ସଜନା ଛୁଇଁ ସିମ୍ବ ବେସର
ଓଡିଆ ରୁଚି
ସାମଗ୍ରୀ - ସିମ୍ବ, ସଜନା ଛୁଇଁ, ଆଳୁ, ବାଇଗଣ,ବଡି, ପିଆଜ କଟା, ଟମାଟୋ କଟା, ରସୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା, ଫୁଟଣ, ଆମ୍ବୁଲ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ।
ପ୍ରଣାଳୀ - ପ୍ରଥମେ ସଜନା ଛୁଇଁ, ସିମ୍ବ, ବାଇଗଣ, ଆଳୁ ସବୁ ପରିବାକୁ ଖଣ୍ଡଖଣ୍ଡ କରି କାଟି ଦିଅନ୍ତୁ । କଡେଇ ବସାଇ ତେଲରେ ଫୁଟଣ ଓ ଶୁଖିଲା ଲଙ୍କା ପକାନ୍ତୁ । ଫୁଟଣ ଫୁଟିବା ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଏଥିରେ ଆଳୁ ଓ ସିମ୍ବକୁ ପକାଇ ଭାଜନ୍ତୁ । ଏହାପରେ ସମସ୍ତ ଗୁଣ୍ଡ ମସଲା ସହିତ ଲୁଣ ଦେଇ ଗୋଳାଇ ନିଅନ୍ତୁ । ଏହାକୁ ଅଳ୍ପ ପାଣି ଛିଞ୍ଚି ସିଝିବା ପାଇଁ ଛାଡନ୍ତୁ । ଏହି ସମୟରେ ରସୁଣ, ସୋରିଷ, ଜିରା, ଶୁଖିଲା ଲଙ୍କାର ଏକ ପେଷ୍ଟ ତିଆରି କରିନିଅନ୍ତୁ । ବର୍ତ୍ତମାନ ସିମ୍ବ ଆଳୁରେ ଟମାଟୋ କଟା ଦିଅନ୍ତୁ । ଅଧା ଅଧା ସିଝିଯିବା ପରେ ଏଥିରେ ବଟା ସୋରିଷ ମସଲା ଦେଇ ଅଳ୍ପ ସମୟ ପାଇଁ କସି ନିଅନ୍ତୁ । ଅଳ୍ପ ସମୟ କସିବା ପରେ ଏଥିରେ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ । ବର୍ତ୍ତମାନ ସବୁକୁ ଗୋଳାଇ ୧୦ ମିନିଟରୁ ୧୫ ମିନିଟ କମ ଆଞ୍ଚରେ ସିଝାନ୍ତୁ । କିଛି ସମୟପରେ ଏଥିରେ ସଜନା ଛୁଇଁ ଓ ବାଇଗଣ ପକାଇ ନିଅନ୍ତୁ । ସବୁ ପରିବା ସିଝିବା ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଦିଅନ୍ତୁ । ପରିବା ସିଝିବା ପରେ ଏଥିରେ ଆମ୍ବୁଲ ଓ ଭଜା ବଡି ଦେଇ ଦିଅନ୍ତୁ । ଶେଷରେ ଗରମା ମସଲା ପକାଇ ପ୍ରସ୍ତୁତ କରନ୍ତୁ ସିମ୍ବ ସଜନା ଛୁଇଁ ବେସର ।
Related Posts



