ଶୀତଦିନେ ବନ୍ଦ କରନ୍ତୁ ନାହିଁ ଝରକା

ଶୀତଦିନେ ବନ୍ଦ କରନ୍ତୁ ନାହିଁ ଝରକା
Ipsita Picture
By: Ipsita


ଶୀତଦିନ ଆସିଲେ ଲୋକମାନେ ଥଣ୍ଡାକୁ ଡରି ନିଜର କବାଟ ଝରକା ବନ୍ଦ କରି ରଖିଥାଆନ୍ତି । ହେଲେ ଏଭଳି କରିବାଦ୍ୱାରା ଆମର ହିଁ କ୍ଷତି ହୋଇଥାଏ । କବାଟ ଝରକା ବନ୍ଦ ହେବାଫଳରେ ଘରେ ଭେଣ୍ଟିଲେସନ ହୋଇପାରିନଥାଏ, ଯାହା ଘରର ବାୟୁମଣ୍ଡଳକୁ ଖରାପ କରିଥାଏ । ଯାହାର ପ୍ରଭାବରେ ଘରଭିତରେ ଅମ୍ଳଜାନର ଅଭାବ ଦେଖିବାକୁ ମିଳିଥାଏ । ଏଭଳି ବାୟୁମଣ୍ଡଳରେ ଅଧିକ ସମୟ ରହିଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଯେପରି ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା, ନିଶ୍ୱାସ ନେବାରେ ଅସୁବିଧା ଆଦି ଦେଖିବାକୁ ମିଳିଥାଏ । ଘରର କବାଟ ଝରକା ବନ୍ଦ କରି ଅନେକ ଲୋକ ଏକାଠି ଲୋକ ଘରେ ରହିବା ଦ୍ୱାରା ଘର ଭିତରେ ଅଙ୍ଗାରକାମ୍ଳ ବଢିବାରେ ଲାଗିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ସେହିଭଳି ଘରେ ରୁମ ହିଟର, ଅଗରବତୀ କିମ୍ବା ଦୀପ ଆଦି ଜାଳିବା ଦ୍ୱାରା ଘରର ବାୟୁ ପ୍ରଦୁଷିତ ହୋଇଥାଏ । ତେଣୁ ଶୀତଦିନେ କେବେହେଲେ ବି ଘରର କବାଟ ଝରକା ବନ୍ଦ କରି ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । କେବଳ ଏହି ସମସ୍ୟା ନୁହେଁ ଅନ୍ୟ ସମସ୍ୟା ଭିତରେ ଆଲର୍ଜି, ଆଖିର ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ କେବଳ ଯେ ବାହାର ବାୟୁ ପ୍ରଦୂଷିତ ହୋଇଥାଏ ଏଭଳି ନୁହେଁ ଘରେ ମଧ୍ୟ ବାୟୁ ପ୍ରଦୂଷଣ କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରିବ । ତେଣୁ କିଛି ସମୟ ବ୍ୟବଧାନରେ ଘରର ସମସ୍ତ ଝରକା ଖୋଲନ୍ତୁ । ଘରକୁ ଧୂଳି ମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

ସମ୍ବନ୍ଧିତ ଖବର  ପଣସ ପାୟସ

Tags:

Related Posts

ନଡିଆ ବର୍ଫି

ନଡିଆ ବର୍ଫି

ଚା

ଚା

ଟ୍ରାଭେଲ୍‌ ଡାଏଟ୍‌

ଟ୍ରାଭେଲ୍‌ ଡାଏଟ୍‌