ଆରେଞ୍ଜ ମ୍ୟାରେଜ୍ କରିବା ପୂର୍ବରୁ କରନ୍ତୁ ଚର୍ଚ୍ଚା
ଭାରତର ଅଧିକାରଶଂ ଯୁବକଯୁବତୀ ଆରେଞ୍ଜ ମ୍ୟାରେଜ୍କୁ ପ୍ରାଥମିକତା ଦେଇଥାନ୍ତି । ଏହିପରି ମ୍ୟାରେଜ୍ ବା ବିବାହ ବ୍ୟବସ୍ଥାରେ ପୁଅଝିଅଙ୍କ ପରିବାର ଲୋକ ବିବାହ ଠିକ୍ କରିଥାନ୍ତି । ଆରେଞ୍ଜ ମ୍ୟାରେଜ୍ରେ ପୁଅଝିଅ ଏକ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ପରସ୍ପର ବିଷୟରେ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ସମ୍ପର୍କକୁ ମଜଭୁତ କରିବା ପାଇଁ ବିବାହ ପୂର୍ବରୁ ନିଜର ଓ ନିଜ ପରିପବାରର ଭବିଷ୍ୟତ ବିଷୟରେ ଭାବିବା ଉଚିତ୍ । ଏହିପରି କିଛି ବିଷୟ ରହିଛି, ଯାହା […]
ଭାରତର ଅଧିକାରଶଂ ଯୁବକଯୁବତୀ ଆରେଞ୍ଜ ମ୍ୟାରେଜ୍କୁ ପ୍ରାଥମିକତା ଦେଇଥାନ୍ତି । ଏହିପରି ମ୍ୟାରେଜ୍ ବା ବିବାହ ବ୍ୟବସ୍ଥାରେ ପୁଅଝିଅଙ୍କ ପରିବାର ଲୋକ ବିବାହ ଠିକ୍ କରିଥାନ୍ତି । ଆରେଞ୍ଜ ମ୍ୟାରେଜ୍ରେ ପୁଅଝିଅ ଏକ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ପରସ୍ପର ବିଷୟରେ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ସମ୍ପର୍କକୁ ମଜଭୁତ କରିବା ପାଇଁ ବିବାହ ପୂର୍ବରୁ ନିଜର ଓ ନିଜ ପରିପବାରର ଭବିଷ୍ୟତ ବିଷୟରେ ଭାବିବା ଉଚିତ୍ । ଏହିପରି କିଛି ବିଷୟ ରହିଛି, ଯାହା ବିବାହ ପୂର୍ବରୁ ନିଜ ଜୀବନ ସାଥୀଙ୍କ ସହ ଚର୍ଚ୍ଚା କରିବା ଆବଶ୍ୟକ । ସେହି ବିଷୟ ହେଲା-
ଫାଇନାନ୍ସିଆଲ୍ କମ୍ପାଟବିଲିଟି ବା ଆର୍ଥିକ ପରିସ୍ଥିିତି-

ବଦଳୁଥିବା ଦୁନିଆରେ ଅର୍ଥର ମୂଲ୍ୟ ବେଶ୍ ବଢ଼ି ବଢ଼ି ଯାଉଛି । ଗୋଟିଏ ସୁସ୍ଥ ପରିବାର ପାଇଁ ଅର୍ଥର ଗୁରୁତ୍ୱ ବେଶ୍ ଅଧିକ । ଏଣୁ ନିଜ ପାର୍ଟନର୍ଙ୍କ ସହିତ ଏହି ବିଷୟରେ କଥା ହେବା ବୁଦ୍ଧିମାନର କାର୍ଯ୍ୟ । ଯଦି ଜଣେ ଝିଅ ବିବାହ ପରେ ମଧ୍ୟ କାର୍ଯ୍ୟ କରିବାକୁ ଚାହିୁଁଛନ୍ତି, ତେବେ ସେ ନେଇ ମଧ୍ୟ ନିଜ ପାର୍ଟନର ସହିତ ଖୋଲି କଥା ହେବା ଆବଶ୍ୟକ ।
ଅତୀତ ବିଷୟରେ ଆଲୋଚନା-

ଆରେଞ୍ଜ ମା୍ୟାରେଜ କରିବା ପୂର୍ବରୁ ଅତୀତ ବିଷୟରେ ନିଜ ପାର୍ଟନରଙ୍କୁ କହିବା ଉଚିତ୍ । ଯଦି ବିବାହ ପରେ ସେମାନେ ଆପଣଙ୍କ ଅତୀତ ବିଷୟରେ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ ସୂଚନା ପାଆନ୍ତି, ତେବେ ସମ୍ପର୍କରେ ବିଚ୍ଛେଦ ଆସିବାର ଆଶଙ୍କା ବଢ଼ିଯାଏ । ଯଦି ନିଜ ପାର୍ଟନରଙ୍କୁ କୌଣସି କଥା କହିବାକୁ ଦ୍ୱନ୍ଦରେ ରହୁଛନ୍ତି, ତେବେ ତାଙ୍କୁ ଚିଠି ବା ମେସେଜ୍ ସାହାଯ୍ୟରେ ସୂଚନା ଦେଇପାରିବେ । ଏଥିରେ ସମ୍ପର୍କ ମଜଭୁତ ରହିଥାଏ ।
ଘରୋଇ କାମ ଉପରେ ଚର୍ଚ୍ଚା-

ବିବାହ ପରେ ନବବଧୂ ଘରୋଇ କାମ କରନ୍ତୁ ବୋଲି କେତେକ ପରିବାର ଆଶା ରଖନ୍ତି । ଯଦି ଆପଣ ଜଣେ ୱାକିଂ ଲେଡି କିମ୍ବା ଘରୋଇ କାର୍ଯ୍ୟ କରିବାକୁ ପସନ୍ଦ କରୁନାହାନ୍ତି, ତେବେ ଏନେଇ ନିଜ ପାର୍ଟନରଙ୍କ ସହିତ ଚର୍ଚ୍ଚା କରନ୍ତୁ । କାରଣ ବିବାହ ପରେ ମହିଳାଙ୍କର ଦାୟିତ୍ୱ ବଢ଼ିଯାଇଥାଏ । ନିଜ ବାପଘର ସହିତ ସ୍ୱାମୀଙ୍କ ଘରର ଦାୟିତ୍ୱ ମଧ୍ୟ ମହିଳାଙ୍କୁ ଉଠାଇବାକୁ ପଡ଼େ । ଏଣୁ ଏନେଇ ବିବାହ ପୂର୍ବରୁ ଆଲୋଚନା କରିବା ହିଁ ବୁଦ୍ଧିମାନର କାର୍ଯ୍ୟ ।
ମାଦକ ଦ୍ରବ୍ୟର ସେବନ-

ଯଦି ଆପଣଙ୍କର କୌଣସି ମାଦକ ଦ୍ରବ୍ୟ ସେବନର ଅଭ୍ୟାସ ରହିଛି । ତା’ହେଲେ ଏନେଇ ଖୋଲାଖୋଲି ନିଜ ପାର୍ଟନରଙ୍କୁ ଜଣାନ୍ତୁ । ବିବାହା ପରେ ଏହି ଅଭ୍ୟାସ ବିଷୟରେ ଜଣାପଡ଼ିଲେ, ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି ।
ଫୁର୍ସତ୍ ସମୟ କାର୍ଯ୍ୟର ଆଲୋଚନା-

ଫୁର୍ସତ ସମୟରେ ଆପଣଙ୍କ ପାର୍ଟନର କଣ ସବୁ କରନ୍ତି । ସେ ନେଇ ଆଲୋଚନା କରିବା ଆବଶ୍ୟକ । ଏଥରୁ ନିଜ ଭବିଷ୍ୟର ସାଥୀଙ୍କର କିଛି ଭଲ ଗୁଣ ଜାଣିବାକୁ ମିଳିଥାଏ । ଏହାସହିତ ଆପଣ ତାଙ୍କଠାରୁ କିଛି ଶିକ୍ଷା ମଧ୍ୟ ଗ୍ରହଣ କରିପାରିବେ । ଏଥିରୁ ଆପୋସ ବୁଝାମଣା ଭଲ ରହିଥାଏ ।




