ଫ୍ୟାଶନେବଲ ୨୫

ଫ୍ୟାଶନେବଲ ୨୫
Ipsita Picture
By: Ipsita

 

ସମ୍ବନ୍ଧିତ ଖବର  ମାଛ ଚପ

ବର୍ଷ ୨୦୨୫ରେ ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ମଧ୍ୟ ଅନେକ ହଲଚଲ ଦେଖିବାକୁ ମିଳିଥିଲା । ଅନେକ ଫ୍ୟାଶନ ନ୍ୟୁଜ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଥିଲା । ଏଭଳି ଅନେକ ଫ୍ୟାଶନ ଟ୍ରେଣ୍ଡ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ୟୁଜର୍ସଙ୍କର ପ୍ରଥମ ପସନ୍ଦ ପାଲଟିଥିଲା ।

ସମ୍ବନ୍ଧିତ ଖବର ଷ୍ଟାଇଲିଷ୍ଟ ସ୍ବେଟର

ଚର୍ଚ୍ଚାରେ ଭାରତୀୟ ପ୍ରିଣ୍ଟ

ସମ୍ବନ୍ଧିତ ଖବର ବଦଳାନ୍ତୁ ଦିନଚର୍ଯ୍ୟା

ଚଳିତ ବର୍ଷ ଭାରତୀୟ ପ୍ରିଣ୍ଟ ଖୁବ ପରିଚୟ ହାସଲ କରିଥିବା ଦେଖିବାକୁ ମିଳିଥିଲା । ଏହି ତାଲିକାରେ ବନାରସି ଶାଢି, କାଞ୍ଚିପୁରମ ଶାଢି, ଜାମଜାନି ଶାଢି, ଭେଙ୍କଟଗିରି ଶାଢି ଆଦି ସାମିଲ ରହିଛି । ଏହି ସମସ୍ତ ଶାଢିର ଆଦର ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନେକ ରିଲ୍ସ ଓ ଭିଡିଓରେ ଭାରତୀୟ ପ୍ରିଣ୍ଟ ଓ ଶାଢିର କ୍ରେଜ ଦେଖିବାକୁ ମିଳିଥିଲା ।

097

ଘରଚୋଲା ଶାଢି

୨୦୨୫ରେ ନୀତା ଅମ୍ବାନୀଙ୍କ ଶାଢି ଖୁବ ଭାଇରାଲ ହୋଇଥିଲା । ସେ ଏକ ଉତ୍ସବରେ ଏକ ଘରଚୋଲା ଶାଢି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଯାହାପରେ ଏହା ଏକ ଷ୍ଟେଟମେଣ୍ଟ ପାଲଟି ଯାଇଥିଲା । ସମସ୍ତେ ଏହା ବିଷୟର ଜାଣିବା ପାଇଁ ଆଗ୍ରହ ଦେଖାଇଥିଲେ । ଘରଚୋଲା ଶାଢି କେବଳ ଏକ ଫ୍ୟାଶନ ଷ୍ଟେଟମେଣ୍ଟ ତାହା ନୁହେଁ ଏହା ଭାରତୀୟ ପରମ୍ପରାକୁ ଖୁବ ସୁନ୍ଦରଭାବେ ରିପ୍ରେଜେଣ୍ଟ କରିଥାଏ । ଏହା ବିଭିନ୍ନ ପ୍ରକାରର ସଂସ୍କୃତିକୁ ନିଜ ଭିତରେ ଦର୍ଶାଇଥାଏ । ବିଶେଷଭାବେ ଗୁଜରାଟି ଓ ରାଜସ୍ଥାନୀ ସଂସ୍କୃତିକୁ ଏହି ଶାଢି ରିପ୍ରେଜେଣ୍ଟ କରିଥାଏ । ସେହିଭଳି ଏହାକୁ ବର୍ତ୍ତମାନ ବିବାହରେ ବିଶେଷଭାବେ ପିନ୍ଧୁଥିବାର ଦେଖିବାକୁ ମିଳୁଛି । ଘରଚୋଲା ଶବ୍ଦକୁ ଘର ଓ ପୋଷାକର ସମାହାରରେ ତିଆରି କରାଯାଇଛି । ଏହାର ନାଁ ଭଳି ଏହାର ରଙ୍ଗ ଓ ଡ଼ିଜାଇନ ମଧ୍ୟ ଖୁବ ୟୁନିକ ହୋଇଥାଏ । ଏହାକୁ ବିଶେଷଭାବେ ବିବାହ ପରର ଉତ୍ସବ ପାଇଁ ନବବିବାହିତାମାନେ ପିନ୍ଧିଥାନ୍ତି ।

ଭିଗାନ ଫ୍ୟାଶନ

ଫ୍ୟାଶନରେ ଧୀରେଧୀରେ ଅନେକ ପରିବର୍ତ୍ତନ ଆସିଛି, ଯାହା ୨୦୨୫ରେ ଦେଖିବାକୁ ମିଳିଥିଲା । ବିଗତ ବର୍ଷ ଟ୍ରେଣ୍ଡରେ ରହିଥିଲା ଭିଗାନ୍ ଫ୍ୟାଶନ ଯାହାକୁ ଯୁବପିଢି ଫଲୋ କରୁଥିବା ଦେଖିବାକୁ ମିଳିଥିଲା । ଭିଗାନ ଫ୍ୟାଶନ କହିଲେ ଏଭଳି ପୋଷାକକୁ ବୁଝାଏ ଯେଉଁଗୁ଼ଡିକୁ ବିନା ପଶୁଙ୍କୁ ହାନି ପହଞ୍ଚାଇ ପ୍ରସ୍ତୁତ କରାଯାଇଥାଏ ।  ପରିବେଶ ଉପଯୋଗୀ ଫ୍ୟାଶନ ପିନ୍ଧିବାକୁ ସମସ୍ତେ ଏବେ ବେଶି ଗୁରୁତ୍ବ ଦେଉଛନ୍ତି । ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ଭିଗାନ ଫ୍ୟାଶନ । ଯେଉଁଠାରେ ଲଗଜୁରୀ ସହିତ ସଷ୍ଟେନେବଲର ମଧ୍ୟ ବ୍ୟବହାର ବଢୁଛି ।  ଏହି ଫ୍ୟାଶନ ଅଧୀନରେ ବିଭିନ୍ନ ପ୍ରକାର ସାମଗ୍ରୀ ଯେପରି ପୋଷାକ, ଜୋତା. ଚପଲ, ଆସେସରିଜ ଆଦି ସାମିଲ ରହୁଛି । ଏଗୁଡିକ ଲେଦର, ସିଲ୍କ, ଫର, ଫିଦର ଭଳି ପ୍ରାଣୀ ଜାତ ସାମଗ୍ରୀର ବିକଳ୍ପ ଭାବେ ବ୍ୟବହାର କରାଯାଉଛି । ଲୋକଙ୍କୁ ଯେପରି ଷ୍ଟାଇଲରେ କମ୍ପରମାଇଜ କରିବାକୁ ନପଡେ ସେଥିପ୍ରତି ମେକର୍ସମାନେ ଧ୍ୟାନ ଦେଉଛନ୍ତି । ଏଥିରେ ବିଭିନ୍ନ କାଟାଗୋରୀର ସାମଗ୍ରୀ ସାମିଲ ରହିଛି ।

ପଟିଆଲା ହାର

ପଟିଆଲା ହାର ବା କାର୍ଟିଅର ନେକଲେସ ସାରା ବିଶ୍ୱର ଏକ ଚର୍ଚ୍ଚିତ ନାଁ । ତେବେ ଏହା ୨୦୨୫ରେ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡରେ ରହିଥିବା ଦେଖିବାକୁ ମିଳିିଥିଲା । ମେଟଗାଲାରେ ଦିଲଜିତ ଦୋସାଞ୍ଜା ଏହାକୁ ପିନ୍ଧିବା ପରେ ଏହା ଟ୍ରେଣ୍ଡକୁ ଆସିଥିଲା । ଏହି ପଟିୟାଲା ହାରକୁ ୧୯୨୮ ମସିହାରେ ଫ୍ରେଞ୍ଚ ଜୁଏଲର ଲୁଇସ୍କାର୍ଟିୟର ଏହାର ନିର୍ମାଣ କରିଥିଲେ । ଯାହାକୁ ସେ ପଟିୟାଲାର ମହାରାଜା ଭୂପିନ୍ଦର ସିଂଙ୍କ ପାଇଁ ନିର୍ମାଣ କରିଥିଲେ । ଏହି ହାରକୁ ସେ ୧୯୨୫ରେ ନିର୍ମାଣ ଆରମ୍ଭ କରି ୧୯୨୮ରେ ସମାପ୍ତ କରିଥିଲେ । ଏଥିରେ ପ୍ଲାଟିନମ୍ଚେନ୍ରେ ୨୯୩୦ଟି ଡାଇମଣ୍ଡକୁ ଗୁନ୍ଥି ତିଆରି କରାଯାଇଥିଲା । ଯାହାର ମଝିରେ ଡି ବିଅର ହଳଦିଆ ହୀରାକୁ ସ୍ଥାନ ଦିଆଯାଇଥିଲା ।

Tags: fashion

Related Posts