ଫେୟାର ପେୟାର

ଫେୟାର ପେୟାର
Ipsita Picture
By: Ipsita
Published On

 

ଆଜିକାଲିର ଫ୍ୟାଶନ୍ ଦୁନିଆରେ ଜୋତା କେବଳ ପାଦର ଆବଶ୍ୟକତା ହୋଇ ରହିନାହିଁ, ବରଂ ଏହା ଏକ ପ୍ରମୁଖ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ ପାଲଟିଛି । ତେବେ ଅନେକ ସମୟରେ କେଉଁ ଜୋତା ସହ କେଉଁ ଡ୍ରେସ ମ୍ୟାଚ କରି ପିନ୍ଧିବେ ତାକୁ ନେଇ ଦ୍ବନ୍ଦ୍ବ ରହିଥାଏ । ଆସନ୍ତୁ ଜାଣିବା କିଛି ଟ୍ରିକ ସମ୍ପର୍କରେ ଯାହା ଆପଣଙ୍କୁ ଏକ ଷ୍ଟାଇଲିଷ୍ଟ ଲୁକ ଦେବ ।

 

 ବ୍ରାଉନ୍ ସ୍ନିକର୍ସ:

ପାରମ୍ପରିକ କଳା କିମ୍ବା ଧଳା ଜୋତା ସ୍ଥାନରେ ଏବେ ଗାଢ଼ ଓ ହାଲୁକା ବାଦାମୀ ରଙ୍ଗର ସ୍ନିକର୍ସ ବେଶ୍ ଆଦୃତ ହେଉଛି । ବିଭିନ୍ନ ବ୍ରାଣ୍ଡର ଏହି ସ୍ନିକର୍ସ ସହ 'ଷ୍ଟାଉଡ୍'ର ସ୍ଲାଇଟ୍ ମୁଭମେଣ୍ଟ ଥିବା ମିଡି ଡ୍ରେସ୍ ପିନ୍ଧିବା ଦ୍ୱାରା ଲୁକ୍ ଅଧିକ ଷ୍ଟାଇଲିଷ୍ଟ ଦେଖାଯାଏ ।

34573457

ଲାଲ୍ ସ୍ନିକର୍ସ:

ରଙ୍ଗୀନ୍ ସ୍ନିକର୍ସ ମଧ୍ୟରେ ଲାଲ୍ ଏବଂ ଗୋଲାପୀ ରଙ୍ଗ ମିନିମାଲିଷ୍ଟ ଟ୍ରେଣ୍ଡକୁ ଏକ ନୂଆ ମୋଡ଼ ଦେଇଛି ।  ଫ୍ଲାଟ୍-ସୋଲ୍ ଥିବା ଲାଲ୍ ସ୍ନିକର୍ସ ସହ ଷ୍ଟ୍ରାଇପ୍ସ ଓ ଅସମାନ କାଟ୍ ଥିବା ଆଧୁନିକ ମିଡି ସ୍କର୍ଟ ପିନ୍ଧିଲେ ଏହା ଆପଣଙ୍କୁ ଏକ  ଆକର୍ଷଣୀୟ ଲୁକ୍ ପ୍ରଦାନ କରେ । ଏହା ଖୁବ ଷ୍ଟାଇଲିସ ହୋଇଥାଏ ।

 

 ସୁଏଡ୍ ସ୍ନିକର୍ସ:

'ମାସିମୋ ଡୁଟି'ର ସୁଏଡ୍ ସ୍ନିକର୍ସ କାର୍ଯ୍ୟାଳୟ  ପାଇଁ ଅତ୍ୟନ୍ତ ସଫୋଷ୍ଟିକେଟେଡ୍ ଓ ଆରାମଦାୟକ । ଏହି ସ୍ନିକର୍ସକୁ ଏକ କଳା ରଙ୍ଗର ସ୍ପେଗେଟି-ଷ୍ଟ୍ରାପ୍ ଡ୍ରେସ୍ ସହ ପିନ୍ଧିଲେ ଏକ ସାଧାରଣ, କ୍ଲାସିକ୍  ଲୁକ୍ ମିଳିଥାଏ । ଏହା ସବୁ ଅକେଜନ ପାଇଁ ବେଶ୍ ସୁନ୍ଦର ହୋଇଥାଏ ।

467

 ପିଙ୍କ୍ ସ୍ନିକର୍ସ:

ଆଜିକାଲି ହାଲୁକା ବା ପାଷ୍ଟେଲ୍ ଗୋଲାପୀ ରଙ୍ଗର ସ୍ନିକର୍ସ ବେଶ୍ ଟ୍ରେଣ୍ଡରେ ଅଛି । ଏହି ସ୍ନିକର୍ସଗୁଡ଼ିକ ଧଳା ରଙ୍ଗ ଭଳି ଯେକୌଣସି ପୋଷାକ ସହ ସହଜରେ ମ୍ୟାଚ୍ ହୋଇଯାଏ । ଏହାକୁ ରଫଲ୍ଡ ସ୍କର୍ଟ ସହ ପିନ୍ଧିଲେ ଏକ ସିମ୍ପଲ ଓ ସୁନ୍ଦର ଲୁକ୍ ମିଳିଥାଏ ।

ମେସ୍-ଷ୍ଟାଇଲ୍ :

ଫ୍ୟାଶନ୍ ଦୁନିଆରେ  ମେସ ଷ୍ଟାଇଲ ସ୍ନିକର୍ସ ଏବେ ଖୁବ ଟ୍ରେଣ୍ଡରେ ରହୁଛି ।  ଏହି ସ୍ନିକର୍ସକୁ ଲିଓପାଡ ପ୍ରିଣ୍ଟ ଥିବା ମାକ୍ସି କିମ୍ବା ମିଡି ସ୍କର୍ଟ ସହ ପିନ୍ଧିଲେ ଏକ  ସ୍ୱତନ୍ତ୍ର ଲୁକ୍ ମିଳିଥାଏ। ଏହି ଲୁକ ଖୁବ ଷ୍ଟାଇଲିସ ହୋଇଥାଏ ।

 

 

Tags: