ମେଥି ଶାଗ ବୋକ୍ରଲି ତରକାରୀ

ମେଥି ଶାଗ ବୋକ୍ରଲି ତରକାରୀ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉଷୁନା ଚାଉଳ ଚକୁଳି

ସାମଗ୍ରୀ _ ମେଥୀ ଶାଗ, ବ୍ରୋକଲି, ଆଳୁ, ପିଆଜ କଟା, ଟମାଟୋ କଟା, ଅଦା, ରସୁଣ, ଗୋଟା ଜିରା, ଧନିଆ, ଶୁଖିଲା ଲଙ୍କା, ଧନିଆ ପତ୍ର, ସମସ୍ତ ଗୁଣ୍ଡ ମସଲା ।

ପ୍ରଣାଳୀ _ ପ୍ରଥମେ ମେଥି ଶାଗକୁ ଭଲକରି ଧୋଇ କାଟି ନିଅନ୍ତୁ । ଏହାପରେ କରେଇ ତେଲ ପକାଇ ଏଥିରେ ଗୋଟା ଜିରା ଓ ଶୁଖିଲା ଲଙ୍କା ଫୁଟାନ୍ତୁ । ଏହା ଫୁଟିବାପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭଲକରି ଭାଜିହେବା ପରେ ଅଦା, ସୁଣ, ଗୋଟା ଜିରା, ଶୁଖିଲା ଲଙ୍କା, ଗୋଟା ଧନିଆର ବଟାକୁ ପକାଇ ଭଲକରି କଷନ୍ତୁ । କିଛି ସମୟ ପରେ ଏଥିରେ ଟମାଟୋ ଓ ସମସ୍ତ ଗୁଣ୍ଡ ମସଲା ଓ ଲୁଣ ଦେଇଦିଅନ୍ତୁ । ସମସ୍ତ ମସଲାକୁ ଭଲକରି କଷନ୍ତୁ । ମସଲା କସି ହେବା ପରେ ଏଥିରେ ବ୍ରୋକଲି ଓ ଆଳୁ କଟାକୁ ପକାଇ ଭାଜନ୍ତୁ । ଅଳ୍ପ ସମୟ ଭାଜି ହେବା ପରେ ଏଥିରେ  କଟା ମେଥି ଶାଗକୁ ପକାନ୍ତୁ । ମନେ ରଖିବେ ଶାଗ ପକାଇବା ପରେ ଏହାକୁ ଘାଣ୍ଟିବେ ନାହିଁ । ସେହିଭଳି ଉପରେ ଶାଗକୁ ପକାଇ ଘୋଡାଇ ଦିଅନ୍ତୁ । କିଛି ସମୟପରେ ଏହାକୁ ଘାଣ୍ଟନ୍ତୁ । ବର୍ତ୍ତମାନ ଏଥିର ଅଳ୍ପ ପରିମାଣରେ ଚିନି ପକାଇ ନିଅନ୍ତୁ । ଶାଗରୁ ପାଣି ମରିବା ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ । ଆଳୁ ସିଝିଯିବା ପରେ ଆଞ୍ଚ ବନ୍ଦ କରିନିଅନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ମେଥି ଶାଗ ବ୍ରୋକଲି ତରକାରୀ ।

Tags:

Related Posts

ମକର  ଚାଉଳ

ମକର  ଚାଉଳ

ଆଳୁ ଖିରି

ଆଳୁ ଖିରି

ହସ୍ତତନ୍ତ

ହସ୍ତତନ୍ତ

ସଜନା ଶାଗ ମୁଗ ନଡିଆ

ସଜନା ଶାଗ ମୁଗ ନଡିଆ