ତ୍ୱଚା ଉପରେ ଜୀବନଶୈଳୀର ପ୍ରଭାବ

ତ୍ୱଚା ଉପରେ ଜୀବନଶୈଳୀର ପ୍ରଭାବ
Ipsita Picture
By: Ipsita


ତ୍ୱଚାକୁ ସୁସ୍ଥ ରଖିବାକୁ ନିଜ ଲାଇଫ୍‌ ଷ୍ଟାଇଲକୁ ବଦଳାଇବାକୁ ହୋଇଥାଏ । ନିଜ ଦିନ ଆରମ୍ଭରୁ ହିଁ ଏଥିପାଇଁ ସତର୍କ ହେବାକୁ ହୋଇଥାଏ । ନିଜ ଦିନର ଆରମ୍ଭ ଉଷୁମ ପାଣିରୁ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରରେ ଥିବା ଟକ୍ସିନକୁ ବାହାର କରିବା ସହିତ ପାଚନ ତନ୍ତ୍ରକୁ ସଠିକ କରିଥାଏ । ଏହାପରେ ପ୍ରତିଦିନ ଖାଦ୍ୟରେ ଫଳ ସାମିଲ କରନ୍ତୁ । ଫଳରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ସହିତ ପାଣିର ମାତ୍ରା ଖୁବ ଅଧିକ ରହିଥାଏ । ଏହାଦ୍ୱାରା ଶରୀରର ଅନେକ ଲାଭ ହୋଇଥାଏ । ଖାଇବାରେ ଫଳ ସହିତ ହଳଦୀ ଓ ଗୋଲମରିଚ ଗୁଣ୍ଡ ସାମିଲ କରନ୍ତୁ । ହଳଦୀରେ ଆଣ୍ଟି ଇନଫ୍ଲାମେଣ୍ଟାରୀ ଗୁଣ ଭରପୂର ମାତ୍ରାରେ ରହିଥାଏ । ଯାହାଦ୍ୱାରା ଆମର ଷ୍ଟ୍ରେସ ମ୍ୟାନେଜ ହୋଇଥାଏ । ଷ୍ଟ୍ରେସ କମିବା କାରଣରୁ ଆମର ତ୍ୱଚା ସୁସ୍ଥ ଓ ସୁନ୍ଦର ହୋଇଥାଏ ଏବଂ ଏଥିରେ ଚମକ ଆସିଥାଏ । ସବୁଦିନ ବ୍ୟାୟାମକୁ ନିଜ ଜୀବନରେ ସାମିଲ କରନ୍ତୁ । ଏଭଳି ବ୍ୟାୟାମ କରନ୍ତୁ ଯେପରି ଆପଣଙ୍କର ଝାଳ ବାହାରିବ । ଏଦ୍ୱାରା ତ୍ୱଚାରେ ଚମକ ଆସିବ । ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ ।

Read More କେଉଁ ଦିଗରେ ଖାଇବା ଭଲ

Related Posts