ସମସ୍ତଙ୍କ ପସନ୍ଦ ଅର୍ଗାଞ୍ଜା

ସମସ୍ତଙ୍କ ପସନ୍ଦ ଅର୍ଗାଞ୍ଜା
Ipsita Picture
By: Ipsita
Published On

 

ଆଜିକାଲି ଫ୍ୟାଶନ ଦୁନିଆରେ ଅର୍ଗାଞ୍ଜା ଶାଢ଼ି ମହିଳାମାନଙ୍କ ପ୍ରଥମ ପସନ୍ଦ ପାଲଟିଛି । ନିଜର ହାଲୁକା ଓଜନ, ଚମକ ଏବଂ ଆକର୍ଷଣୀୟ ଲୁକ୍ ପାଇଁ ଏହା ବେଶ୍ ଜଣାଶୁଣା । ବିବାହ ଉତ୍ସବ ହେଉ କିମ୍ବା କୌଣସି ପାର୍ଟି, ସବୁଠି ଏହି ଶାଢ଼ିର ଚାହିଦା ବେଶ୍ ଅଧିକ ।  ତେବେ ବଜାରରେ ଏହାର ଅନେକ ପ୍ରକାର ଉପଲବ୍ଧ ହୋଇଥାଏ ଯାହାକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା..

କ୍ଲାସିକ୍ ସିଲ୍କ  : ଏହା ହେଉଛି ସବୁଠାରୁ ପାରମ୍ପରିକ ଏବଂ ପ୍ରିମିୟମ୍ ଗୁଣବତ୍ତା ବିଶିଷ୍ଟ ଶାଢ଼ି। ଏହାକୁ ଶୁଦ୍ଧ ରେଶମ ବା ସିଲ୍କ ସୂତାରେ ପ୍ରସ୍ତୁତ କରାଯାଏ । ଏହା ଏକ ରୟାଲ୍ ଲୁକ୍ ପ୍ରଦାନ କରିଥାଏ, ଯାହା ବଡ଼ ବଡ଼ ପାର୍ଟିରେ ଖୁବ ମାନିଥାଏ ।

ପ୍ରିଣ୍ଟେଡ୍ : ଆଧୁନିକ ମହିଳା ଏବଂ ଯୁବତୀମାନଙ୍କ ମଧ୍ୟରେ ଏହି ଶାଢ଼ିର କ୍ରେଜ୍ ସବୁଠାରୁ ଅଧିକ। ଏଥିରେ ବିଶେଷ କରି ସୁନ୍ଦର ଫ୍ଲୋରାଲ୍ ପ୍ରିଣ୍ଟ, ଜ୍ୟାମିତିକ ଡିଜାଇନ୍ ଏବଂ ଡିଜିଟାଲ୍ ପ୍ରିଣ୍ଟ ଦେଖିବାକୁ ମିଳେ । ଦୈନନ୍ଦିନ ବ୍ୟବହାର କିମ୍ବା ଛୋଟମୋଟ ଉତ୍ସବ ପାଇଁ ଏହା ଖୁବ ଭଲ ହୋଇଥାଏ ।

ଏମ୍ବ୍ରିଓଡୋରୀ : ଯଦି ଆପଣ କୌଣସି ବିବାହ ଉତ୍ସବ କିମ୍ବା ପାର୍ବଣ ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏମ୍ବ୍ରିଓଡୋରୀ ଅର୍ଗାଞ୍ଜା ଶାଢ଼ି ଖୁବ ଭଲ ଅପସନ । ଏହାର ସ୍ୱଚ୍ଛ କପଡ଼ା ଉପରେ ସୂତା, ଜରି କିମ୍ବା ମୋତିରେ ସୁନ୍ଦର କାରୁକାର୍ଯ୍ୟ କରାଯାଇଥାଏ, ଯାହା ଶାଢ଼ିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ ।

କାଥା ଏବଂ ଗୋଟାପତ୍ତି : ରାଜସ୍ଥାନୀ ଶୈଳୀର ଗୋଟାପତ୍ତି କାମ ଥିବା ଅର୍ଗାଞ୍ଜା ଶାଢ଼ି ଆଜିକାଲି ଖୁବ୍ ପସନ୍ଦ କରାଯାଉଛି । ଶାଢ଼ିର ବର୍ଡରରେ ଏହି କାମ ରହିଥାଏ, ଯାହା ପାରମ୍ପରିକ ପୋଷାକକୁ ଏକ ନୂଆ ରୂପ ଦେଇଥାଏ ।

ଟିସୁ : ଏହି ପ୍ରକାର ଶାଢ଼ିରେ ସୂତା ସହିତ ମେଟାଲିକ୍ ଜରିର ପ୍ରୟୋଗ କରାଯାଏ, ଯାହାଫଳରେ ଶାଢ଼ିରେ ଏକ ସ୍ୱତନ୍ତ୍ର ସୁନେଲି କିମ୍ବା ରୂପେଲି ଚମକ ଆସିଥାଏ । ବିଭିନ୍ନ ଫଙ୍କସନ ଓ ପାର୍ଟି ପାଇଁ ଏହା ଭଲ ଅପସନ୍ ହୋଇଥାଏ ।

Tags: