ଏକ୍ସରସାଇଜ୍ ମୋଟିଭେସନ୍
ଆଜିକାଲି ଫିଟ୍ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି ହେଲେ ଏଥିପାଇଁ ମୋଟିଭେସନର ଆବଶ୍ୟକତା ପଡୁଛି । କିଛି ଦିନ ଏକ୍ସରସାଇଜ କରିବା ପରେ ଏଥିପାଇଁ କେତେଜଣଙ୍କର ଇଚ୍ଛା ହୋଇନଥାଏ । ସେହିଭଳି କେତେଜଣ ଏକ୍ସରସାଇଜ୍ ଆରମ୍ଭ କରିବାକୁ ହିଁ ପଛଘୁଞ୍ଚା ଦେଇଥାଆନ୍ତି । ତେଣୁ ଆସନ୍ତୁ ଜାଣିବା କିଛି ମୋଟିଭେଟ ଟିପ୍ସ… – ପ୍ରଥମେ ନିଜର ଦିନ ହିସାବରେ ଏକ୍ସରସାଇଜ୍ ପାଇଁ ପ୍ଲାନିଂ କରନ୍ତୁ । ଏଭଳି ସମୟ ବାହାର କରନ୍ତୁ ଯେପରି ଆପଣଙ୍କ ଅନ୍ୟ କାମ […]
ଆଜିକାଲି ଫିଟ୍ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି ହେଲେ ଏଥିପାଇଁ ମୋଟିଭେସନର ଆବଶ୍ୟକତା ପଡୁଛି । କିଛି ଦିନ ଏକ୍ସରସାଇଜ କରିବା ପରେ ଏଥିପାଇଁ କେତେଜଣଙ୍କର ଇଚ୍ଛା ହୋଇନଥାଏ । ସେହିଭଳି କେତେଜଣ ଏକ୍ସରସାଇଜ୍ ଆରମ୍ଭ କରିବାକୁ ହିଁ ପଛଘୁଞ୍ଚା ଦେଇଥାଆନ୍ତି । ତେଣୁ ଆସନ୍ତୁ ଜାଣିବା କିଛି ମୋଟିଭେଟ ଟିପ୍ସ…
– ପ୍ରଥମେ ନିଜର ଦିନ ହିସାବରେ ଏକ୍ସରସାଇଜ୍ ପାଇଁ ପ୍ଲାନିଂ କରନ୍ତୁ । ଏଭଳି ସମୟ ବାହାର କରନ୍ତୁ ଯେପରି ଆପଣଙ୍କ ଅନ୍ୟ କାମ ଡିଷ୍ଟର୍ବ ହେବ ନାହିଁ ।
– ଏକ୍ସରସାଇଜ୍ କରିବାବେଳେ ଯଦି ସାଙ୍ଗସାଥୀଙ୍କ ସହ ମିଶି କରିବାର ସୁବିଧା ଅଛି ତେବେ ମିଶିକରି କରନ୍ତୁ । ଏପରି କରିବା ଦ୍ୱାରା ଅନ୍ୟଙ୍କୁ ଦେଖି ଆପଣ ମୋଟିଭେଟ ହେବେ ।
– ମଝିରେ ମଝିରେ ବ୍ରେକ୍ ନିଅନ୍ତୁ । ମଝିରେ ମଝିରେ ବ୍ରେକ ନେଇ ଏକ୍ସରସାଇଜ୍ କରିବା ଦ୍ୱାରା ଆଗ୍ରହ ବଢିଥାଏ ।
– ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ନିଜର ପ୍ରୋଗେସ୍କୁ ଟ୍ରାକ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ମୋଟିଭେସନ ମିଳିଥାଏ ।




