାଇବାର ଏକ ପ୍ରଥା ରହିଛି ।

ଡାଳିମ୍ବ-ନୂଆବର୍ଷ ଦିନ ଗ୍ରୀକ୍ରେ ଡାଳିମ୍ବ ଖାଇବାର ପ୍ରଥା ରହିଛି । ଗ୍ରୀକ୍ ମାନ୍ୟତା ଅନୁସାରେ, ଫଳରେ ଅଧିକ ମଞ୍ଜି ରହିବାର ଅର୍ଥ ଶୁଭଫଳ ।
ସେଓ- ସେହିପରି ପ୍ରେମ ଓ ସମୃଦ୍ଧି ପାଇଁ ପାଶ୍ଚାତ୍ୟରେ ସେଓକୁ ଖାଇବାର ପ୍ରଥା ରହିଛି ।
ମାଛ-ୟୁରୋପର ଦେଶର ବହୁ ସ୍ଥାନରେ ରାତ୍ରି ୧୨ ଟା ସମୟରେ ମାଛରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇବାର ପରମ୍ପରା ରହିଛି । ମାଛକୁ ଉନ୍ନତି ଏବଂ ସମୃଦ୍ଧିର ପ୍ରତୀକ ଭାବେ ୟୁରୋପିଆନ୍ ବିଶ୍ୱାସ କରନ୍ତି । କାରଣ ମାଛ ହଜାରରୁ ଅଧିକ ଅଣ୍ଡା ଦିଏ ।
ଅଙ୍ଗୁର-ୟୁରୋପ ଏବଂ ଆମେରିକାର କେତେକ ସ୍ଥାନରେ ନୂଆବର୍ଷରେ ୧୨ଟି ଅଙ୍ଗୁର ଖାଇବାର ପ୍ରଥା ରହିଛି । ୧୨ଟି ଅଙ୍ଗୁର ପ୍ରତି ମାସରେ ଗୁଡଲକ୍ ଆଣେ ବୋଲି ବିଶ୍ୱାସ ରହିଛି ।

ନୁଡଲ୍ସ-ଚୀନ୍ ଏବଂ ଜାପାନରେ ନୂଆବର୍ଷ ସନ୍ଧ୍ୟାରେ ନୁଡଲ୍ସ ଖାଇବାର ପରମ୍ପରା ରହିଛି । ନୁଡଲ୍ସକୁ ଦୀର୍ଘ ଜୀବନର ପ୍ରତୀକ ଭାବେ ବିବେଚନା କରାଯାଏ । ଏହି ପରମ୍ପରାରେ ନୁଡଲ୍ସକୁ ନଭାଙ୍ଗୀ ରୋଷେଇ କରାଯାଏ ।
କେକ୍ ଭିତରେ ପଇସା- ଗ୍ରୀକ୍ ନୂଆବର୍ଷରେ କେକ୍ରେ ପଇସା ପକାଯାଇ ବେକ୍ କରାଯାଏ ।

କୌଣସି ବ୍ୟକ୍ତିଙ୍କୁ କେକ୍ ଖଣ୍ଡରେ ପଇସା ମିଳିଲେ, ତାଙ୍କୁ ଭାଗ୍ୟଶାଳୀ ବ୍ୟକ୍ତି ବୋଲି ବିବେଚନା କରାଯାଏ । ଆର୍ଥିକ ଏବଂ ସମ୍ପତ୍ତିରେ ଉନ୍ନତି ଆଣିବା ପାଇଁ ଏହି ପରମ୍ପରା ସୃଷ୍ଟି କରଯାଇଛି ବୋଲି ଗ୍ରୀକ୍ବାସୀ ବିଶ୍ୱାସ କରନ୍ତି ।




