ତ୍ବଚାର ଯତ୍ନ
ଖରାଦିନେ ନିଜର ସ୍ବାସ୍ଥ୍ୟ ଭଳି ତ୍ବଚାର ମଧ୍ୟ ଯତ୍ନ ନେବାର ଆବଶ୍ୟକତା ରହିଛି । ଏହି ସମୟରେ ଏଭଳି ଅନେକ କଥା ଅଛି ଯାହାକୁ ଆମକୁ ମାନିବାକୁ ହେବ । ଆସନ୍ତୁ ସେହିଭଳି କିଛି ଟିପ୍ସ ସମ୍ପର୍କରେ ଜାଣିବା ଯାହାକୁ ଖରାକୁ ବାହାରିବା ଆଗରୁ ଅନୁକରଣ କରିବାର ଅଛି ।
_ ନିୟମିତ ସନ୍ସ୍କ୍ରିନ୍ ବ୍ୟବହାର : ଖରାରୁ ରକ୍ଷା ପାଇବା ପାଇଁ ବାହାରକୁ ଯିବାର ୨୦ ମିନିଟ୍ ପୂର୍ବରୁ ଅତିକମରେ ଏସପିଏଫ ୩୦ ଥିବା ସନ୍ସ୍କ୍ରିନ୍ ଲଗାନ୍ତୁ ।
_ ତ୍ୱଚାକୁ ହାଇଡ୍ରେଟ୍ ରଖନ୍ତୁ : ଦିନକୁ ଅତିକମରେ ୮ ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ ଏବଂ ହାଲୁକା ୱାଟର-ବେସଡ୍ ମଶ୍ଚରାଇଜର୍ ବ୍ୟବହାର କରନ୍ତୁ ।
_ ଫେସ୍ ମିଷ୍ଟ୍ ବା ଗୋଲାପ ଜଳ : ଖରାରୁ ଫେରିବା ପରେ ମୁହଁରେ ଗୋଲାପ ଜଳ ସ୍ପ୍ରେ କରନ୍ତୁ, ଏହା ତ୍ୱଚାକୁ ତୁରନ୍ତ ଶୀତଳତା ପ୍ରଦାନ କରିଥାଏ ।
_ ପ୍ରାକୃତିକ ଫେସ୍ ପ୍ୟାକ୍ : ସପ୍ତାହକୁ ଥରେ ଦହି - ବେସନ କିମ୍ବା ମୁଲତାନି ମାଟିର ପ୍ୟାକ୍ ଲଗାନ୍ତୁ, ଯାହା ତ୍ୱଚାରୁ ଅତିରିକ୍ତ ତେଲ ଏବଂ ଟ୍ୟାନିଂ ଦୂର କରିବ ।
_ ସୂତା ପୋଷାକ ଓ ଚଷମା : ସର୍ବଦା ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ ଏବଂ ଆଖିର ସୁରକ୍ଷା ପାଇଁ ସନ୍ଗ୍ଲାସ୍ ବ୍ୟବହାର କରନ୍ତୁ ।



