ଆଇ ସାଡୋ

ଆଇ ସାଡୋ
Ipsita Picture
By: Ipsita
Published On

 

ଆଜିକାଲି ମେକଅପ୍ ଦୁନିଆରେ 'ଆଇ ମେକଅପ୍'କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଉଛି । ଆଖିକୁ ଆକର୍ଷଣୀୟ, ବଡ଼ ଏବଂ ସୁନ୍ଦର ଦେଖାଇବାରେ 'ଆଇସାଡୋ'ର ପ୍ରମୁଖ ଭୂମିକା ରହିଥାଏ । ବଜାରରେ ବିଭିନ୍ନ ରଙ୍ଗ ଓ ଶୈଳୀର ଆଇସାଡୋ ଉପଲବ୍ଧ, ଯାହା ମହିଳାମାନଙ୍କୁ ସେମାନଙ୍କ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ବାଛିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଆଇସାଡୋ ସମ୍ପର୍କରେ ।

ପାଉଡର୍ ଆଇସାଡୋ : ଏହା ସବୁଠାରୁ ସାଧାରଣ ଏବଂ ଲୋକପ୍ରିୟ ଆଇସାଡୋ । ଏହା ସାଧାରଣତଃ ଛୋଟ ପ୍ୟାଲେଟ୍ରେ ଆସିଥାଏ । ଏହାକୁ ବ୍ୟବହାର କରିବା ଏବଂ ବ୍ଲେଣ୍ଡ୍ କରିବା ଅତ୍ୟନ୍ତ ସହଜ ହୋଇଥିବାରୁ ପ୍ରାରମ୍ଭିକ ବ୍ୟବହାରକାରୀଙ୍କ ପାଇଁ ଏହା ଖୁବ ଭଲ ବିକଳ୍ପ ।

କ୍ରିମ୍ ଆଇସାଡୋ : ଏହି ଆଇସାଡୋ ଅଧିକ ଚମକଦାର ଏବଂ ନରମ ହୋଇଥାଏ । ଶୁଷ୍କ ଚର୍ମ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅତି ଉପଯୋଗୀ । ଏହା ଆଖି ପତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ଏହାକୁ ଆଙ୍ଗୁଠି ସାହାଯ୍ୟରେ ମଧ୍ୟ ସହଜରେ ଲଗାଯାଇପାରିବ ।

ଲିକ୍ୱିଡ୍ ଆଇସାଡୋ : ଏହା ତରଳ ରୂପରେ ଆସିଥାଏ ଏବଂ ଏଥିରେ ଆପ୍ଲିକେଟର୍ ବ୍ରଶ୍ ଥାଏ। ଏହା ବହୁତ ଶୀଘ୍ର ଶୁଖିଯାଏ ଏବଂ ଆଖିକୁ ଏକ ଗ୍ଲସି ବା ଗ୍ଲାମ୍ ଲୁକ୍ ପ୍ରଦାନ କରେ। ବିଶେଷ କରି ପାର୍ଟି ବା ପର୍ବପର୍ବାଣି ପାଇଁ ଏହା ଉପଯୁକ୍ତ ।

ଷ୍ଟିକ୍ ବା ପେନ୍ସିଲ୍ ଆଇସାଡୋ : ଏହା ପେନ୍ସିଲ୍ କିମ୍ବା କ୍ରେୟନ୍ ରୂପରେ ମିଳିଥାଏ । ଯାତ୍ରା ସମୟରେ କିମ୍ବା କମ୍ ସମୟ ମଧ୍ୟରେ କାଜୁଆଲ୍ ମେକଅପ୍ କରିବା ପାଇଁ ଏହା ସବୁଠାରୁ ସହଜ ବିକଳ୍ପ ।

ଲୁଜ୍ ପାଉଡର୍ : ଏହା ଗୁଣ୍ଡ ଆକାରରେ ଆସିଥାଏ । ଏଥିରେ ଅତ୍ୟନ୍ତ ଗାଢ଼ ରଙ୍ଗ ଥାଏ । ପ୍ରଫେସନାଲ୍ ମେକଅପ୍ ଆର୍ଟିଷ୍ଟମାନେ ବ୍ରାଇଡାଲ୍ ବା ହେଭି ମେକଅପ୍ ପାଇଁ ଏହାକୁ ଅଧିକ ବ୍ୟବହାର କରିଥାନ୍ତି ।

ଗ୍ଲିଟର୍ ଆଇସାଡୋ : ଏଥିରେ ସୂକ୍ଷ୍ମ ଚମକିଲା କଣିକା ବା ଗ୍ଲିଟର ରହିଥାଏ । ଇଭିନିଂ ପାର୍ଟି, ବିବାହ ଉତ୍ସବ କିମ୍ବା ଗ୍ଲାମରସ୍ ଲୁକ୍ ପାଇଁ ଗ୍ଲିଟର୍ ଆଇସାଡୋ ଆଖିକୁ ଅତ୍ୟନ୍ତ ଆକର୍ଷଣୀୟ କରିଥାଏ ।

Tags: