ମାଛ ଚପ
ଓଡିଆ ରୁଚି
By: Ipsita
ସମ୍ବନ୍ଧିତ ଖବର ଷ୍ଟାଇଲିଷ୍ଟ ସ୍ବେଟର
ସମାଗ୍ରୀ _ ବଡ ମାଛ ୨୫୦ ଗ୍ରାମ, ଅଣ୍ଡା ୬ଟା, ପିଆଜ , ଆଳୁ ୨୫୦ ଗ୍ରାମ, ଗରମ ମସଲା ଅଧା ଚାମଚ, ଅଦା ଏକ ଖଣ୍ଡ, କଞ୍ଚାଲଙ୍କା, ରସୁଣ, ଲୁଣ, ହଳଦୀ, ତେଲ ।
ସମ୍ବନ୍ଧିତ ଖବର ଜଗନ୍ନାଥ ବଲ୍ଲଭ
ପ୍ରଣାଳୀ _ ଆଳୁକୁ ସିଝାଇ, ଚୋପା ଛଡାଇ ଲୁଣ ଦେଇ ଚକଟି ଦିଅନ୍ତୁ । ଅଣ୍ଡା ସହିତ ଲୁଣ ଦେଇ ଭଲଭାବରେ ଫେଣ୍ଟି ଦିଅନ୍ତୁ । ମାଛକୁ ଭାଜି ନିଅନ୍ତୁ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କାକୁ ବାଟି ନିଅନ୍ତୁ । କଡେଇରେ ତେଲ ଦେଇ ପ୍ରଥମେ ବଟା ମସଲାକୁ କସି ନିଅନ୍ତୁ । ଏହାପରେ ମାଛରୁ କଣ୍ଟା କାଢି ଏହାକୁ ଚକଟି ସେହି ମସଲା ସହିତ ଆଉଟିକେ କଷନ୍ତୁ । ଓହ୍ଲାଇବା ବେଳକୁ ଗରମ ମସଲା ଟିକେ ପକାନ୍ତୁ । ଆଳୁକୁ ମଣ୍ଡା ପିଠା ଭଳି ଖୋଳ କରନ୍ତୁ, ସେଥିରେ ମାଛ ମସଲା ପୁର ଦେଇ ମୁହଁକୁ ବନ୍ଦ କରି ନିଅନ୍ତୁ । ଏହାପରେ ଏହି ମଣ୍ଡାକୁ ଅଣ୍ଡାରେ ବୁଡାଇ ତେଲରେ ଛାଣି ଦିଅନ୍ତୁ ପ୍ରସ୍ତୁତ ହୋଇଯିବ ମାଛ ଚପ ।
ସମ୍ବନ୍ଧିତ ଖବର ମନ ପାଇଁ ଯୋଗ
Tags:
Related Posts



